ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ିବ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ମହାମହିମ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର ବାସା, ସବିତା ଆଚାର୍ଯ୍ୟ, ଅପରାଜିତା ଚୌଧୁରୀ, ଦୀନବନ୍ଧୁ ସାହୁ, ଏନ.ନାଗରାଜୁ ଏବଂ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ିବା ସହ ଓଡ଼ିଆ ଛାତ୍ରଛାତ୍ରୀମାନେ ଦେଶ ଏବଂ ବିଶ୍ୱରେ ନାଁ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.