୮୨ ଦିନର ଯୁଦ୍ଧ ପରେ ରୁଷକୁ ଲାଗିଲା ସବୁଠାରୁ ବଡ ଝଟକା,ଖାରକିଭ୍ ସୀମାରୁ ବିତାଡିତ ​​ହେଲେ ପୁଟିନ୍‌ ସେନା


ୟୁକ୍ରେନ ସହିତ ଯୁଦ୍ଧ ଲଢୁଥିବା ରୁଷ ସୈନିକଙ୍କୁ ପୁଣିଥରେ ଲାଗିଛି ଝଟକା। ରାଜଧାନୀ କିଭ୍‌କୁ ଦଖଲ କରିବାର ଚେଷ୍ଟା ପରେ ଏବେ ଖାରକିଭ୍‌ରୁ ମଧ୍ୟ ରୁଷ ସୈନିକଙ୍କୁ ବାହାର କରିଦିଆଯାଇଛି। ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ଖାରକିଭ୍‌ର ଯୁଦ୍ଧ ଜିତି ନେଇଛନ୍ତି। ଏଠାରେ ରୁଷ ପାଇଁ ଏହି ଯୁଦ୍ଧ ସବୁଠାରୁ ବଡ ଝଟକା ହୋଇପାରେ। ୟୁକ୍ରେନ୍‌ର ଦାବି ଅନୁସାରେ, ଗତ କିଛି ଦିନ ହେବ ଖାରକିଭ୍‌ରେ ବୋମା ମାଡ ମଧ୍ୟ ହେଉନି।

ଉଲ୍ଲେଖନୀୟ ଯେ, ୟୁକ୍ରେନ୍‌- ରୁଷ ଯୁଦ୍ଧର ୮୨ ଦିନ ବିତିସାରିଛି। ୟୁକ୍ରେନ୍‌ର ବହୁ ସହରରେ ରୁଷ ଆକ୍ରମଣ ଏବେ ବି ଜାରି ରହିଛି, କିନ୍ତୁ ୟୁକ୍ରେନ୍‌ର ଲୋକ ଓ ସୈନିକ ଏବେ ବି ପୁଟିନ୍ ସେନାର ସାମନା କରୁଛନ୍ତି। ଖାରକିଭ୍‌ ୟୁକ୍ରେନ୍‌ର ସବୁଠାରୁ ବଡ ସହର। ଏହି ସହର ଋଷ ସୀମାଠାରୁ ମାତ୍ର ୮୦ କିଲୋମିଟର ଦୂରରେ ରହିଛି। ଏହାର ଦକ୍ଷିଣ ପଶ୍ଚିମରେ ରୁଷ ବେଲଗୋରୋଡ୍ ସହର ପଡିଥାଏ। ଖାରକିଭ୍‌ରେ ୧୦ ଲକ୍ଷରୁ ଅଧିକ ଲୋକ ରୁହନ୍ତି, ଯାହା ଭିତରେ ଅଧିକାଂଶ ରୁଷର ବୋମାମାଡ ଯୋଗୁଁ ଘରଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏମାନଙ୍କ ଭିତରୁ କିଛି ୟୁକ୍ରେନ୍‌ର ଅନ୍ୟ ସହର କିମ୍ବା ପଡୋଶୀ ଦେଶକୁ ପଳାୟନ କରିଛନ୍ତି।

ବର୍ତ୍ତମାନ ଖାରକିଭ୍‌ର ଆଖପାଖ ଅଞ୍ଚଳରୁ ମଧ୍ୟ ରୁଷ ସୈନିକଙ୍କୁ ବାହାର କରାଯିବା କାମ ଜାରି ରହିଛି। ଅଞ୍ଚଳର ଗର୍ଭନର ଓଲେହ ସିନେଗୁବୋଭଙ୍କ କହିବା ଅନୁସାରେ, ୟୁକ୍ରେନ୍‌ର ଇଜ୍ୟମ ସହରରେ ପାଲଟା ଆକ୍ରମଣ ଆରମ୍ଭ କରିଦିଆଯାଇଛି। ଏପ୍ରିଲ ଆରମ୍ଭରୁ ସେଠାରେ ରୁଷ ସେନା ଦଖଲ କରିଛି। ଖେରସାନ୍‌ରେ ୟୁକ୍ରେନ୍‌ ପାଲଟା ଆକ୍ରମଣ କରୁଛି। Chornobaivka ସହରରେ ରୁଷ ତୈଳ ଡିପୋ ତିଆରି କରିଥିଲା, ଯାହାକୁ ନଷ୍ଟ କରିଦିଆଯାଇଛି। ଏହା ସହିତ ୟୁକ୍ରେନ୍ ଦାବି କରିଛି ଯେ, ସେ ରୁଷ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ, ଟ୍ୟାଙ୍କ, ମିଲିଟାରୀ ଜିନିଷକୁ ନଷ୍ଟ କରିଦିଆଯାଇଛି। ରୁଷର ୨୯ ସୈନିକଙ୍କ ମଧ୍ୟ ନିହତ ହୋଇଥିବାର ଦାବି କରାଯାଉଛି।


Share It

Comments are closed.