ବ୍ରିଟେନରେ ପୁଣି କରୋନାର ଲେଉଟାଣି, ଜାନୁଆରୀ ପରେ ପ୍ରଥମ ଥର ୫୦ ହଜାରରୁ ଅଧିକ ମାମଲା ଚିହ୍ନଟ


ବ୍ରିଟେନରେ ପୁଣି ଥରେ କରୋନା ଭୂତାଣୁ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ପରଠାରୁ ପ୍ରଥମ ଥର ପାଇଁ ଏଠାରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କରୋନା ଯୋଗୁଁ ୪୯ ଜଣଙ୍କର ମୃତ୍ୟୁ ହୋଇଛି । କିଛି ପ୍ରତିବନ୍ଧକକୁ ବାରଣ କରି ବ୍ରିଟେନରେ ଲକଡାଉନ୍ ନିୟମ ସୋମବାର ଠାରୁ ଶେଷ ହେବାକୁ ଯାଉଛି ।

ଏଭଳି ପରିସ୍ଥିତିରେ ସଂକ୍ରମଣର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । ବ୍ରିଟେନର ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ରେକର୍ଡ ୫୧,୮୭୦ ନୂତନ କେସ୍ ରିପୋର୍ଟ ହୋଇଛି । ଯାହାକି ଚଳିତ ବର୍ଷ ଜାନୁୟାରୀ ୧୫ ଠାରୁ ସର୍ବାଧିକ ସଂଖ୍ୟା ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ, ଜାନୁଆରୀ ୮ ରେ ବ୍ରିଟେନରେ ୬୮,୦୫୩ ମାମଲା ଦେଖିବାକୁ ମିଳିଥିଲା ।

ତେଣୁ ସ୍ୱାସ୍ଥ୍ୟ ସଚିବ ସାଜିଦ୍ ଜାଭେଦ୍ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ଜୁଲାଇ ୧୦ସୁଦ୍ଧା ଏଠାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦,୦୦୦ରେ ପହଞ୍ଚିପାରେ । ଏଥି ସହିତ ସେ କହିଛନ୍ତି ଯେ, ଆଗାମୀ ସମୟରେ ଏହି ସଂଖ୍ୟା ଦିନକୁ ଏକ ଲକ୍ଷେ ମଧ୍ୟ ଅତିକ୍ରମ କରିପାରେ । ମାମଲା ବୃଦ୍ଧି ସତ୍ତ୍ୱେ ବ୍ରିଟିଶ ସରକାର ୧୯ ଜୁଲାଇରେ ଇଂଲଣ୍ଡରେ ସମସ୍ତ ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ତେବେ ସରକାରଙ୍କ ଏହି ପଦକ୍ଷେପ ବିପଜ୍ଜନକ ହେବ ବୋଲି ଅନେକ ବୈଜ୍ଞାନିକ କହିଛନ୍ତି । ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫେସର କ୍ରିସ୍ ୱିଟି ଚେତାବନୀ ଦେଇଛନ୍ତି ଯେ କରୋନା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଖୁବ ଶୀଘ୍ର ବୃଦ୍ଧି ପାଇପାରେ । ସେ କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ସଂଖ୍ୟା ପ୍ରତି ତିନି ସପ୍ତାହରେ ଦ୍ୱିଗୁଣିତ ହେଉଛି ।

ଏଥି ସହିତ ସେ କହିଛନ୍ତି, “ଆମେ ଏପର୍ଯ୍ୟନ୍ତ ଏହି ବିପଦରୁ ବାହାରି ନାହୁଁ । ଯଦି ସୋମବାର ଠାରୁ ଲକଡାଉନ୍ ହଟାଇ ଦିଆଯାଏ, ତେବେ ଏହି ସମୟ ମଧ୍ୟରେ ଲୋକମାନେ ସଠିକ୍ ସତର୍କତା ଅବଲମ୍ବନ କରିବା ଉଚିତ୍ ନଚେତ୍ ପରିସ୍ଥତି ବୟାବହ ହେବ ଏଥିରପେ ସନ୍ଦେହ ନାହିଁ ।


Share It

Comments are closed.