ଏସିରେ ରହୁଛନ୍ତି କି ଜାଣି ରଖନ୍ତୁ ତ୍ୱଚାରେ କଣ ପଡିଥାଏ ଏହାର ପ୍ରଭାବ . . . . .


ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏସି ଏକ ନିତ୍ୟବ୍ୟବହାର୍ୟ୍ୟ ଉତ୍ପାଦ ହୋଇଯାଇଛି । ଏହା ଶରୀରକୁ ଭୀଷଣ ଗରମରୁ ଖୁବ ଶୀଘ୍ର ଥଣ୍ଡା କରି ଆରାମ ପ୍ରଦାନ କରିଥାଏ । କିନ୍ତୁ ଏହି ଏସି ଆପଣ ଶରୀରରେ ବହୁ ଖାରପ ପ୍ରଭାବ ମଧ୍ୟ ପକାଇଥାଏ । ଆସନ୍ତୁ ଜାଣିବା ବହୁ ସମୟ ଏସିରେ ରହିଲେ କଣ ପଡିଥାଏ ପ୍ରଭାବ ।
୧. ବହୁ ସମୟ ଧରି ଏସିରେ ରହିବା ଦ୍ୱାରା ଆଖି ଶୁଷ୍କ ଲାଗିଥାଏ । ଏହା ଦ୍ୱାରା ତ୍ୱଚାରେ ଖୁବ ଶୀଘ୍ର ଏଜିଂ ଦେଖାଯାଇଥାଏ ।
୨. ତ୍ୱଚା ଶୁଷ୍କ ପଡିବା । ଏସି ଲାଗୁଥିବା ରୁମରେ ଜଳିୟବାଷ୍ପର ଅଭାବ ରହିଥାଏ ତେଣୁ ତ୍ୱଚା ଏବଂ କେଶ ଶୁଷ୍କ ହୋଇଥାଏ ।
୩. ଏସିରେ ରହିବା ସମୟରେ ଜଳିୟବାଷ୍ପର ଅଭାବ ହେତୁ ପାଣି ପିଇବା କମ ହୋଇଥାଏ । ତେଣୁ ଡିହାଇଡ୍ରେସନର ଅସୁବିଧା ଦେଖାଯାଇଥାଏ ।
୪. ବହୁ ସମୟ ଧରି ଏସିରେ ରହିବା ପରେ ନାକ, ଆଖି ଏବଂ ଗଳା ଶୁଷ୍କ ହୋଇଯାଇଥାଏ । ଏସିରେ ପାଣି ପିଇବା କମ ହେବା ହେତୁ ଗଳା ଏବଂ ନାକ ଶୁଷ୍କ ହୋଇଥାଏ ।
୫. ବହୁ ସମୟ ଧରି ଏସିରେ ରହିବା ଦ୍ୱାରା ଆଲର୍ଜି ଏବଂ ଆସଥମା ପରି ସମସ୍ୟା ଦେଖାଯାଇଥାଏ ।


Share It

Comments are closed.