ଏହିଭଳି ହୋଇଥିଲା ଆପଣଙ୍କ ପ୍ରିୟ ଚା ର ଉତ୍ପତି


ସକାଳ ହେଉ ଅବା ସନ୍ଧ୍ୟା, କିମ୍ବା ସେ ରିମିଝିମ ବର୍ଷା କି ଶୀତୁଆ ସକାଳ ଗାଁ ମୁଣ୍ଡ କିମ୍ବା ଛକ ମଝିରେ ଥିବା ସେ ପୁରୁଣା ଚା ଦୋକାନ ଆମକୁ ସବୁବେଳେ ନିଜ ପାଖକୁ ଟାଣି ଆଣିଥାଏ । ଆଜି ଆମେ ସେହି ଚା ବିଷୟରେ କିଛି ରୋଚକ କଥା ଜାଣିବା । ବହୁତ କମ୍ ଲୋକ ଜାଣନ୍ତି ଯେ ଚା’ର ଇତିହାସ ପାଖାପାଖି ୫୦୦୦ ବର୍ଷ ପୁରୁଣା । ସୁଦୂର ଚୀନର ଏକ ଅନନ୍ୟ ଉଦ୍ଭିଦ ଯେ କିପରି ଆଜି ଦେଶର ସବୁଠାରୁ ପ୍ରିୟ ପାନୀୟ ପାଲଟିଯାଇଛି ସେ ବିଷୟରେ ବୋଧହୁଏ ଖୁବ କମ ଲୋକ ଜାଣନ୍ତି ।

ଚା ର ଉତ୍ପତି ୨୭୩୭ ମସିହା ରେ ଚାଇନା ରେ ହୋଇଥିଲା । କୁହାଯାଏ ଚାଇନା ର ରାଜା ଶେଣନୁଙ୍ଗ ଗରମ ପାଣି ପିଉଥିବା ବେଳେ ଏକ ଗଛ ର କିଛି ପତ୍ର ତାଙ୍କର ସେହି ପାଣି ପାତ୍ର ରେ ପଡିଥିଲା ଓ ଯାହାର ସ୍ୱାଦ ରାଜାଙ୍କୁ ଭଲ ଲାଗିବା ସହ ସେ ତାର ନିୟମିତ ସେବନ କରିଥିଲେ । କିଛି ଏହି ଭଳି ଭାବରେ ଚା ର ଚାହିଦା ବଢିବା ସହ ଲୋକଙ୍କ ମନ କିଣିଥିଲା ଚା ଓ ଦେଖୁ ଦେଖୁ ଘରେ ଘରେ ଅତି ଲୋକ ପ୍ରିୟତା ଅର୍ଜନ କରିଥିଲା ଚା ।

୧୮୨୬ ମସିହାରେ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ୟାଣ୍ଡାବୁ ଚୁକ୍ତି ମାଧ୍ୟମରେ ଅହୋମ ରାଜାମାନଙ୍କଠାରୁ ଏହି ଅଞ୍ଚଳ ଅଧିକାର କଲା | ୧୮୩୭ ମସିହାରେ, ଉପର ଆସାମର ଚାବୁଆ ଠାରେ ପ୍ରଥମ ଇଂରାଜୀ ଚା ବଗିଚା ପ୍ରତିଷ୍ଠା ହେଲା; ୧୮୪୦ ମସିହାରେ, ଆସାମ ଚା କମ୍ପାନୀ ଏହି ଅଞ୍ଚଳରେ ବ୍ୟବସାୟିକ ଚା ଉତ୍ପାଦନ ଆରମ୍ଭ କଲା | ଆଉ ଦେଖୁ ଦେଖୁ ଚା ଯେପରି ଭାରତୀୟ ସଂସ୍କୃତି ର ଏକ ଅଂଶ ହୋଇଗଲା । ଏବେ ସକାଳ ହେଉ କିମ୍ବା ସନ୍ଧ୍ୟା ଘରେ ଘରେ ଚା ର ଆସର ଦେଖିବାକୁ ମିଳେ । କିଏ ଜାଣିଥିଲା ଚା ଯେ କେବଳ ବନ୍ଧୁତ୍ୱ ନୁହେଁ ବରଂ ଔଷଧୀୟ ଗୁଣବତା ରଖିଛି । ଚା ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ମୁକ୍ତ ରେଡିକାଲକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ ଏବଂ ଏହିପରି ଆମକୁ ଯୁବକ ରଖିବାରେ ସାହାଯ୍ୟ କରେ ଏବଂ ପ୍ରଦୂଷଣରୁ ଆମକୁ ରକ୍ଷା କରିଥାଏ |

ହର୍ବାଲ୍ ଚା ମିଶ୍ରଣରେ କଫିନ୍ ନଥାଏ , ଏହାର ଅର୍ଥ ପୋଷଣ ବିଶେଷଜ୍ଞଙ୍କ ଅନୁଯାୟୀ ସ୍ନାୟୁ ପ୍ରଣାଳୀ ଉପରେ ଯେତେ ପ୍ରଭାବ ନ ଦେଇ ତୁମେ ଏହାକୁ ପିଇ ପାରିବ | ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ହୃଦଘାତ ହେବାର ଆଶଙ୍କା ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି ଏବଂ ଦିନକୁ ଏକରୁ ତିନି କପ୍ ଗ୍ରୀନ୍ ଟି ପିଉଥିବା ଲୋକଙ୍କ ମଧ୍ୟରେ ଷ୍ଟ୍ରୋକ୍ ହେବାର ଆଶଙ୍କା ୩୫ ପ୍ରତିଶତ ହ୍ରାସ ପାଇଛି। ଯେଉଁମାନେ ପ୍ରତିଦିନ ଚାରି କିମ୍ବା ଅଧିକ କପ୍ ଗ୍ରୀନ୍ ଟି ପିଇଥିଲେ, ସେମାନଙ୍କ ହେକ୍ଟର ବିପଦରେ ୩୨ ପ୍ରତିଶତ ହ୍ରାସ ଘଟିଥିଲା ​​|


Share It

Comments are closed.