ତୁଳସୀ ପତ୍ର ଛିଣ୍ଡାଇବା ବେଳେ ଭୁଲରେ କରନ୍ତୁ ନାହିଁ ଏହି କାମ, ନହେଲେ ମାଡ଼ି ଆସିବ ଦୁର୍ଭାଗ୍ୟ


ହିନ୍ଦୁ ଧର୍ମରେ ତୁଳସୀ ବହୁତ ପବିତ୍ର ବୋଲି ମାନ୍ୟତା ରହିଛି। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଚଉଁରା ରହିଥାଏ। ଲୋକମାନେ ଚଉଁରାକୁ ତୀର୍ଥସ୍ଥାନ ଭଳି ପୂଜା କରିଥାନ୍ତି। ସମସ୍ତ ଧାର୍ମିକ ଅନୁଷ୍ଠାନରେ ତୁଳସୀର ପ୍ରୟୋଗ ଶୁଭ ବୋଲି ମାନନ୍ତି। ତେବେ ପୁରାଣ ଶାସ୍ତ୍ରରେ ତୁଳସୀ ଛିଣ୍ଡାଇବକୁ ନେଇ ନିୟମ ରହିଛି। ଯଦି ତୁଳସୀ ପତ୍ର ଛିଣ୍ଡାଇବା ବେଳେ ଏହି ନିୟମ ନମାନିବେ ତେବେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିବ। ତେଣୁ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ-

ଏକାଦଶୀ ଦିନ ଛିଣ୍ଡାନ୍ତୁ ନାହିଁ ତୁଳସୀ- ଏକାଦଶୀ ଦିନ, ରବିବାର ଦିନ, ଚନ୍ଦ୍ର ଗ୍ରହଣ ବେଳେ, ସୂର୍ଯ୍ୟ ଗ୍ରହଣ ବେଳେ ଏବଂ ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ମନା। ଏହି ସମୟରେ ତୁଳସୀ ଛିଣ୍ଡାଇଲେ ପୂଜା ଫଳ ମିଳେନାହିଁ ଏବଂ ଘରେ ଦୁର୍ଭାଗ୍ୟ ଘୋଟେ। ଏପରିକି ରବିବାର ଦିନ ତୁଳସୀ ଚଉଁରାରେ ଜଳ ଅର୍ପଣ କରିବା ଉଚିତ୍ ନୁହେଁ।

ନଖରେ ଛିଣ୍ଡାନ୍ତୁ ନାହିଁ- ଅନ୍ଧାରରେ ତୁଳସୀ ଚଉଁରା ରଖନ୍ତୁ ନାହିଁ। ଖୋଲା ସ୍ଥାନରେ ଲଗାନ୍ତୁ। ସନ୍ଧ୍ୟା ହେବା ପରେ ଏହା ମୂଳରେ ଦୀପାଳି ଜାଳନ୍ତୁ। ତେବେ ତୁଳସୀ ପତ୍ର ଛିଣ୍ଡାଇବା ପୂର୍ବରୁ ହାତଯୋଡି ଅନୁମତି ନିଅନ୍ତୁ। ନଖରେ ଛିଣ୍ଡାନ୍ତୁ ନାହିଁ।

ବିନା କାରଣରେ ଛିଣ୍ଡାନ୍ତୁ ନାହିଁ- ବିନା କାରଣରେ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ସ୍ନାନ ନକରି ତୁଳସୀ ଗଛ ଛୁଅଁନ୍ତୁ ନାହିଁ। ତେବେ ତୁଳସୀ ପତ୍ର ଚୋବାଇ ଖାଇବା ଉଚିତ୍ ନୁହେଁ। ଏଥିରେ ଥିବା ଏସିଡ୍ ଅଂଶ ଦ୍ଵାରା ଦାନ୍ତ ଖରାପ ହୋଇଥାଏ। ତେଣୁ ପାଣି କିମ୍ବା ଚାରେ ପକାଇ ତୁଳସୀ ପତ୍ର ପିଅନ୍ତି।

ଶୁଖିଲା ପତ୍ର ଫୋପାଡନ୍ତୁ ନାହିଁ- ତୁଳସୀ ପତ୍ର ଶୁଖି ଝରିପଡିଲେ ଏହାକୁ ଫୋପାଡନ୍ତୁ ନାହିଁ କିମ୍ବା ପାଦରେ ଭୁଲରେ ବି ଦଳନ୍ତୁ ନାହିଁ ଏହାକୁ ଧୋଇ ଦେଇ ତୁଳସୀ ଗଛ ମୂଳରେ ରଖିଦିଅନ୍ତୁ।

ଘରେ ରଖନ୍ତୁନି ଶୁଖିଲା ତୁଳସୀ ଗଛ- ଯଦି ତୁଳସୀ ଗଛ ଶୁଖିଯାଆନ୍ତି ତେବେ ଏହାକୁ କୌଣସି ପବିତ୍ର ନଦୀ, କୂଅ କିମ୍ବା ଜଳାଶୟରେ ବିସର୍ଜନ କରି ଦିଅନ୍ତୁ। ଶୁଖିଲା ତୁଳସୀ ଗଛ ଘରେ ରଖିଲେ ଦୁର୍ଭାଗ୍ୟ ମାଡ଼ିଆସେ।

ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ ନାହିଁ- ତୁଳସୀ ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ ନାହିଁ। ଏହା ଅଗ୍ନି କୋଣ ହୋଇଥାଏ। ଏଥିପାଇଁ ଏହି ଦିଗରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ତେବେ ତୁଳସୀ ଗଛକୁ କେବେ ତଳେ ଲଗାଇବା ଉଚିତ୍ ନୁହେଁ। ଏହାକୁ ଚଉଁରାରେ ଲଗାନ୍ତୁ।

ତୁଳସୀ ଗଛ ନିକଟରେ ରଖନ୍ତୁ ନାହିଁ ଏହି ଜିନିଷ- ସର୍ବଦା ଚଉଁରା ଚାରିପାଖ ପରିଷ୍କାର ରଖନ୍ତୁ। ଏହାର ଚାରିପଟେ କୌଣସି ଅଳିଆ ଆବର୍ଜନା ରଖିବା ଉଚିତ୍ ନୁହେଁ। କୌଣସି କଣ୍ଟା ଜାତୀୟ ଗଛ ନିକଟରେ ଲଗାଇବା ଉଚିତ୍ ନୁହେଁ।


Share It

Comments are closed.