ସକାଳେ ଜଳଖିଆ ଖାଇବାକୁ ଭୁଲି ଯାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଆପଣଙ୍କ ଶରୀରକୁ କିଭଳି ପ୍ରଭାବିତ କରିଥାଏ


ଶରୀରରେ ଶକ୍ତିସ୍ତର ବଜାୟ ରହିବା ପାଇଁ ଏବଂ ସମସ୍ତ କ୍ରିୟା ଠିକ୍ ଭାବେ ସଞ୍ଚାଳିତ ହେବା ପାଇଁ ଅଧିକାଂଶ ଲୋକ ଦିନକୁ ୨-୩ଥର ଖାଇଥାଆନ୍ତି। କିନ୍ତୁ ସବୁଠାରୁ ଜରୁରୀ ହେଉଛି ସକାଳର ଜଳଖିଆ କାରଣ ରାତ୍ର ଭୋଜନରେ ମିଳିଥିବା ଶକ୍ତି ଏବଂ ପୋଷକ ତତ୍ତ୍ବ ଶରୀରର ସମସ୍ତ କ୍ରିୟାରେ ଖର୍ଚ୍ଚ ହୋଇଯାଇଥାଏ ।ଯେଉଁଥିପାଇଁ ସକାଳେ ପୁଣି ଥରେ ଶକ୍ତିର ଆବଶ୍ୟକତା ପଡ଼ିଥାଏ।ସେଥିପାଇଁ ଭୋକ ଲାଗିଥାଏ। ସକାଳେ ଅଫିସ୍ ଯିବା ପାଇଁ ହେଉ,ସ୍କୁଲ୍ ଯିବା ପାଇଁ ହେଉ କିମ୍ବା ଘରର କାମ କରିବା ପାଇଁ ହେଉ ଅଧିକାଂଶ ଲୋକ ସକାଳେ ଜଳଖିଆ କରିପାରନ୍ତି ନାହିଁ। ଏଥିରେ ଶରୀର ଉପରେ ତୁରନ୍ତ କୈାଣସି ପ୍ରଭାବ ପଡ଼ିବାର ନ ଦେଖାଗଲେ ମଧ୍ୟ ସକାଳେ ଜଳଖିଆ ନ କରିବା ଭବିଷ୍ୟତରେ ସ୍ବାସ୍ଥ୍ୟ ପ୍ରତି ଅନେକ ବଡ଼ କ୍ଷତି ହେବାର ଆଶଙ୍କା ଦେଖାଯାଇଥାଏ। କିପରି ଆସନ୍ତୁ ଜାଣିବା

୧.ମୁଣ୍ଡବ୍ୟଥା: ଯଦି ଆପଣ ସକାଳେ ଜଳଖିଆ କରୁନାହାନ୍ତି ତେବେ ଆପଣଙ୍କ ବ୍ଲଡରେ ସୁଗାର ଲେବେଲ ଅତ୍ୟଧିକ ବଢ଼ିଯାଇଥାଏ କାରଣ ୮/୧୦ଘଣ୍ଟା ଧରି ଆପଣ କିଛି ଖାଇନଥାନ୍ତି। ବ୍ଲଡ୍ ସୁଗାର ବଢ଼ିଯିବା ଫଳରେ ମସ୍ତିଷ୍କରେ ହରମୋନ୍ ନିଃସରଣ ହୋଇଥାଏ ଯାହା ଦ୍ବାରା ମୁଣ୍ଡବ୍ୟଥା ହୋଇଥାଏ।

୨.ଟାଇପ୍-୨ ମଧୁମେହର ଆଶଙ୍କା: ଯେଉଁମାନେ ଅଧିକାଂଶ ସକାଳ ଜଳଖିଆ ଛାଡ଼ିଦେଇଥାନ୍ତି କିମ୍ବା ତରତରରେ ଅଧା ଖାଇ ଉଠିଯାନ୍ତି ଏହା ଦ୍ବାରା ଟାଇପ-୨ ମଧୁମେହର ଆଶଙ୍କା ବଢ଼ିଯାଇଥାଏ। ଏହାଦ୍ବାରା ଆପଣଙ୍କ ବ୍ଲଡ ସୁଗାର ସ୍ତର ପ୍ରଭାବିତ ହୋଇଥାଏ ଏବଂ ବ୍ଲଡ ସୁଗାର ପ୍ରଭାବରେ ଆପଣ ଅବସାଦଗ୍ରସ୍ତ ଏବଂ ଚିନ୍ତାଗ୍ରସ୍ତ ରହିଥାନ୍ତି। ବ୍ଲଡ ସୁଗାର ଅତ୍ୟଧିକ ହେବାରୁ ଶକ୍ତି ସ୍ତର ପ୍ରଭାବିତ ହୋଇଥାଏ ଯାହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

୩.ଦିନସାରା ଶକ୍ତିହୀନତା ଏବଂ ଥକ୍କାପଣ: ଯଦି ଆପଣ ଜଳଖିଆ ଖାଉନାହାନ୍ତି ତେବେ ଆପଣଙ୍କୁ ଦିନସାରା ଶକ୍ତିହୀନତା ଏବଂ ଥକ୍କାପଣ ଅନୁଭବ ହୋଇଥାଏ। ସକାଳେ ପେଟ ପୋଷକ ତତ୍ତ୍ବ ଅବଶୋଷିତ କରିବାକୁ ପ୍ରସ୍ତୁତ ଥାଏ।ଜଳଖିଆ ନ ଖାଇଲେ ଦିନସାରା କାମ କରିବାକୁ ଶକ୍ତି ମିଳିନଥାଏ।

୪.ଶରୀର ପୃଥୁଳକାୟ ହୋଇଥାଏ: କେତେକ ଲୋକ ଭାବିଥାନ୍ତି କିଛି ନଖାଇବା ଏବଂ କମ୍ ଖାଇବା ଦ୍ବାରା ମେଦବହୁଳତା ହ୍ରାସ ହୋଇଥାଏ ତେଣୁ ସେମାନେ ଡାଏଟିଂ କରିଥାନ୍ତି। କିନ୍ତୁ ଜଳଖିଆ ନ ଖାଇଲେ କିମ୍ବା ଅଧା ଖାଇଲେ ଆପଣଙ୍କ ଶରୀର ପୃଥୁଳକାୟ ହୋଇଯିବାର ସମ୍ଭାବନା ବଢ଼ିଯାଇଥାଏ। ଏହା ମେଦବହୁଳତାରୁ ମଧ୍ୟ ଖରାପ ହୋଇଥାଏ କାରଣ ମେଦବହୁଳତାରେ ପେଟ ବାହାରି ଯାଇଥାଏ କିମ୍ବା ଶରୀରର ଚର୍ବି ବଢ଼ିଥାଏ କିନ୍ତୁ ଜଳଖିଆ ନ ଖାଇବା ଦ୍ବାରା ଯେଉଁ ପୃଥୁଳକାୟ ଶରୀର ହୋଇଥାଏ ତାହା ଦ୍ବାରା ଶରୀର ଦୁର୍ବଳ ହୋଇଯାଇଥାଏ।

୫.ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ: ସକାଳ ଜଳଖିଆ ନିତାନ୍ତ ଜରୁରୀ ଅଟେ। ଏହା ଦ୍ବାରା ସାରା ଦିନ ଶକ୍ତି ମିଳିଥାଏ । ଜଳଖିଆ ନ କରିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ କାରଣ ଭୋକିଲା ରହିବା ଦ୍ବାରା ଆପଣଙ୍କ କୋଷଗୁଡ଼ିକ ନଷ୍ଟ ହୋଇଯାଇଥାଏ ଏବଂ ଶରୀରକୁ ଜୀବାଣୁ,ଭୂତାଣୁ,ଫଙ୍ଗସ୍ ସଂକ୍ରମଣର ଭୟ ରହିଥାଏ।


Share It

Comments are closed.