ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ


ଅପେକ୍ଷାର ଅନ୍ତ । ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖୁବଶୀଘ ଏନେଇ ତାରିଖ ଘୋଷଣା ହେବ ।
ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବର ତୃତୀୟ ସପ୍ତାହରେ ୟୁଏଇରେ ଖେଳା ଯାଇପାରେ ବୋଲି ରିପୋର୍ଟ ଆସିଥିଲା। ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ବାକି ସମସ୍ତ ୩୧ ମ୍ୟାଚ୍‌ ତିନି ସପ୍ତାହ ଭିତରେ ଖେଳାଯିବ। ଏଥିରେ ୧୦ ଦିନ ଦୁଇଟି ଲେଖାଏଁ ମୁକାବିଲା ଖେଳାଯିବ। ବିସିସିଆଇ ମତରେ ତିନି ସପ୍ତାହର ଓ୍ଵିଣ୍ଡୋ ୩୧ ମ୍ୟାଚ୍ ଆୟୋଜନ ପାଇଁ ପର୍ଯ୍ୟାପ୍ତ ଅଟେ। ଏବେ ବିସିସିଆଇ ମଧ୍ୟ ୟୁଏଇରେ ବଳକା ମ୍ୟାଚ୍ ଖେଳାଯିବ ବୋଲି ସ୍ପଷ୍ଟ କରିଛି । ତେବେ କେବେଠାରୁ ଏହା ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ପିଟିଆଇ ଅନୁଯାୟୀ, ବିସିସିଆଇ ଅଧିକାରୀ କହିଥିଲେ ଯେ,, ଲିଗ୍‌ ସେପ୍ଟେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ୧୮ ଶନିବାର ଏବଂ ୧୯ ରବିବାର ପଡୁଛି। ଅର୍ଥାତ ବୋର୍ଡ ଲିଗ୍‌କୁ ଏହି ତାରିଖରୁ ଆରମ୍ଭ କରିପାରେ। ଏହି ପରି ଫାଇନାଲ ମୁକାବିଲା ଅକ୍ଟୋବର ୯ ତାରିଖ କିମ୍ବା ୧୦ ତାରିଖରେ ଖେଳାଯାଇପାରେ। ଅନେକ ଖେଳାଳି କୋଭିଡ୍ ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୨୯ ମ୍ୟାଚ୍ ଖେଳାଯାଇଥିଲା। ତେବେ ବିସିସିଆଇର ଆଗାମୀ ବୈଠକରେ ଚୂଡାନ୍ତ କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କ୍ରିକେଟପ୍ରେମୀମାନେ ଆଶା କରୁଛନ୍ତି ।


Share It

Comments are closed.