ରାଜ୍ୟରେ ଖସୁଛି କରୋନା ଗ୍ରାଫ, ଆଜି ୭୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ


ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି । ସଂକ୍ରମଣ ନିମ୍ନଗାମୀ ହେଲାଣି । ଟିପିଆର କମିଛି, ଆଜି ୧୪ ପ୍ରତିଶତ ରହିଛି । ଯାହା ପିକ ବେଳେ ୨୬ ପ୍ରତିଶତ ରହିଥିଲା । ଏହା ଇଙ୍ଗିତ କରୁଛି ସଂକ୍ରମଣ ଧୀରେ ଧୀରେ କମିବ । ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ । ଡବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ପାଞ୍ଚ ପ୍ରତିଶତ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ପାଇଁ କୁହାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ଲକଡାଉନ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲା ନାହିଁ ଏହା ପ୍ଲାଟୁ ଷ୍ଟେଜରେ ରହିଲା । ତିନି ଚାରି ମାସରେ ଯଦି ବୃହତ ଭାବରେ ଭାକସୀନେସନ କରାଯାଏ ତେବେ ତୃତୀୟ ଲହରୀ ଆସିବ ନାହିଁ । ଯଦି ଆସେ ଏହାର ପ୍ରଭାବ ପଡ଼ିବନି । ଏକ୍ସପର୍ଟ କମିଟି ମଧ୍ୟ ବହୁତ ଭଲ ଉପଦେଶ ଦେଉଛନ୍ତି, ତେଣୁ ତୃତୀୟ ଲହରୀର ପ୍ରଭାବ ରାଜ୍ୟରେ ପଡିନପାରେ । କାରଣ କମିଟିର ଉପଦେଶ ନେଇ ସରକାର ଉଚିତ ପଦକ୍ଷେପ ନେଇସାରିଥିବେ ।

ସେହିପରି ଆଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ କରାଯାଉ । ତାପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ । ପଜିଟିଭ ରେଟ ପାଞ୍ଚ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡିବ । ପାଞ୍ଚ ପ୍ରତିଶତ ତଳକୁ ଯଦି ଟିପିଆର ଦୁଇ ସପ୍ତାହ ମଧ୍ୟରେ କମିଯାଏ ତେବେ ଆଉ କଟକଣା ବୃଦ୍ଧି କରିବାର ଆବଶ୍ୟକତା ନାହିଁ ।


Share It

Comments are closed.