ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ହୋଇପାରେ ଆପଣଙ୍କୁ ମଧୁମେହ


ପାଣି ପିଇବା ଲାଗି ପ୍ଲାଷ୍ଟିକ୍‌‌ ବୋତଲର ବ୍ୟବହାର କିଛି ବର୍ଷ ହେଲା ବଢ଼ିଯାଇଛି । ଏହି ଅଭ୍ୟାସ କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ଲାଷ୍ଟିକ୍ ବୋତଲ ପାଣି ପିଇବା ଦ୍ୱାରା ମଧୁମେହ ହେବା ଆଶଙ୍କା ବୃଦ୍ଧି ପାଇଥାଏ । ଆମେରିକା ଡାଇବେଟିସ୍‌‌ ଆସୋସିଏସନ୍‌‌ର ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ‘ବିପିଏ’ ବା ‘ବିସ୍ଫେନଲ ଏ’ ଖାଦ୍ୟ ତଥା ପାନୀୟ ପ୍ୟାକେଜିଂରେ ଅଧିକ ମାତ୍ରାରେ ବ୍ୟବହୃତ ହୋଇଥାଏ । ତେବେ ପ୍ଲାଷ୍ଟିକ୍‌‌ରେ ବ୍ୟବହୃତ ଏହି ବିପିଏ ଇନ୍‌‌ସୁଲିନ୍‌‌କୁ ହ୍ରାସ କରିଥାଏ । ଯାହାର ଫଳସ୍ୱରୂପ ଟାଇପ-୨ ମଧୁମେହ ରୋଗ ଆଶଙ୍କା ବୃଦ୍ଧି ହୋଇଥାଏ ।

ତେବେ ଫୁଡ୍‌‌ ଡ୍ରଗ୍‌‌ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁଯାୟୀ, ଖାଦ୍ୟ, ପାନୀୟ ପାତ୍ର ପ୍ରସ୍ତୁତିରେ ୫ ମିଲିଗ୍ରାମ ବିପିଏ ବ୍ୟବହାରକୁ ସୁରକ୍ଷିତ ମଣାଯାଏ । କିନ୍ତୁ ନୂତନ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଏହାର ମାତ୍ରା ବିପଦଜ୍ଜନକ ଭାବେ ବୃଦ୍ଧି ହେବାରେ ଲାଗିଛି । ତେଣୁ ବିଶେଷଜ୍ଞମାନେ ୨୦୨୪ର ଶେଷଆଡ଼କୁ ଖାଦ୍ୟ ତଥା ପାନୀୟ ସଂସ୍ପର୍ଶରେ ଆସୁଥିବା ଏହି ବିପିଏକୁ ନିଷେଧ କରିବାପାଇଁ ଦାବି କରିଛନ୍ତି । ଏହି ଅଧ୍ୟୟନର ନିଷ୍କର୍ଷ ଅନୁସାରେ, ଏହି ବିପିଏ ପରିମାଣକୁ ହ୍ରାସ କରିବାପାଇଁ ଷ୍ଟେନଲେସ ଫ୍ରି, କାଚବୋତଲ, କିମ୍ବା ବିପିଏ ମୁକ୍ତ କଣ୍ଟେନର ବ୍ୟବହାର କରି ମଧୁମେହ ରୋଗକୁ ରୋକା ଯାଇପାରିବ । ତେବେ ବିପିଏ ବା ବିସ୍ଫୋନେଲ ପ୍ଲାଷ୍ଟିକ୍‌‌ ତଥା ଖାଦ୍ୟ କଣ୍ଟେନରରେ ବ୍ୟବହାର କରାଯାଇଥାଏ ।


Share It

Comments are closed.