ଖରାଦିନେ ନିଜ ଡାଏଟ ରେ ନିଶ୍ଚୟ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଦୂର ହେବ ଜଳୀୟ ଅଂଶ ର ଅଭାବ


ଖରାଦିନ ଆରମ୍ଭ ହେବା ସହ ଭୀଷଣ ଗରମ ଅନୁଭବ ହେଲାଣି। ଏହି କାରଣରୁ ଲୋକଙ୍କ ଅନେକ ସମସ୍ୟା ମୁଣ୍ଡବିନ୍ଧା, ତ୍ୱଚା ସମସ୍ୟା, ଶରୀରରେ ଜଳୀୟ ଅଂଶର ଅଭାବ ଆଦି ହୋଇଥାଏ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଖରାଦିନେ ୫ଟି ପାନୀୟକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ।

ଖରାଦିନେ ଦହି ସରବତ ନିଶ୍ଚୟ ପିଅନ୍ତୁ। ଏହି ଦହିରେ ପାଣି ମିଶାଇ, ସାମାନ୍ୟ କଳା ଲୁଣ, ଜିରା ଗୁଣ୍ଡ,ଧନିଆ କିମ୍ବା ପୁଦିନା ପତ୍ର ଆଦି ପକାଇ ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ କ୍ୟାଲସିୟମ ମିଳିଥାଏ। ଜଳୀୟଅଂଶ ଅଭାବ ହୋଇନଥାଏ।

ତରଭୂଜ ନିଶ୍ଚୟ ଖାଆନ୍ତୁ। ଏଥିରେ ଜଳର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଫଳରେ ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ। ଶକ୍ତି ମଧ୍ୟ ମିଳିଥାଏ।

ଦହି ଖାଆନ୍ତୁ। ଏଥିରେ ପ୍ରୋଟିନ,କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଏହା ପେଟକୁ ଥଣ୍ଡା ରଖିଥାଏ।

ପଇଡ ପାଣିର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହା ପିଇବାକୁ ମଧ୍ୟ ସୁଆଦିଆ। ଏହା ଶରୀରରେ ଜଳୀୟଅଂଶ ଅଭାବକୁ ଦୂର କରିବା ସହ ଶକ୍ତି ଯୋଗାଇଥାଏ।

ନିୟମିତ ଆଖୁ ରସ ପିଅନ୍ତୁ। ଏହା ଶରୀରକୁ ଭିତରୁ ଥଣ୍ଡା ରଖିଥାଏ। ଖରାଦିନେ ହେଉଥିବା ପେଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।


Share It

Comments are closed.