ଶନିବାର ଏହି ରାଶିର ଲୋକଙ୍କୁ ମିଳିବ ଫାଇଦା ହିଁ ଫାଇଦା


ମେଷ : ବ୍ୟବସାୟରେ ସଫଳାତା ମିଳିବ। ବ୍ୟବସାୟରେ ନୂଆ ନିବେଶ କରିବେ। ବନ୍ଧୁର ସହଯୋଗ ମିଳିବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ।

ବୃଷ : କ୍ଷମତାଶାଳୀ ବ୍ୟକ୍ତିଙ୍କ ସହଶତ୍ରୁତା ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ପରିବାରରେ ମତାନ୍ତର, ସମ୍ମାନ ହାନି, ମନ ଚାପଗ୍ରସ୍ତ ରହିବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁମିଥୁନ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ଅପମାନ, ଅପଯଶ ପାଇବେ।

ମିଥୁନ : ଚାଲିଚଳନ ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ, ଚିଡ଼ିଚିଡ଼ା ପଣ ଓ ଅସ୍ଥିରତା ପ୍ରକାଶ ପାଇବ। ଉଚିତ୍‌କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମ ପ୍ରତି ଆଗ୍ରହୀ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବତା’ ଠାରୁ ଅଧିକ ବଦଖର୍ଚ୍ଚ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖା ଦେବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସତର୍କ ହେବେ।

କର୍କଟ: ଚାଲିଚଳନ, ବ୍ୟବହାର ମାର୍ଜିତ ଏବଂ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ।

ସିଂହ: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ନିଜ କୃତ କର୍ମର ପଶ୍ଚାତାପ କରିବେ। ବିନାକାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଏବଂ ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ। ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ଦୂରେଇ ଯିବେ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। ଏହାପରେ ପଞ୍ଚମ ଚନ୍ଦ୍ର ହେତୁ ସ୍ଥିତି ସାମାନ୍ୟ ବିଗିଡ଼ି ଯାଇପାରେ ଏବଂ କିଛି ଅଶୁଭ ଫଳ ମିଳିପାରେ। ଯେଉଁମାନଙ୍କର ହସ୍ତା ଓ ଚିତ୍ରାକନ୍ୟା ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ଅତିଥି ସେବାରେ ବ୍ରତୀ ହେବେ।

ତୁଳା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି, ପରିବାରରେ ଅଶାନ୍ତି ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ। ଏହାପରେ ଚତୁର୍ଥ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ, ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ଉଚ୍ଚାଭିଳାଷୀ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ। ମହିଳାମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ।

ବିଛା: ଧନ କ୍ଷତି, ମାନସିକ ଦୁଶ୍ଚିନ୍ତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି ଓ ଚୋରି ଭୟର ଆଶଙ୍କା ରହିଛି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତାଭାବ ଦେଖା ଦେବ। ମହିଳାମାନେ ବଦଖର୍ଚ୍ଚି ହେବେ।

ଧନୁ: ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ସୁସମ୍ବାଦ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ। ଆମୋଦ ପ୍ରମୋଦ ଓ ମଉଜମଜଲିସ୍‌ରେ ଅଧିକ ସମୟ ଦେବେ ଏବଂ ଶରୀର ସୁସ୍ଥ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସୁନାମ ଅର୍ଜନ କରିବେ।

ମକର: କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର ହେତୁ ମନରୁ କୁଚିନ୍ତା, କୁଭାବନା ଲୋପ ପାଇବ ଏବଂ ସତ୍‌ଭାବନା, ସତ୍‌ଚିନ୍ତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ଓ ବ୍ୟୟ କମ୍‌ ରହିବ ଏବଂ ସମସ୍ତ କର୍ମରୁ ଖର୍ଚ୍ଚକାଟ୍‌ର ବ୍ୟବସ୍ଥା କରିବେ। କର୍ମରେ ସଫଳତା ଏବଂ ସମସ୍ତକର୍ମରେ ନିଜର ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ଛାପ ପ୍ରକାଶ ପାଇବ।

କୁମ୍ଭ: ଘାତଚନ୍ଦ୍ର ହେତୁ ଆର୍ଥିକ କ୍ଷତି ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମ ଓ ଆୟରେ ବିପର୍ଯ୍ୟୟ ଦେଖା ଦେବ ଏବଂ ସମସ୍ତ କର୍ମରେ ବାଧାବିଘ୍ନ ପହଞ୍ଚିବ। ଯେଉଁମାନଙ୍କର ଧନିଷ୍ଠାକୁମ୍ଭ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ।

ମୀନ: କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ପ୍ରାଧାନ୍ୟ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସମସ୍ତ କର୍ମରେ ସଫଳତା ଆପଣଙ୍କର ପଶ୍ଚାତଧାବନ କରିବ। ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ଅଧିକ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ। ମହିଳାମାନେ କର୍ମତତ୍ପର ହେବେ।


Share It

Comments are closed.