ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍ , ୩ ମାସରେ ୨୦୦ ଟଙ୍କା ହେଲାଣି ମହଙ୍ଗା


ଏବେ ବଢ଼ୁଥିବା ତୈଳଦର ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି । ଏବେ ସାଧାରଣ ଜନତାଙ୍କୁ ପୁଣି ଝଟକା ଦେଇଛନ୍ତି ବିଭିନ୍ନ ତୈଳ କମ୍ପାନୀ । ଗୋଟିଏ ଦିଗରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଖାଉଟିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ଏହାମଧ୍ୟରେ ପୁଣି ଥରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ୍ ୭୬୯ ଟଙ୍କାରୁ ୭୯୪ ଟଙ୍କା ହୋଇଯାଇଛି । ନୂଆ ଦର ୨୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ ।

ଚଳିତ ମାସରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୩ ଥର ବୃଦ୍ଧି ପାଇଛି । ବିନା ସବସିଡିରେ ମିଳୁଥିବା ସିଲିଣ୍ଡରର ଦାମରେ ଆଉ ୨୫ ଟଙ୍କା ବୃଦ୍ଧି ପାଇଛି ।

ଫେବ୍ରୁଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ଫେବ୍ରୁଆରୀ ୪ରେ ଏଲପିଜି ସିଲିଣ୍ଡରର ଦାମରେ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିବା ବେଳେ ଏବେ ପୁଣି ୨୫ ଟଙ୍କା ବଢିଛି ।

୩ ମାସରେ ୨୦୦ ଟଙ୍କା ହେଲାଣି ମହଙ୍ଗା

ଡିସେମ୍ବର ୧ରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୯୪ ଟଙ୍କାରୁ ୬୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପରେ ପୁଣି ଜାନୁଆରୀ ୧ରେ ୫୦ ଟଙ୍କା ବଢିଥିଲା ଦାମ୍ । ଏହାପରେ ଗ୍ୟାସ୍ ଦର ୬୪୪ ଟଙ୍କାର ସିଲିଣ୍ଡର ୬୯୪ ଟଙ୍କା ହୋଇଥିଲା । ସେହିପରି ୪ ଫେବ୍ରୁଆରୀରେ ଦାମ୍ ବୃଦ୍ଧି ପାଇ ୭୧୯ ଟଙ୍କାରେ ପହଁଚିଥିଲା ।


Share It

Comments are closed.