ଟାଟା ମୋଟର୍ସ କାର୍ ଉପରେ ସର୍ବୋତମ ଅଫର୍‌


ରାଉରକେଲା: ଭାରତର ଅଗ୍ରଣୀ ଅଟୋ ବ୍ରାଣ୍ଡ ଟାଟା ମୋଟର୍ସ ପକ୍ଷରୁ, ରାଉରକେଲାସ୍ଥିତ ଏହାର ଡିଲର ପାର୍ଟନର୍‌- ବଳରାମ ମୋଟର୍ସରେ ଆକର୍ଷଣୀୟ ଅଫର ଉପଲବ୍ଧ ହେଉଛି । ଏହା ସହିତ କମ୍ପାନୀ ପକ୍ଷରୁ ମିଳିତ ଭାବେ ଏହାର ହ୍ୟାଚ୍‌ବ୍ୟାକ୍‌, ସେଡାନ୍ ଓ ଏସ୍‌ୟୁଭି କାର୍ ଯେପରିକି ଟିଆଗୋ, ଟିଗୋର୍‌, ନେକ୍ସନ ଓ ହାରିଅର୍ ସମେତ ସମସ୍ତ ରେଞ୍ଜର ଯାତ୍ରୀବାହୀ ଯାନ ଉପରେ ଆକର୍ଷଣୀୟ ଅଫର୍ ହାସଲ କରିବା ପାଇଁ ଗ୍ରାହକଙ୍କୁ ଆମନ୍ତ୍ରିତ କରିଛି । ସହଜ ଋଣ, ସୁଲଭ କିସ୍ତି, ଦୀର୍ଘାବଧି ଋଣ ଏବଂ ସ୍ୱାସ୍ଥ୍ୟସେବା, ଜନସାଧାରଣ ଓ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରର ସମସ୍ତ ଫ୍ରଂଟ୍‌ଲାଇନ୍ କର୍ମଚାରୀମାନଙ୍କ ପାଇଁ ଏକାଧିକ ବିକଳ୍ପ ଉପଲବ୍ଧ । ଏହି ଅଫର୍ ପ୍ୟାକେଜ୍‌କୁ ସାମାଜିକ ଦୂରତା ସମୟରେ ବ୍ୟକ୍ତିଗତ ଯାତାୟତକୁ ପହଂଚଯୋଗ୍ୟ ଓ ସୁଲଭ କରିବା ପାଇଁ ଡିଜାଇନ୍ କରାଯାଇଛି । ଗ୍ରାହକମାନେ ଏବେ ନିଜ ପସନ୍ଦର ୪-ଷ୍ଟାର ଜିଏନ୍‌ସିଏପି ସେଫ୍ଟି ରେଟେଡ୍ ଟାଟା ଟିଆଗୋ କିମ୍ବା ଟିଗର୍ କାର୍‌କୁ ୬ ମାସ ପାଇଁ ମାତ୍ର ୫୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏକ କଷ୍ଟମାଇଜ୍‌ଡ ଇଏମ୍‌ଆଇ ପ୍ଲାନ୍ ସହିତ କିଣିପାରିବେ । ଏହି କିସ୍ତି ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଲାଗୁ ହେଉଛି ଏବଂ ଏହା ଏକ ସର୍ବାଧିକ ୫ ବର୍ଷର ଅବଧି ସମୟରେ ଧିରେ ଧିରେ ବଢିଥାଏ । ଏକ ଅତିରିକ୍ତ ଲାଭ ଭାବରେ ଗ୍ରାହକମାନେ ନିଜର ଚୂଡାନ୍ତ ଇଏମ୍‌ଆଇ ପଇଠ କରିବା ସମୟରେ ୩ଟି ମୂଲ୍ୟ ଯୋଗ ବିକଳ୍ପରୁ ବାଛି ପାରିବେ । ଏଗୁଡିକ ହେଉଛି (୧) ଗ୍ରାହକମାନେ ନିଜର ଶେଷ ଇନ୍‌ଷ୍ଟଲମେଂଟ୍‌କୁ ଏକ ବୁଲେଟ୍ ଇଏମ୍‌ଆଇ (୫ ଲକ୍ଷ ଟଙ୍କାର ଋଣ ଉପରେ ହାରାହାରି ୯୦,୦୦୦ ଟଙ୍କା) ଭାବେ ପଇଠ କରିପାରିବେ; (୨) ଋଣ ଅବଧିକୁ ଆଉ ଏକ ବର୍ଷ ପାଇଁ ବଢାଇବାର ବିକଳ୍ପ ବାଛିପାରିବେ; (୩) ଏକ ଅପ୍‌ଗ୍ରେଡେଡ୍ ନୂଆ ଟାଟା କାର୍ ପାଇଁ ଅବଧି ଶେଷରେ ନିଜ ଯାନକୁ ଏକ୍ସଚେଞ୍ଜ କରିପାରିବେ ଓ ସେଥିପାଇଁ ଋଣ ସୁବିଧା ମଧ୍ୟ ପାଇପାରିବେ
ଯଦି ଗ୍ରାହକ ୫ ବର୍ଷର ଋଣ ଅବଧବ ଉପରେ ବୁଲେଟ୍ ଇଏମ୍‌ଆଇ ବିକଳ୍ପର ଲାଭ ପାଇବାକୁ ଚାହୁଁନାହାନ୍ତି, ସେମାନେ ଏହି ଋଣକୁ ୭ ବର୍ଷ ପାଇଁ ନେଇପାରିବେ ଏବଂ ପ୍ରଥମ ୧୨ ମାସ ପାଇଁ ସର୍ବନିମ୍ନ ଇଏମ୍‌ଆଇ ବିକଳ୍ପ ବାଛିପାରିବେ । ଏହାର ସମସ୍ତ ରେଞ୍ଜ୍‌ର କାର୍ ଓ ଏସ୍‌ୟୁଭି ଉପରେ ଟାଟା ମୋଟର୍ ୧୦୦% ଅନ୍‌-ରୋଡ୍ ଫଣ୍ଡିଙ୍ଗ୍ ପ୍ରଦାନ କରୁଛୀ । ଏହାର ବିଏସ୍ ୬ ରେଞ୍ଜ (କେବଳ ଅଲ୍‌ଟ୍ରୋଜ୍ ବ୍ୟତୀତ) ଉପରେ ମଡେଲ୍ ଓ ଭାରିଆଂଟ୍ ଉପରେ ନିର୍ଭର କରି ସର୍ବାଧିକ ୮୦,୦୦୦ ଟଙ୍କାର ଲାଭ ମଧ୍ୟ ଉପଲବ୍ଧ ରହିଛି । ଗ୍ରାହକମାନେ ନୂଆ ଟାଟା କାର୍ ଉପରେ ୬ ମାସ ଇଏମ୍‌ଆଇ ହଲିଡେ ମଧ୍ୟ ଉପଭୋଗ କରିପାରିବେ କିମ୍ବା ଦୀର୍ଘାବଧିର ଇଏମ୍‌ଆଇ ଯୋଜନା (୮ବର୍ଷ ପର୍ଯ୍ୟନ୍ତ)ର ଲାଭ ଉଠାଇପାରିବେ । ଏହି ଅଫର୍ ସମ୍ପର୍କରେ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ ବିଜ୍‌ନେସ୍ ୟୁନିଟ୍‌ର ଇଷ୍ଟ ଜୋନାଲ ମ୍ୟାନେଜର, ରିତେଶ ବଶିଷ୍ଟ କହିଛନ୍ତି, ବର୍ତମାନ ସମୟରେ ସୁରକ୍ଷା ସର୍ବାଧିକ ପ୍ରାଥମିକତା ହୋଇଥିବା ବେଳେ, ସୁଲଭ ଦରରେ ଓ ସୁବିଧାଜନକ ଭାବେ ବ୍ୟକ୍ତିଗତ ଯାତାୟକ ବିକଳ୍ପ ଚାହୁଁଥିବା ରାଉରକେଲାରେ ଆମର ଗ୍ରାହକମାନଙ୍କ ପାଇଁ ଆମେ ଏହି ପ୍ୟାକେଜ୍‌କୁ ଡିଜାଇନ୍ କରିଛୁ । ଆମର ନୂତନ ଟାଟା କାର୍‌ଗୁଡିକର ଟେଷ୍ଟ ଡ୍ରାଇଭ୍ ପାଇଁ କିମ୍ବା ବିଭିନ୍ନ ଅଫର୍ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିବା ଗ୍ରାହକମାନେ ୭୩୦୩୬୫୮୫୫୬/ ୧୮୦୦୨୦୯୮୨୮୨ରେ କଲ୍ କରି ବଳରାମ ମୋଟର୍ସ ସହ ଯୋଗାଯୋଗ କରିପାରିବେ । କୋଭିଡ୍‌-୧୯ ମହାମାରୀ ଯୋଗୁ ସମସ୍ତ ଆଲୋଚନା ଡିଜିଟାଲ ଉପକରଣର ବ୍ୟବହାର କରି କରାଯାଉଥିବା ବେଳେ ଭେଇକିଲ ଇନ୍ସ୍ୟରାନ୍ସ ଓ ରେଜିଷ୍ଟ୍ରେସନ ପାଇଁ କାଗଜପତ୍ର ଇମେଲ୍ ଜରିଆରେ କିମ୍ବା ସ୍ୱତନ୍ତ୍ର ଭାବେ ଇନ୍‌ଷ୍ଟଲ କରାଯାଇଥିବା ଡ୍ରପ୍ ବକ୍ସ ମାଧ୍ୟମରେ ସଂଗ୍ରହ କରାଯାଉଛି । ସେହିପରି ଟେଷ୍ଟ ଡ୍ରାଇଭ୍ ସମୟରେ ସାମାଜିକ ଦୂରତା ବଜାର ରଖିବା ପାଇଁ କେବଳ ଜଣେ ବ୍ୟକ୍ତି ଗାଡି ଚଳାଇବା ସମୟରେ ଜଣେ ଡିଲର ଷ୍ଟାଫ୍ ପଛ ସିଟ୍‌ରେ ବସିଥାନ୍ତି । ପ୍ରତ୍ୟେକ ଟେଷ୍ଟ ଡ୍ରାଇଭ୍ ପରେ ଗାଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଉଛି । ଟାଟା ମୋଟର୍‌ର ଗ୍ରାହକମାନେ ନିକଟରେ ଲଂଚ୍ ହୋଇଥିବା ‘କ୍ଲିକ୍ ଟୁ ଡ୍ରାଇଭ୍‌’ ଓ ଏକ ଏଣ୍ଡ-ଟୁ-ଡ୍ରାଇଭ୍ ଅନ୍‌ଲାଇନ୍ ସେଲ୍‌ସ ପ୍ଲାଟ୍‌ଫର୍ମ ମାଧ୍ୟମରେ ନିଜ ପସନ୍ଦର କାର୍ କିଣିବା ପାଇଁ ସୂଚନା ପାଇପାରିବେ, ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁରୋଧ କରିପାରିବେ, ବୁକିଙ୍ଗ୍ କରିପାରିବେ ଓ ନିଜ ପସନ୍ଦର ଋଣ ବକଳ୍ପ ବାଛିପାରିବେ ।


Share It

Comments are closed.