ଓଡ଼ିଶାରେ ‘ମଦ’ର ହୋମ ଡେଲିଭରୀ ଆରମ୍ଭ କଲା ସ୍ୱିଗି


ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନ୍‌-ଡିମାଣ୍ଡ ପ୍ଲାଟଫର୍ମ ସ୍ୱିଗି, ‘ୱାଇନ ସପ’ କାଟାଗୋରୀ ଜରିଆରେ ଓଡ଼ିଶାରେ ଆଲ୍‌କୋହଲ୍‌ର ଅନ୍‌ଲାଇନ୍ ପ୍ରକ୍ରିୟାକରଣ ଏବଂ ହୋମ ଡେଲିଭରୀକୁ ସକ୍ଷମ କରାଇଛି । ଓଡ଼ିଶା ସରକାରଙ୍କ ଠାରୁ ଆବାଶ୍ୟକୀୟ ମଞ୍ଜୁରୀ ପାଇବା ପରେ ଏହି ସେବା ଆଜି ଭୁବନେଶ୍ୱର ଏବଂ ରାଉରକେଲାରେ ଚାଲୁ ହୋଇଯାଇଛି, ଯେବେକି ଏହି ସପ୍ତାହରେ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ଯଥା:କଟକ ଓ ବ୍ରହ୍ନପୁରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଅର୍ଡର ପ୍ଲେସ କରିବା ପାଇଁ ଗ୍ରାହକଙ୍କୁ ସେମାନଙ୍କ ବୈଧ ପରିଚୟପତ୍ରର ଏକ ଫଟୋ ଅପଲୋଡ଼ କରି ଏକ ତୁରନ୍ତ ବୟସ ଭେରିଫିକେସନ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ, ଏହା ସହିତ ନିଜର ଏକ ସେଲଫି ଦେବାକୁ ପଡ଼ିବ ଯାହାକୁ ପ୍ଲାଟଫର୍ମ ଅଥେଂଟିକେସନ ପାଇଁ ବ୍ୟବହାର କରିବ । ସମସ୍ତ ଅର୍ଡର ଏକ ସ୍ୱତନ୍ତ୍ର ଓଟିପି ବହନ କରିବ ଯାହାକୁକି ଗ୍ରାହକଙ୍କ ଦ୍ୱାରା ଡେଲିଭରୀ ସମୟରେ ଯୋଗାଇଦେବା ଦରକାର ପଡ଼ିବ ।
ପ୍ରମୁଖ ସହରଗୁଡ଼ିକର ପ୍ରାଧିକୃତ ରିଟେଲରମାନେ ସେମାନଙ୍କ ଲାଇସେନ୍ସ ଏବଂ ଅନ୍ୟାନ୍ୟ ଦରକାରୀ ଦଲିଲଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ୱାରା ବୈଧ କରିବା ପରେ ସ୍ୱିଗି ସେମାନଙ୍କ ସହ ସହବନ୍ଧିତା କରିଛି । ଉଭୟ ଡେଲିଭରୀ ସହଯୋଗୀ ଏବଂ ରିଟେଲରମାନେ ସହଜ ପ୍ରକ୍ରିୟାକରଣ ଏବଂ ଅର୍ଡର ପୂରଣ ପାଇଁ ବାସ୍ତବ ରୂପେ ତାଲିମ ପ୍ରାପ୍ତ ହେଉଛନ୍ତି । ଗତ ସପ୍ତାହରେ ରାଂଚିରେ ଏହି ସେବାର ଶୁଭାରମ୍ଭ ପରେ ଭଲ ପ୍ରତିକ୍ରିୟା ପରେ ସ୍ୱିଗି ଏହାର ସେବାଗୁଡ଼ିକୁ ରାମଗଡ଼ ଓ ଦେଓଗଡ଼ ସମେତ ଝାଡ଼ଖଣ୍ଡର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ମଧ୍ୟ ସଂପ୍ରସାରିତ କରିଛି । ଏହି ସେବାକୁ ଉପଲବ୍ଧି କରିବା ପାଇଁ ଓଡ଼ିଶାର ଗ୍ରାହକମାନେ ସେମାନଙ୍କ ସ୍ୱିଗି ଆପ୍‌କୁ ଅପଡେଟ କରି ‘ୱାଇନ୍ ସପ୍‌’ କାଟାଗୋରୀକୁ ଆକ୍‌ସେସ୍ କରିପାରିବେ ।
ଏହି ଶୁଭାରମ୍ଭ ସମ୍ପର୍କରେ ସ୍ୱିଗିର ମୁଖ୍ୟ ବକ୍ତା କହିଛନ୍ତି ଯେ, “ଝାଡ଼ଖଣ୍ଡରେ ଆଲ୍‌କୋହଲ୍‌ର ସଫଳ ଡେଲିଭରୀ ପରେ ରାଉରକେଲା ଓ ଭୁବନେଶ୍ୱରରୁ ଆରମ୍ଭ କରିବା ସହିତ ଆମେ ଆମର ସେବାଗୁଡ଼ିକୁ ଓଡ଼ିଶାରେ ସଂପ୍ରସାରିତ କରିଛୁ । ସ୍ୱିଗିର ଆଭିମୁଖ୍ୟ ବଜାୟ ରଖି ଆମେ ଗ୍ରାହକମାନଙ୍କର ଭେରିଫିକେସନ ପ୍ରକିୟାକୁ ସ୍ୱୟଂଚାଳିତ କରିବା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ସମାଧାନ କରିବା ଏବଂ ସୁରକ୍ଷିତ ଡେଲିଭରୀକୁ ସକ୍ଷମ କରାଇ ସରକାରଙ୍କୁ ସମର୍ଥନ କରିବା ପାଇଁ ଆମେ ଟେକ୍ନୋଲୋଜିର ବ୍ୟବହାର କରିଛୁ ।”


Share It

Comments are closed.