ଲୋକଙ୍କ ଖାତାରେ ୧୦,୦୦୦ ଟଙ୍କା ଜମା କରିବାର ଦାବୀ ନେଇ ମେ ୨୮ରେ ଅନଲାଇନ ଅଭିଯାନ ଆରମ୍ଭ କରିବ କଂଗ୍ରେସ


ଦେଶରେ ଜାରି କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ କଂଗ୍ରେସ ସରକାର ଲୋକଙ୍କ ଖାତାରେ ୧୦ ହଜାର ଟଙ୍କା ଜମା କରିବାକୁ ଦାବି କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି, କୋଭିଡ୍-୧୯ ସଙ୍କଟ କାରଣରୁ ଲୋକଙ୍କ ପ୍ରସଙ୍ଗ ଉଠାଇବା  ପାଇଁ ମେ ୨୮ରେ ପାର୍ଟି ଦ୍ଵାରା ରାଜ୍ୟଗୁଡିକରେ ଏକ ଅନ୍‌ଲାଇନ୍‌ ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କୁ ଆୟକର ପରିଧିରୁ ବାହାରେ ଥିବା ସମସ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଜମା କରିବାକୁ ଦାବି ଉଠାଇବ। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତୃତ୍ଵରେ ଶୁକ୍ରବାର ହୋଇଥିବା ବିରୋଧୀ ଦଳ ବୈଠକରେ ୧୧ ଦଫା ଦାବି ରଖାଯାଯାଇଥିଲା, ଏଥିରେ ଏହି ଦାବି ମଧ୍ୟ ଉଠାଯାଇଥିଲା।

ଏହା ପୂର୍ବରୁ କଂଗ୍ରେସ ଶୁକ୍ରବାର ୨୨ ବିରୋଧୀ ଦଳ ସହିତ ଦେଶରେ କରୋନା ସଙ୍କଟକୁ ନେଇ ବିସ୍ତୃତ ଆଲୋଚନା କରିଥିଲା। ଦଳ କେନ୍ଦ୍ର ସରକାର କରୋନା ମୁକାବିଲାରେ ନିଜର ଦାୟିତ୍ଵ ନିର୍ବାହ କରିବାରେ ବିଫଳ ହୋଇଥିବା ଆରୋପ ଲଗାଇଥିଲା। ଏହା ସହିତ ଦଳ କହିଛି, ସଂପ୍ରତି ବଡ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାର ଆବଶ୍ୟକତା ରହିଛି। ସଂସଦ କାର୍ଯ୍ୟ ପରିଚାଳନା ଓ ରାଜ୍ୟ ସରକାରଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ  ଦେବା ସମେତ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇବାର ଆବଶ୍ୟକତା ଥିବା ମୁଖ୍ୟ ବିରୋଧୀ ଦଳ କହିଛି।

ଅନ୍ୟପଟେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ବୈଠକରେ କହିଛନ୍ତି, ଯଦି ସରକାରଙ୍କ ପକ୍ଷରୁ ଗରିବ, ଶ୍ରମିକ, କୃଷକ ଓ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆର୍ଥିକ ସହାୟତା ଦିଆନଯାଏ ତେବେ ଦେଶର ଆର୍ଥିକ ସ୍ଥିତି ଧ୍ଵଂସ ହୋଇଯିବ।


Share It

Comments are closed.