ସୁଷମାଙ୍କ ଶେଷ ଇଚ୍ଛା ପୂରଣ କଲେ ଝିଅ ବାଂଶୁରୀ


ଦିବଙ୍ଗତ ପୂର୍ବତ୍ତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜ ନିଜ ମା’ଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି । ପ୍ରକାଶ ଥାଉକି, ସୁଷମା ଅସୁସ୍ଥ ଥିବା ସମୟରେ ବରିଷ୍ଟ ଆଇନଜୀବୀ ହରିଷ ସାଲଭେଙ୍କ ସହ କଥା ହୋଇଥିଲେ ଏବଂ କୁଳଭୂଷଣ ଯାଦବଙ୍କ ପାଇଁ ସେ ଆନ୍ତର୍ଜାତିକ କୋର୍ଟରେ କେସ ଲଢୁଥିବା ହେତୁ ନିଜର ପ୍ରାପ୍ୟ ନେବା ପାଇଁ କହିଥିଲେ । କିନ୍ତୁ ହରିଷ ଏହି କେସ ପାଇଁ ନିଜ ପ୍ରାପ୍ୟ ନେବାକୁ ମନା କରିଦେଇଥିବାବେଳେ ସୁଷମା , ହରିଷଙ୍କୁ ତାଙ୍କ ପାରିଶ୍ରମିକ ୧ ଟଙ୍କା ହେଉ ପଛେ ନେବା ପାଇଁ କହିଥିଲେ । ତେବେ ସୁଷମାଙ୍କ ଦେହାନ୍ତ ପରେ ତାଙ୍କ ଝିଅ ବାଂଶୁରୀ ନିଜ ମା’ଙ୍କର ଏହି ଇଚ୍ଛା ପୂରଣ କରିବାକୁ ଯାଇ ବରିଷ୍ଟ ଆଇନଜୀବୀ ହରିଷ ସାଲଭେଙ୍କ ସହ ସାକ୍ଷାତ କରି ତାଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିଛନ୍ତି ।
ସୁମାଙ୍କ ସ୍ୱାମୀ ତଥା ମିଜୋରାମର ପୂର୍ବତ୍ତନ ରାଜ୍ୟପାଳ ସ୍ୱରାଜ କୌଶଲ ଏହି ସଂପର୍କରେ ନିଜ ଟ୍ୱିଟରେ ସୂଚନା ଦେଇ କହିଛନ୍ତି ଯେ, “ଆମ ଝିଅ ବାଂଶୁରୀ ସ୍ୱରାଜ ଶ୍ରୀ ସାଲଭେଙ୍କ ସହ ଶୁକ୍ରବାର ଦିନ ସାକ୍ଷାତ କରି ତାଙ୍କୁ ୧ ଟଙ୍କା ଭେଟି ଦେଇଛନ୍ତି ।”
ପ୍ରକାଶ ଥାଉକି, ସାଲଭେ, ସାମ୍ବାଦିକମାନଙ୍କ ସହ ଏକ ସାକ୍ଷାତକାରରେ ସୁଷମାଙ୍କ ସ୍ମୃତିକୁ ମନେ ପକାଇ କହିଥିଲେ ଯେ, “ସୁଷମାଙ୍କ ପରଲୋକ ଘଟିବା ପୂର୍ବରୁ ସେ ମୋ ସହ କଥା ହୋଇଥିଲେ । ସେ ମୋତେ ପଚାରିଥିଲେ ମୁଁ ତାଙ୍କ ସହ କାହିଁକି ସାକ୍ଷାତ କରୁ ନାହିଁ ସେତେବେଳେ ମୁଁ ତାଙ୍କୁ ଆଜି ସାକ୍ଷାତ କରିବାର କଥା ଦେଇଥିଲି । ଏହା ପରେ ସେ ମୋତେ କହିଥିଲେ, ତମେ କାହିଁକି କହିଥିଲ ଯେ, ଏହି କେସ ପାଇଁ ତୁମେ ୧ ଟଙ୍କା ବି ନେଇ ନାହଁ । ଆଜି ଯାଦବଙ୍କ କେସ ପାଇଁ ମୁଁ ତୁମକୁ ୧ ଟଙ୍କା ଦେବି । ସେ ଦିନ ସନ୍ଧ୍ୟାରେ ମୋର ତାଙ୍କ ସହ ସାକ୍ଷାତ ହେବାର ଥିଲା କିନ୍ତୁ ୧୦ ମିନିଟ ପରେ ମୁଁ ଶୁଣିଲି ତାଙ୍କ ଦେହାନ୍ତ ହୋଇଯାଇଛି ।”


Share It

Comments are closed.