ଆମେରିକାରେ ପୁଣି ବଢିଲା ସଂକ୍ରମଣ, ଏବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ


ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧିପାଇଛି । ଏଣୁ ଆମେରିକା ସରକାର ମାସ୍କକୁ ନେଇ ପୂର୍ବରୁ ଜାରି କରିଥିବା ନିୟମ ବଦଳାଇ ଦେଇଛନ୍ତି । ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଥିବା ବ୍ୟକ୍ତି ଘର ମଧ୍ୟରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେରିକା ହେଲ୍‌ଥ ଅଥୋରିଟୀ ନିର୍ଦ୍ଦେଶନାମା ଜାରି କରିଛି ।

ସୂଚନା ଥାଉ କି, ଆମେରିକାରେ ହଠାତ୍‌ କରୋନାର ଡେଲ୍‌ଟା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ନୂଆ ସଂକ୍ରମିତଙ୍କର ୮୦% ଡେଲ୍‌ଟା ଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗତ ୭ ଦିନ ମଧ୍ୟରେ ଆମେରିକାରେ ୫୭,୧୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


Share It

Comments are closed.