ଜାଣନ୍ତି କି ବିଭିନ୍ନ ପ୍ରକାରର ସ୍କିନ କେୟାର ପାଇଁ ବ୍ୟବହାର କରିପାରିବେ ମହୁ


ମହୁ ଏକ ପ୍ରାକୃତିକ ଉପାଦାନ ଏବଂ ଏହାର ବହୁ ଉପକାରିତା ରହିଛି । ଏହାର ବହୁ ଓøଷଧିୟଗୁଣ ରହିବା ସହିତ ଏହାର ବହୁ ଉପକାରୀତକା ମଧ୍ୟ ରହିଛି । ଏହା ଏକ ପ୍ରାକୃତିକ ମିଠା ଦ୍ରବ୍ୟ ଅଟେ ଯାହା ଶରୀରରେ ଖୁବ ଭଲ ପ୍ରଭାବ ପକାଇଥାଏ । ଏହା ଆପଣ ଖାଇବା ସହିତ ବହୁ ପ୍ରକାରର ସ୍କିନ କେୟାର ଭାବେ ମଧ୍ୟ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ଏହାର କିଛି ବ୍ୟବହାର –
୧. ଶୁଖିଲା ଓଠ ପାଇଁ – ଆପଣଙ୍କ ଓଠ ଶୁଷ୍ଟ ହୋଇଯାଉଥିଲେ ଆପଣ ରାତିରେ ମହୁ ଲଗାଇ ଶୁଅନ୍ତୁ ଏବଂ ସକାଳେ ଆପଣ କୋମଳ ଓଠ ପାଇପାରିବେ ।
୨. ବ୍ରଣ ପାଇଁ – ବ୍ରଣର ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଆପଣ ବ୍ରଣ ହୋଇଥିବା ସ୍ଥାନକୁ ଭଲଭାବେ ମହୁ ଲଗାଇ ବ୍ୟାଣ୍ଡେଜ କରିଦିଅନ୍ତୁ । ଏହାକୁ ରାତି ସାରା ଏପରି ରଖନ୍ତୁ ଏବଂ ସକାଳୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୩. ଉଜ୍ୱଳ ତ୍ୱଚା ପାଇଁ – ଉଜ୍ୱଳ ଚମକଦାର ତ୍ୱଚା ପାଇଁ ଆପଣ ମହୁକୁ ଫେଓ ପ୍ୟାକ ଭାବେ ବ୍ୟବହାର କରିପାରିବେ ।
୪. ସୁନ୍ଦର କେଶ ପାଇଁ – କେଶରେ ଚମକ ଏବଂ ଉଜ୍ୱଳତା ପାଇଁ ଆପଣ ମହୁକୁ କ୍ୟାରେମାଇଲ ଟି ସହିତ ମିଶାଇ ର୍ସ୍ପେ କରି କିଛି ସମୟ ରଖନ୍ତୁ । ଏହା ଆପଣଙ୍କ କେଶକୁ ରିପାୟର କରିଥାଏ ଏବଂ କେଶର ଫାଟିବା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୫. ବ୍ଲାକହେଡ ସମସ୍ୟାରୁ ମୁକ୍ତି – ମହୁ ସହିତ ଲେମ୍ବୁ ରସକୁ ଭଲଭାବେ ମିକ୍ସ କରନ୍ତୁ । ଏହାକୁ ଆପଣଙ୍କ ବ୍ଲାକହେଡ ହେଉଥିବା ସ୍ଥାନରେ ଭଲଭାବେ ଲଗାଇ ଦିଅନ୍ତୁ । ଏବଂ ପରେ ହାଲକା ଉଷୁମ ଜଳରେ ଧୋଇନିଅନ୍ତୁ ।

 


Share It

Comments are closed.