‘କଭି ଇଦ କଭି ଦିୱାଲି’ର ସୁଟ ପାଇଁ ମୁମ୍ବାଇ ଛାଡିଲେ ସଲମାନ


ଦବଙ୍ଗ ହିରୋ ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା ଧମକ ପରେ ସେ ପ୍ରଥମଥର ପାଇଁ ମୁମ୍ବାଇ ବାହାରକୁ ଫିଲ୍ମ ସୁଟିଂ ପାଇଁ ଯାଇଛନ୍ତି । ତାଙ୍କ ପ୍ରତି ଆସିଥିବା ହତ୍ୟା ଧମକର କୌଣସି ପ୍ରଭାବ ପଡିନାହିଁ ସେ ନିଜର କାମ ପାଇଁ ହାଇଦ୍ରାବାଦକୁ ଯାତ୍ରା କରିଛନ୍ତି ।
ସଲମାନଙ୍କୁ ଏକ ଘରୋଇ ଏୟାରପୋର୍ଟରେ ମୁମ୍ବାଇ ପୋଲିସ ଦ୍ୱାରା ସ୍ୱତନ୍ତ୍ର ସିକ୍ୟୁରିଟି ପ୍ରଦାନ କରାଯାଇଥିଲା । ଇଟିର ରିପୋର୍ଟ ଅନୁଯାୟୀ ସଲମାନ ହାଇଦ୍ରାବାଦକୁ ୨୫ଦିନ ପାଇଁ ସୁଟିଂ କରିବା ପାଇଁ ଯାଇଛନ୍ତି । ଏହା ପରେ ସଲମାନ ଟାଇଗର ୩ର ସୁଟିଂ ପାଇଁ ମୁମ୍ବାଇ ରିଟର୍ଣ୍ଣ କରିବେ । ତାଙ୍କର ଏହି ଯାତ୍ରାର ଏକ ଫଟୋ ଇନଷ୍ଟାଗ୍ରାମରେ ଆସିଲା ପରେ ବହୁ ପ୍ରଶଂସକ ଟେକ କେୟାର ବୋଲି କମେଟଂ କରିଛନ୍ତି ।


Share It

Comments are closed.