ଭାରତ ପରେ ଏବେ ଚୀନକୁ ବଡ ଝଟ୍‌କା ଦେବ ପାକିସ୍ତାନ, ବନ୍ଦ କରିବ ଡ୍ରାଗନର ସିପିଇସି ପ୍ରକଳ୍ପ


ଚାଇନା ଓ ପାକିସ୍ତାନର ସମ୍ପର୍କରେ ଲାଗିବ ବ୍ରେକ୍ । ଚାଇନାକୁ ଝଟ୍‌କା ଦେବ ପାକିସ୍ତାନର ନୂଆ ସରକାର । ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ଶରିଫ ଦୁଇ ଦେଶ ମଧ୍ୟରେ ଥିବା ସିପିଇସି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ଏନେଇ ସଂସଦର ଯୋଜନା କମିଟି ମଧ୍ୟ ସରକାରଙ୍କୁ ଅବଗତ କରିଛି ।

ପୂର୍ବରୁ ମଧ୍ୟ ସରକାର ଗଠନ ହେବା ବେଳେ ଏହି ପ୍ରସଙ୍ଗ ଉଠିଥିଲା । ପାକିସ୍ତାନର ଯୋଜନା ମନ୍ତ୍ରୀ ଏହାକୁ ଅନାବଶ୍ୟକ ସଙ୍ଗଠନ କହିଥିଲେ । ଯାହା ଅର୍ଥକୁ ବରବାଦ କରୁଛି । ମହାତ୍ୱାକାଂକ୍ଷୀ ଯୋଜନା ବିଫଳ ହୋଇଥିବା ସେ କହିଥିଲେ ।

ଗତ ଶୁକ୍ରବାର ପୁଣି ଏପ୍ରସଙ୍ଗରେ ବୈଠକ ହୋଇଥିଲା । ପ୍ରକଳ୍ପ ବାବଦରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପାକିସ୍ତାନ ଯୋଜନା ଆୟୋଗଙ୍କୁ କ୍ଷମତା ଦିଆଯାଇଥିଲା । ତେବେ ବୈଠକରେ ଆଲୋଚନା ହୋଇଥିଲା ଯେ, ପ୍ରକଳ୍ପ ଆଗଉନି । ଏହା ବିଫଳ ହେବାରେ ଲାଗୁଛି । ସେପରି କିଛି ଆଖିଦୃଶିଆ ଘଟିନାହିଁ । ଅତିଶୀଘ୍ର ଏନେଇ ଚୂଡନ୍ତ ନିଷ୍ପତ୍ତି ନିଆଯିବ ।

କେବଳ ସରକାର ନୂଆ ପାକର ଜବରଦଖଲରେ ଥିବା ଗିଲଗିଲ୍ ଓ ବାଲଟିସ୍ତାନର ବାସିନ୍ଦା ମଧ୍ୟ ଏପ୍ରକଳ୍ପରୁ ବିରୋଧ କରନ୍ତି । ସେମାନେ ଚୀନକୁ ମଧ୍ୟ ବିରୋଧ କରନ୍ତି । ପ୍ରକଳ୍ପ ଦ୍ୱାରା ସେମାନେ ଜମି ହରାଇବାର ଆଶଙ୍କା ମଧ୍ୟ ରହିଛି । କାରଣ ବିକାଶମୂଳକ କାମ ନାଁରେ ପାକିସ୍ତାନ ସେମାନଙ୍କ ଜମିକୁ ସୈନ୍ୟ ସାମନ୍ତ ପାଇଁ ବ୍ୟବହାର କରିବ ବୋଲି ସେମାନେ ଅଭିଯୋଗ କରି ଆସୁଛନ୍ତି ।

ଗିଲଗିଟ୍ ବାଲଟିସ୍ତାନ ଅଞ୍ଚଳରେ ଗତ କିଛି ବର୍ଷ ଧରି ଚୀନର ନାଗରିକଙ୍କ ଗତିବିଧି ବଢିଛି । ସେମାନେ ପ୍ରକଳ୍ପ ନାଁରେ କ୍ୟାମ୍ପ କରି ରହୁଛନ୍ତି । ଯାହାକୁ ସ୍ଥାନୀୟ ବାସିନ୍ଦା ବିରୋଧ ମଧ୍ୟ କରିଛନ୍ତି ।


Share It

Comments are closed.