ଆଖି ଯତ୍ନ ପାଇଁ ପୁରୁଣା ଗ୍ୟାଲାକ୍ସି ସ୍ମାର୍ଟଫୋନର ଉପଯୋଗ କରୁଛି ସାମସଙ୍ଗ


ଭୁବନେଶ୍ୱର: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ବିଶ୍ୱରେ ଥିବା ପଛୁଆବର୍ଗର ସମୁଦାୟଗୁଡ଼ିକ ପାଇଁ ଚକ୍ଷୁଜନିତ ସ୍ୱାସ୍ଥ୍ୟ ଯତ୍ନ ଉପଲବ୍ଧ କରାଇବା ଲାଗି ପୁରୁଣା ସ୍ମାର୍ଟଫୋନଗୁଡ଼ିକୁ ପୁନଃ ଉପଯୋଗ କରୁଛି । ବ୍ୟବହାର ଅନୁପଯୋଗୀ ଗ୍ୟାଲାକ୍ସି ସ୍ମାର୍ଟଫୋନ ଗୁଡ଼ିକୁ ଅପସାଇକିଲିଙ୍ଗ କରି ଚକ୍ଷୁ ରୋଗର ଚିହ୍ନଟ ପାଇଁ ଏକ ମେଡିକାଲ ଡିଭାଇସ ପ୍ରସ୍ତୁତ କରିବା ଲାଗି ସାମସଙ୍ଗ ଇଂଟରନ୍ୟାସନାଲ ଏଜେନ୍ସି ଫର ଦି ପ୍ରିଭେନ୍ସନ ଅଫ ବ୍ଲାଇଣ୍ଡନେସ (ଆଇଏପିବି) ଏବଂ କୋରିଆସ୍ଥିତ ୟୋନସେୟୀ ୟୁନିଭର୍ସିଟି ହେଲଥ ସିଷ୍ଟମ(ୱାଇୟୁଏଚଏସ) ସହିତ ସହବନ୍ଧିତା କରିଛି । ଏହି ଗ୍ୟାଲାକ୍ସି ଅପସାଇକିଲିଙ୍ଗ କାର୍ଯ୍ୟକ୍ରମ ବିଶ୍ୱସ୍ତରରେ ଦୃଷ୍ଟି ଦୋଷ ସହିତ ଜଡ଼ିତ ପାଖାପାଖି ୧ ବିଲିୟନ ମାମଲାର ନିରାକରଣ ପାଇଁ ସାହାଯ୍ୟ କରୁଛି, ଯାହାକି ଉପଯୁକ୍ତ ସହାୟତା ଦ୍ୱାରା ପ୍ରତିକାର କରାଯାଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ ଅତିକମରେ ୨.୨ ବିଲିୟନ ଲୋକଙ୍କଠାରେ କୌଣସ ନା କୌଣସି ଦୃଷ୍ଟି ସମସ୍ୟା ରହିଛି ଏବଂ ଏମାନଙ୍କ ମଧ୍ୟରୁ ପ୍ରାୟତଃ ଅର୍ଦ୍ଧେକ ମାମଲା ନିରାକରଣଯୋଗ୍ୟ କିମ୍ବା ଏବେ ମଧ୍ୟ କିଛି ମାମଲା ନିରୁପଣ କରାଯିବାର ରହିଛି । ଚକ୍ଷୁ ଯତ୍ନ ସେବାର ସୁଲଭତା ଓ ଉପଲବ୍ଧତାର ଅଭାବ କାରଣରୁ ଏଥିରେ ଅନେକ ବ୍ୟବଧାନ ରହିଛି । ଯାହାକି ଉଚ୍ଚ ଆୟକାରୀ ଅଂଚଳ ତୂଳନାରେ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଅଂଚଳରେ ଚାରିଗୁଣ ଅଧିକ ଅଟେ ।
“ସାରା ବିଶ୍ୱରେ ଲୋକମାନେ ମୌଳିକ ସ୍ୱାସ୍ଥ୍ୟ ଯତ୍ନ ପାଇବାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି ଏବଂ ଆମେ ଏହି ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିମାନ ତଥା ନୂତନ ସମାଧାନ ସୃଷ୍ଟି କରିବା ପାଇଁ ଏକ ସୁଯୋଗ ଦେଖିଲୁ ଯଦ୍ୱାରା ଆମ ସମୁଦାୟ ମଧ୍ୟରେ ଏକ ସକରାତ୍ମକ ପରିବର୍ତନ ଅଣାଯାଇପାରିବ” ବୋଲି ସାମସଙ୍ଗ ଇଲେକ୍ଟ୍ରୋନିକ୍ସ, ମୋବାଇଲ କମ୍ୟୁନିକେସନ ବିଜନେସ, ସଷ୍ଟେନବିଲିଟି ମ୍ୟାନେଜମେଂଟ ବିଭାଗର ଉପାଧ୍ୟକ୍ଷ ଶ୍ରୀ ସଙ୍ଗ-କୁ କିମ କହିଛନ୍ତି । “ଏହି କାର୍ଯ୍ୟକ୍ରମ ସାମସଙ୍ଗର ସେହି ବିଶ୍ୱାସର ପ୍ରତୀକ ଯେ ଟେକ୍ନୋଲୋଜି ଲୋକଙ୍କ ଜୀବନରେ ଉନ୍ନତି ଆଣିପାରେ ଏବଂ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଭବିଷ୍ୟତର ନିର୍ମାଣ କରିବାରେ ଆମକୁ ସାହାଯ୍ୟ କରିପାରେ ।” “ଆମେ ଏପରି ଏକ ଚକ୍ଷୁ ସ୍ୱାସ୍ଥ୍ୟ ଡାଏଗ୍ନୋସିସର ଅନୁସନ୍ଧାନ କରୁଛୁ ଯାହାକି ମୂଲ୍ୟ ଉପଯୋଗୀ ହୋଇଥିବ ଏବଂ ଅଧିକ ଲୋକମାନଙ୍କ ନିକଟରେ ପହଂଚିପାରୁଥିବ ଏବଂ ଆମେ ଯେତେବେଳେ ସାମସଙ୍ଗ ଗ୍ୟାଲାକ୍ସି ସ୍ମାର୍ଟଫୋନର କାର୍ଯ୍ୟଦକ୍ଷତାକୁ ଦେଖିଲୁ ଆମେ ଏହାକୁ ଗବେଷଣାରେ ସାମିଲ କରିବାକୁ ଚାହିଁଲୁା ବୋଲି ୟୋନସେଇ ୟୁନିଭର୍ସିଟି ହେଲଥ ସିଷ୍ଟମର ଡା ସାଙ୍ଗଚୁଲ ୟୁନ କହିଛନ୍ତି ।
୨୦୧୭ରେ ସାମସଙ୍ଗ ଏହି ଗ୍ୟାଲାକ୍ସି ଅପସାଇକିଲିଂ କାର୍ଯ୍ୟକ୍ରମର ଆରମ୍ଭ କରିଛି । ଯଦ୍ୱାରା ଗ୍ୟାଲାକ୍ସି ଡିଭାଇସ ମାଧ୍ୟମରେ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କରାଯାଇପାରିବ । ଏହି କାର୍ଯ୍ୟକ୍ରମ ଜରିଆରେ ଏକ ପୁରୁଣା ଗ୍ୟାଲାକ୍ସି ସ୍ମାର୍ଟଫୋନ ଆଇଲାଇକଟିଏମ ହ୍ୟାଣ୍ଡହେଲ୍ଡ ଫଣ୍ଡୁସ କ୍ୟାମେରାର ମସ୍ତିଷ୍କ ହୋଇପାରିବ । ଏହା ଏକ ଲେନ୍ସ ଆଟାଚମେଂଟ ସହିତ ସଂଯୁକ୍ତ ହୋଇଥାଏ ଯଦ୍ୱାରା ଉନ୍ନତ ଫଣ୍ଡୁସ ଡାଏଗ୍ନୋସିସ କରାଯାଇପାରିବ, ଯେବେକି ସ୍ମାର୍ଟଫୋନକୁ ଫଟୋ ଉଠାଇବା ପାଇଁ ବ୍ୟବହାର କରାଯାଇପାରିବ । ଏହାପରେ ଉକ୍ତ ଗ୍ୟାଲାକ୍ସି ଡିଭାଇସ ଚକ୍ଷୁରୋଗ ପାଇଁ ଇମେଜଗୁଡ଼ିକର ଅନୁଧ୍ୟାନ କରି ସେଗୁଡ଼ିକ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସି ଆଲଗୋରିଦମର ବ୍ୟବହାର କରିଥାଏ । ଏହାପରେ ଏକ ଆପ ସହିତ ସଂଯୁକ୍ତ କରିଥାଏ ଯାହାକି ରୋଗୀ ତଥ୍ୟକୁ ସଠିକ ଭାବରେ ଗ୍ରହଣ କରିଥାଏ ଓ କମର୍ସିଆଲ ଉପକରଣ ତୂଳନାରେ ବହୁତ କମ ମୂଲ୍ୟରେ ଏକ ଉପଚାର ପରାମର୍ଶ ଦେଇଥାଏ । ସ୍ୱତନ୍ତ୍ର ଓ ସୁଲଭ ଡାଏଗ୍ନୋସିସ କ୍ୟାମେରା ଡାଇବେଟିକ ରେଟିନୋପାଥି, ଗ୍ଲୋକୋମା ଏବଂ ବୟସ ସମ୍ବନ୍ଧୀତ ମାକ୍ୟୁଲାର ଡିଜେନେରେସନ ସମେତ ଦୃଷ୍ଟିହୀନତା ଭଳି ସମସ୍ୟା ପାଇଁ ରୋଗୀଙ୍କ ଯାଂଚ କରିପାରେ ।


Share It

Comments are closed.