ସାମସଙ୍ଗ ପକ୍ଷରୁ ତିନୋଟି ପଛ କ୍ୟାମେରାଯୁକ୍ତ ଦମଦାର ଗାଲାକ୍ସି ଏ୨୦ଏସ ସ୍ମାର୍ଟଫୋନର ଶୁଭାରମ୍ଭ


ଭାରତର ସର୍ବବୃହତ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଗାଲାକ୍ସି ଏ୨୦ଏସର ଶୁଭାରମ୍ଭ କରାଯାଇଛି । ଗାଲାକ୍ସି ଏ୨୦ଏସ୍ ପରିବର୍ଦ୍ଧିତ ନୂତନତା ସହିତ ଆସିବା ସହ ଏହା ଏକ ନୂତନ ପିଢ଼ିର ବ୍ୟବହାରକାରୀଙ୍କୁ ଅବିରତ ଭାବେ ଅନୁଭୂତି କ୍ୟାପଚର ଓ ସେୟାର୍ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ନିର୍ମିତ । ଗାଲାକ୍ସି ଏ ପରିବାରରେ ନୂତନ ଭାବେ ସଂଯୋଗ ହୋଇଥିବା ଗାଲାକ୍ସି ଏ୨୦ଏସରେ ତିନୋଟି ପଛ କ୍ୟାମେରା, ୧୫ ୱାଟ୍ ଶୀଘ୍ର ଚାର୍ଜିଂ ଓ ଏକ ଚମତ୍କାର ଡିଜାଇନ୍ ରହିଛି, ଯାହା ନୂତନ ପିଢ଼ି ଯୁବଗୋଷ୍ଠୀଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି ।
ଆଦିତ୍ୟ ବାବର, ନିର୍ଦ୍ଦେଶକ, ମୋବାଇଲ୍ ବ୍ୟବସାୟ, ସାମସଙ୍ଗ ଇଣ୍ଡିଆ ପ୍ରକାଶ କରିଛନ୍ତି, “ସ୍ମାର୍ଟଫୋନ୍ ବ୍ୟବସାୟରେ ଏକ ଅଗ୍ରଣୀ ବିଶ୍ୱସ୍ତରୀର ପ୍ରଯୁକ୍ତି କମ୍ପାନୀ ଭାବରେ, ଆମେ ଆମର ସମସ୍ତ ବ୍ୟବହାରକାରୀଙ୍କୁ ଆକର୍ଷଣୀୟ ଅନୁଭୂତି ସହିତ ଷ୍ଟେଟ୍-ଅଫ୍-ଦି-ଆର୍ଟ ଅଭିନବତା ପ୍ରଦାନ କରିବାକୁ ସର୍ବଦା  ଚେଷ୍ଟିତ ।  ନୂତନ ପିଢ଼ି ଯୁବଗୋଷ୍ଠୀଙ୍କ ସ୍ମାର୍ଟଫୋନ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଲାକ୍ସି ଏ୨୦ଏସକୁ ତିଆରି କରାଯାଇଛି, ଯେଉଁଥିରେ ରହିଛି ଟ୍ରିପିଲ୍ କ୍ୟାମେରା ଓ ମିରର ଫିନିସ୍ ସହିତ ଚମତ୍କାର ଡିଜାଇନ୍ । ଏହା ସହିତ ଆକର୍ଷଣୀୟ ନୂତନ ରଙ୍ଗରେ ୮ ମିମି ପତଳା ଡିଜାଇନ୍ ଗାଲାକ୍ସି ଏ୨୦ଏସ୍କୁ ଆହୁରି ଚମତ୍କାରିତା ପ୍ରଦାନ କରୁଛି ।”
ଉନ୍ନତ ଡିଜାଇନ ଓ ଏକ ଶକ୍ତିଶାଳୀ ବ୍ୟାଟେରୀ
ଗାଲାକ୍ସି ଏ୨୦ଏସ୍ ଚମତ୍କାର ୬.୫ ଇଞ୍ଚ ଏଚଡି+ ସହିତ ଆସୁଛି, ଯାହା ବ୍ୟବହାରକାରୀଙ୍କୁ ଏକ ଉତ୍ତମ ଡିଜାଇନର ଅନୁଭୂତି ପ୍ରଦାନ କରୁଛି । ଏହା ୪୦୦୦ ଏମ୍ଏଏଚର ଶକ୍ତିଶାଳୀ ବ୍ୟାଟେରୀ ଦ୍ୱାରା ପରିଚାଳିତ ହେଉଛି ଏବଂ ଏହାର ୧୫ ୱାଟ ଶୀଘ୍ର ଚାର୍ଜିଂ ଅବାଧ ଚାଳନା ଓ ଗେମିଂ ଅନୁଭୂତି ପ୍ରଦାନ କରୁଛି । ଗାଲାକ୍ସି ଏ୨୦ଏସ୍ ଡଲବି ଆଟ୍ମସ୍ ସରାଉଣ୍ଡ ସାଉଣ୍ଡ ଜ୍ଞାନକୌଶଳ ମଧ୍ୟ ପ୍ରଦାନ କରୁଛି ।
ଗାଲାକ୍ସି ଏ୨୦ଏସ୍ ଜେନ୍ ଜେଡ଼କୁ ସକ୍ରିୟ କରିବା ପାଇଁ ଉନ୍ନତ କ୍ୟାମେରା ସହିତ ଆସୁଛି, ଯାହା ଚମତ୍କାର ପିକ୍ଚର୍ ପ୍ରଦାନ କରୁଛି । ଗାଲାକ୍ସି ଏ୨୦ଏସ୍ର ଟ୍ରିପିଲ୍ କ୍ୟାମେରା ୧୩ଏମ୍ପି ପ୍ରାଇମେରୀ କ୍ୟାମେରା ସହିତ ଏଫ୍୧.୮ ଅପେର୍ଚର୍, ଉଜ୍ଜଳ ଓ ସ୍ପଷ୍ଟ ସେଲ୍ଫି ପ୍ରଦାନ କରୁଥିବା ୮ ଏମ୍ପି ସାମନା କ୍ୟାମେରାକୁ ଯୋଗ କରୁଛି ।
ଗାଲାକ୍ସି ଏ୨୦ଏସ୍ ହେଉଛି ଏକ ଅସିମୀତ ବହୁକାର୍ଯ୍ୟ ସମ୍ପାଦନକାରୀ, ଯେଉଁଥିରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୪୫୦ ଅକ୍ଟା-କୋର୍ ପ୍ରୋସେସର୍ ରହିଛି । ଏହା ବ୍ୟବହାରକାରୀଙ୍କୁ ଏକାଧିକ ଆପ୍ ସହଜରେ ବ୍ୟବହାର କରିବା ନିମନ୍ତେ ଅନୁମତି ପ୍ରଦାନ କରୁଛି । ଏହି ଡିଭାଇସ୍ ମିରର୍ ଭଳି ଫିନିସ୍ ସହିତ ଏକ ଚମତ୍କାର ୮ ମିମି ଡିଜାଇନ୍ ପ୍ରଦାନ କରୁଛି, ଯାହା ତିନୋତି ରଙ୍ଗ, ଯଥା- ସବୁଜ, ନୀଳ ଓ କଳା ରଙ୍ଗ ସହିତ ଆସୁଛି । ଗାଲାକ୍ସି ଏ୨୦ଏସ୍ ୩ଜିବି ରାମ+ ୩୨ ଜିବି ଇଣ୍ଟର୍ନାଲ୍ ଷ୍ଟୋରେଜ୍ ଓ ୪ ଜିବି ରାମ୍+୬୪ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଭାରିଆଣ୍ଟ ସହିତ ହେଉଛି ଏବଂ ଏଥିରେ ଏକ ରିଅର୍ ଫିଙ୍ଗରପ୍ରିଣ୍ଟ ସ୍କାନର୍ ମଧ୍ୟ ରହିଛି ।
ମୂଲ୍ୟ ଓ ଉପଲବ୍ଧତା
ଗାଲାକ୍ସି ଏ୨୦ଏସର ୩ଜିବି ରାମ+ ୩୨ ଜିବି ଭାରିଆଣ୍ଟର ମୂଲ୍ୟ ୧୧,୯୯୯ ଟଙ୍କା ଏବଂ ଜିବି ରାମ୍+୬୪ ଜିବି ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି । ଗାଲାକ୍ସି ଏ୨୦ଏସ୍ ଅକ୍ଟୋବର ୫, ୨୦୧୯ରୁ ସାରା ଦେଶରେ ଥିବା ସାମସଙ୍ଗ ଇ-ଷ୍ଟୋର୍, ସାମସଙ୍ଗ ଅପେରା ହାଉସ୍, ଅଗ୍ରଣୀ ଇ-କମର୍ସ ପୋର୍ଟାଲ୍ ଓ ରିଟେଲ୍ ଷ୍ଟୋର୍ମାନଙ୍କରେ ଉପଲବ୍ଧ ହେଉଛି ।

Share It

Comments are closed.