ହତ୍ୟା ଧମକ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା


ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୁଲିସ ଆକ୍ସନ ମୋଡରେ ଆସିଯାଇଛି । ଆଜି ମୁମ୍ବାଇ ପୁଲିସର ଗୋଟିଏ ଟିମ୍ ସଲମାନଙ୍କ ଗାଲେକ୍ସୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ଏଥିସହିତ ମୁମ୍ବାଇ ପୁଲିସ ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବଢ଼ାଇ ଦେଇଛି ।
ସୂଚନାଯୋଗ୍ୟ, ସଲିମ ଖାନ୍ ଆଜି ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ସେଠାରେ ଏକ ବ୍ୟାଞ୍ଚରେ ବସିଥିବା ସମୟରେ ତାଙ୍କୁ ପୁଅ ସଲମାନ ଓ ନିଜ ନାଁରେ ହତ୍ୟା ଧମକପୂର୍ଣ୍ଣ ଏକ ଚିଠି ମିଳିଥିଲା । ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲା କରିଦେବୁ ବୋଲି ଉକ୍ତ ଚିଠିରେ ଲେଖା ଯାଇଥିଲା ।


Share It

Comments are closed.