ସାଇକେଲରେ ଘରୁ ଅଫିସକୁ ଗଲେ ରବର୍ଟ ଭଦ୍ରା


ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଲଗାତାର ଭାବରେ ବଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ସରକାରଙ୍କୁ କଡା ସମାଲୋଚନା କରିଛି। କଂଗ୍ରେସ ମଧ୍ୟ ସରକାରଙ୍କୁ ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ଘେରିଛି। ଏହା ଭିତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ତଥା ବିଶିଷ୍ଟ ଉଦ୍ୟୋଗପତି ରବର୍ଟ ଭଦ୍ରା ଚର୍ଚ୍ଚାରେ ରହିଛନ୍ତି। ସୋମବାର ନିଜ ଘରୁ କାର ବଦଳରେ ସାଇକେଲରେ ଅଫିସ ଯାଇଥିଲେ।

ରବର୍ଟ ଭଦ୍ରାଙ୍କ ସାଇକେଲରେ ଯିବା ସମୟରେ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ସରକାର ସାଧାରଣ ଜନତା ଓ ସରକାରଙ୍କ ବିଷୟରେ ଭାବୁନାହାନ୍ତି ଓ ଏହା ଏକ ବଡ ସମସ୍ୟା। ଏଥିପାଇଁ ଆଜି ରାସ୍ତାକୁ ସାଇକେଲରେ ବାହାରିଛି। ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଅପିଲ କରି କହିଛନ୍ତି, ଦେଶରେ ବଢୁଥିବା ପେଟ୍ରୋଲ ଦାମ ଓ ଟ୍ୟାକ୍ସକୁ ନେଇ ଅର୍ଥମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରନ୍ତୁ। ସରକାର ସାଧାରଣ ଜନତାଙ୍କୁ ନେଇ କିଛି ଭାବୁନାହାନ୍ତି ଓ ଏହି କାରଣରୁ ସେ ଆଜି ଘରୁ କାର ବଦଳରେ ସାଇକେଲରେ ବାହାରିଛନ୍ତି।


Share It

Comments are closed.