ବଜାରକୁ ଆସିଲା ‘ନୋଜ ବା ଇଟିଙ୍ଗ ମାସ୍କ’, ଜାଣନ୍ତୁ ଏହା କେତେ ଉପକାରୀ


ବାହାରେ ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ମାସ୍କ ପିନ୍ଧି ସହଜରେ ଖାଇପାରିବେ । ଏହା ଗୁଜବ ନୁହେଁ ସତ କଥା । କାରଣ ବଜାରକୁ ଆସିଛି ନୋଜ୍ ମାସ୍କ । ଅର୍ଥାତ ନାକରୁ ପାଟି ଯାଏଁ ଆଉ ପିନ୍ଧିବାକୁ ପଡିବନି ମାସ୍କ । ନୋଜ୍ ମାସ୍କ ପିନ୍ଧି ଆପଣ ସୁରକ୍ଷିତ ରହିବା ସହ ଆରାମରେ ଖାଦ୍ୟ ମଧ୍ୟ ଖାଇପାରିବେ । ଏକଥା ଆମେ କହୁନି ମେକ୍ସିକୋ ସିଟିରୁ ଆସିଛି ଏମିତି ଖବର ।

ମେକ୍ସିକୋର ଜଣେ ରିସର୍ଚର ସେହୁଲିୟତ ଲୋକଙ୍କ ପାଇଁ ଏମିତି ଏକ ଖାସ୍ ମାସ୍କ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରଖିଛନ୍ତି NOSE MASK ବା EATING MASK । ସେହିଲିୟତଙ୍କ ମତରେ ଏହି ମାସ୍କ ବ୍ୟବହାର ଦ୍ୱାରା ଆପଣ କରୋନାରୁ ପୂରାପୂରି ମୁକ୍ତି ନପାଇଲେ ବି କିଛିଟା ମାତ୍ରାରେ ଲାଘବ ହେବ । କାରଣ ଖାଇବା ସମୟରେ ନାକରୁ ବି ସଂକ୍ରମଣ ବ୍ୟାପିଥାଏ । ଯେତେବେଳେ କରୋନାରୁ ମୁକ୍ତି ମାସ୍ତ ବ୍ୟବହାର ବାଧ୍ୟତାମୂଳକ କରାଗଲା । ସେତେବେଳେ ଲୋକଙ୍କ ପାଇଁ ମାସ୍କ ପରିଧାନ ସମସ୍ୟା ସୃଷ୍ଟି କରିଥିଲା । କିଛି ଲୋକ ବାଧ୍ୟବାଧ୍ୟକତାରେ ମାସ୍କ ବ୍ୟବହାର କରୁଥିଲେ । ଏସବୁକୁ ଦୃଷ୍ଟିରେ ରଖି ମେକ୍ସିକୋ ପକ୍ଷରୁ ଲୋକଙ୍କ ପାଇଁ କେବଳ ନୋ ମାସ୍କ ପ୍ରସ୍ତୁତ କରାଯାଇଛି । କରୋନା ମହାମାରୀ ଏମିତି ଏକ ରୋଗ ଯିଏ କି ସିଧାସଳଖ ଗଳାରେ ସଂକ୍ରମଣ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାର ସମସ୍ୟା ସୃଷ୍ଟି କରିଥିାଏ । ଏହା ବାୟୁ ଦ୍ୱାରା ଆସି ନାକରୁ ଯାଏ ଶରୀରରେ ଆରାମରେ ପ୍ରବେଶ କରିଥାଏ । ତେବେ ଏହି ନୋଜ୍ ମାସ୍କ ବ୍ୟବହାର ଦ୍ୱାରା ଭୂତାଣୁ ଆମ ଶରୀରରେ ଏତେ ସହଜରେ ପ୍ରବେଶ କରିପାରବନି ବୋଲି ଆଶା ରଖିଛନ୍ତି ରିସର୍ଚ୍ଚର ।


Share It

Comments are closed.