ମକର ସଂକ୍ରାନ୍ତି ଅବସରରେ ରିଲାଏନ୍ସ ଜିୱେଲସ ପକ୍ଷରୁ ଆକର୍ଷଣୀୟ କଲେକ୍ସନ


ଜାନୁୟାରୀ ୧୪, ୨୦୨୨: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଡାଏମଣ୍ଡ ନେକଲେସ ସେଟର ଆକର୍ଷଣୀୟ ଡିଜାଇନ୍ ଲୋହରି ଓ ମକର ସଂକ୍ରାନ୍ତିର ପାର୍ବଣର ଆଗମନ ଅବସରରେ ପ୍ରସ୍ତୁତ କରାଯାଇଛି । ଏହାର ଥିମ୍ ରହିଛି “ଉତ୍ସବ ସୁନେହେରେ ପଲୋଁକା”, ରିଲାଏନ୍ସ ଜୁଏଲ୍ସ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ଏକ ଲାଇନକୁ ଉପସ୍ଥାପନ କରୁଛି ଯାହାକି ସୂର୍ଯ୍ୟ କିରଣ ଦ୍ୱାରା ଅନୁପ୍ରେରିତ । 

ପ୍ରତି ଦିନ ସୂର୍ଯ୍ୟ କିରଣ ଆମ ଜୀବନରେ ଏକ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ । ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍ ନେଇ ଆସିଛି ଯାହାକି ଆଶା ଓ ଉତ୍ସାହକୁ ପୁନର୍ଜିବିତ କରିଥାଏ । ଏହି ଡାଏମଣ୍ଡର ପ୍ରତିଟି ପିସ୍ କୁ ଅତ୍ୟନ୍ତ ଯତ୍ନ ସହକାରେ ଡିଜାଇନ୍ କରାଯାଇଛି । ଏହା ପ୍ରତି ଦିନର ସୂର୍ଯ୍ୟ କିରଣ ପରି ଖୁସି ଓ ନୂତନ ଶୁଭାରମ୍ଭକୁ ସୂଚୀତ କରିଥାଏ ।

ଅନେକ ଗୁଡ଼ିଏ ସୁନ୍ଦର ଓ ସ୍ୱତନ୍ତ୍ର ଡିଜାଇନ୍ ସହିତ, ବ୍ୟକ୍ତିଗତ ଜୁଏଲାରୀ କଲେକ୍ସନରେ ଏହି କଲେକ୍ସନ ଏକ ଉତ୍କୃଷ୍ଟ ଜୁଏଲାରୀ ଅଟେ । ଏହାକୁ ଆପଣ ନିଜର ପ୍ରିୟଜନଙ୍କୁ ଏହି ଶୁଭ ଅବସରରେ ଉପହାର ସ୍ୱରୂପ ପ୍ରଦାନ କରିପାରିବେ ।

ଏହି ନୂତନ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ନୂତନ କଲେକ୍ସନର ଶୁଭାରମ୍ଭ ସହିତ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର ଅଫରର ଘୋଷଣା କରିଛନ୍ତି ଯାହାର ନାମ ହେଉଛି ‘ଡ୍ରିମ ଡାଏମଣ୍ଡ ସେଲ୍‌’ । ଏହା ୧୪ ଫେବୃୟାରୀ ପର୍ଯ୍ୟନ୍ତ ଉପଲବ୍ଧ ରହିବ ଯେଉଁଥିରେ ରିଲାଏନ୍ସ ଜୁଏଲ୍ସ ରେ ଡାଏମଣ୍ଡ ଉତ୍ପାଦର ଇନଭଏସ ମୂଲ୍ୟ ଉପରେ ୨୫% ଛାଡ଼ର ବ୍ୟବସ୍ଥା ରହିଛି । ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ପାଇ ପାରିବେ ।

ଏହି ଆକର୍ଷଣୀୟ କଲେକ୍ସନ ରିଲାଏନ୍ସ ଜୁଏଲ୍ସର ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଓ ଏହାର ବିସ୍ତୃତ ସମ୍ଭାର ଗୁଡ଼ିକ ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ www.reliancejewels.com ରେ ଉପଲବ୍ଧ ହୋଇପାରିବ ।

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ନୂତନ ବର୍ଷର ଆରମ୍ଭ ସହିତ ଆମେ ଆମର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ଏହି ନୂତନ ଚମକଦାର, ଆକର୍ଷଣୀୟ କଲେକ୍ସନର ସମ୍ଭାର ନେଇ ଆସିଛୁ । ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ଜୀବନରେ ସର୍ବଦା ଆନନ୍ଦ ଭରିଦେବା ଓ ତାଙ୍କର ଜୀବନରେ ଏକ ନୂତନ ଚମକ ଆଣିବା । ଏହି ଡିଜାଇନ୍ ଗୁଡ଼ିକ ସୂର୍ଯ୍ୟ ରଶ୍ମୀ ଦ୍ୱାରା ଅନୁପ୍ରେରିତ । ଆମେ ଆଶା କରୁଛୁ ଏହା ନିଶ୍ଚିତ ଭାବରେ ଆମର ଗ୍ରାହକମାନଙ୍କ ଜୀବନରେ ଆନନ୍ଦ ଭରିଦେବ ।”


Share It

Comments are closed.