କେଉଁ ସବୁ ଖାଦ୍ୟ ଆପଣଙ୍କ ହୃଦଘାତର ଆଶଙ୍କା ବଢାଇଥାଏ, ଆସନ୍ତୁ ଜାଣିବା


ଆମ ମଧ୍ୟରୁ ଅଧିକାଂଶ ଏହା ଜାଣିଥାଉ ଯେ, ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ ଶାରୀରିକ ପରିଶ୍ରମ ନକରିବା କାରଣରୁ ହୃଦଘାତର ଆଶଙ୍କା ବଢିଦେଇଥାଏ । କିନ୍ତୁ ନ୍ୟୁୟର୍କସ୍ଥିତ ମଣ୍ଟେପୋର୍ଟ ମେଡିକାଲ ସେଣ୍ଟର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ, ଯେଉଁମାନେ ତ୍ରୁଟିପୂର୍ଣ୍ଣ ଖାଦ୍ୟଶୈଳୀ ଆପଣାଇଥାନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ୨୭ ପ୍ରତିଶତ ବଢିଯାଇଥାଏ । ଏହି ଅଭ୍ୟାସ ଧିରେ ଧିରେ ଶରୀରକୁ କ୍ଷତି ପହଞ୍ଚାଇଥାଏ ଓ ଦୀର୍ଘ ସମୟ ପରେ ଏହା ହୃଦଘାତର କାରଣ ମଧ୍ୟ ବିନଯାଇଥାଏ । ଖାଦ୍ୟଭାସକୁ ଠିକ ସମୟରେ ସୁଧାରି ନିଆଗଲେ ହୃଦଘାତର ସମ୍ଭାବନାକୁ ଏଡାଇ ନଦିଆଯାଇପାରିବ ।

ପ୍ରାତଃ ଭୋଜନ ନକରିବା – ସକାଳେ ଠିକ ସମୟରେ ଭୋଜନ ନ କରିବା ଏବଂ ବହୁ ସମୟ ପର୍ଯ୍ୟନ୍ତ ଖାଲିପେଟରେ ରହିବା ମୋଟାପଣର ବୃଦ୍ଧି ପାଇଥାଏ । ଏପରି ଅଭ୍ୟାସ ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ପାଇଥାଏ , ଯାହାର ପ୍ରଭାବ ହାର୍ଟ ଉପରେ ପଡିଥାଏ । ପ୍ରାତଃ ଭୋଜନ ନକରିବା ଦ୍ୱାରା ହୃଦଘାତର ଆଶଙ୍କା ୨୭ ପ୍ରତିଶତ ବୃଦ୍ଧିପାଇଥାଏ ।

ଖାଇବା ପରେ ମିଠା ଖାଇବା – ଖାଇବା ପରେ ମିଠା ଖାଇବା ଦ୍ୱାରା ଶରୀରରେ ଗ୍ଲୋକୋଜ ମାତ୍ର ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଫ୍ୟାଟ ବଢିଯାଇ ହୃଦଘାତର ଆଶଙ୍କା ବଢାଇ ଦେଇଥାଏ ।

ଅଧିକ ମସଲାଦାର ଖାଦ୍ୟ – ଅଧିକ ମାତ୍ରାରେ ଲଙ୍କା ଓ ମସଲାଦାର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ମାତ୍ରା ବୃଦ୍ଧି ପାଇଥାଏ । ଏହା ମଧ୍ୟ ହୃଦଘାତର ଆଶଙ୍କାକୁ ବଢାଇଦେଇଥାଏ ।

ଅଧିକ ତୈଳାକ୍ତ ଖାଦ୍ୟ ଖାଇବା – ଅଧିକ ତୈଳାକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମା ହୋଇଥାଏ । ଏହା ଦ୍ୱାରା କୋଲେଷ୍ଟ୍ରଲ ବଢିଯାଇଥାଏ, ଯାହା ହୃଦଘାତର ଆଶଙ୍କା ବଢାଇଦେଇଥାଏ ।

ଅଧିକ ଚର୍ବିଯୁକ୍ତ ମାଂସ ଖାଇବା – ନିଜ ଡାଏଟରେ ଅଧିକ ଚର୍ବିଯୁକ୍ତ ମସଲା ଖାଇବା ଦ୍ୱାରା ଶରୀରରେ ଫ୍ୟାଟ ମାତ୍ରା ବଢିଯାଇଥାଏ । ଏହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି କରି ହୃଦଘାତର ଆଶଙ୍କା ବଢାଇଦେଇଥାଏ ।


Share It

Comments are closed.