ଭାରତରେ ରିଅଲମି ଏକ୍ସ୨ ପ୍ରୋର ଶୁଭାରମ୍ଭ


ଭୁବନେଶ୍ୱର : ଏକ ବିରାଟ ଲମ୍ଫ କ୍ରମରେ ଭାରତର ଏକ ନମ୍ବର ଗୁଣବତ୍ତା ବିଶିଷ୍ଟ ଓ ଦୃତ ଅଭିବୃଦ୍ଧି କରୁଥିବା ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରିଅଲମି ଏହାର ବହୁ ପ୍ରତିକ୍ଷିତ ଫ୍ଲାଗ୍୍ସିପ୍୍ ସ୍ମାର୍ଟଫୋନ୍୍ ରିଅଲ୍ମି ଏକ୍ସ ୨ ପ୍ରୋକୁ ଆଜି ଭାରତରେ ଲଂଚ୍୍ କରିଛି । ଉଦୀୟମାନ ତରୁଣ ବ୍ରାଣ୍ଡ୍୍ର ଏହା ହେଉଛି ପ୍ରଥମ ପ୍ରିମିୟମ୍ ଫ୍ଲାଗସିପ୍୍ ସ୍ମାର୍ଟ । ରିଅଲ୍ମି ଏକ୍ସ ୨ପ୍ରୋରେ ଭାରତର ଦୃତତମ ୫୦ ୱାଟ୍ ସୁପର ଭିଓଓସି ଫ୍ଲାସ୍ ଚାର୍ଜ ରହିଛି( ଯାହା ମାତ୍ର ୩୫ ମିନିଟରେ ୧୦୦ ପ୍ରତିଶତ ଚାର୍ଜ କରିଥାଏ) । ଏହା ସହ ରହିଛି ଦୃତତମ ସ୍ନାପ୍୍ଡ୍ରାଗନ ପ୍ରୋସେସର-ସ୍ନାପ୍୍ଡ୍ରାଗନ୍ ୮୫୫+ । ରିଅଲମି ଏକ୍ସ ଟୁ ପ୍ରୋ ଦୁଇଟି ରଙ୍ଗରେ ଉପଲବ୍ଧ ହେବ- ନେପଚୁନ୍୍ ବ୍ଲୁ ଏବଂ ଲୁନାର ହ୍ୱାଇଟ୍ । କମ୍ପାନୀ ମଧ୍ୟ ରଡେ୍ ବ୍ରିକ୍୍ ଓ କଂକ୍ରିଟ୍୍ ରଙ୍ଗର ମାଷ୍ଟର ଏଡିସନ୍ ଲଂଚ୍ କରିବ । ଯାହାକୁ ପ୍ରଖ୍ୟାତ ଡିଜାଇନର ନାଓଟୋ ଫୁକାସ୍ୱା ଡିଜାଇନ୍ କରିଛନ୍ତି । ଦୁଇ ଭେରିଆଣ୍ଟ(ପ୍ରକାର)ରେ ଏହି ସ୍ମାଟର୍୍ ଫୋନ୍ ଉପଲବ୍ଧ ହେବ-୮+୧୨୮ ଜିବି,ମୂଲ୍ୟ ୨୯,୯୯୯ ଏବଂ ୧୨+୨୫୬ ଜିବି,ମୂଲ୍ୟ ୩୩,୯୯୯ ରହିଛି ଏବଂ ଏହାର ବିକ୍ରି ନଭେମ୍ବର ୨୬ ଆରମ୍ଭ ହେବ । ରେଡ ବ୍ରିକ ଏବଂ କନକ୍ରିଟର ମାଷ୍ଟର ଏଡିସନ ଥିବା ୧୨ + ୨୫୬ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୩୪,୯୯୯ ରହିଛି ।
ରିଅଲମି ମଧ୍ୟ ଏହାର ରିଲେମ୍ ୫ଏସ୍୍ର ଅପଗ୍ରେଡେଡ୍ ଭର୍ସନ ଲଂଚ୍ କରିଛି । ନୂଆ ରିଅଲମି ୫ଏସ୍ ୪୮ ଏମପି କ୍ୱାଡ୍ କ୍ୟାମେରା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ମହାକାୟ ୫୦୦୦ ଏମଏଚ୍ ବ୍ୟାଟେରି ରହିଛି,ଯାହା ଗ୍ରାହକଙ୍କୁ ଅଧିକ ସମୟ ମନୋରଂଜନର ଅନୁଭବ ଦେବ । କ୍ରିଷ୍ଟାଲ୍ ରେଡ୍, କ୍ରିଷ୍ଟାଲ ପର୍ପଲ ଏବଂ କ୍ରିଷ୍ଟାଲ ବ୍ଲୁ ରଙ୍ଗରେ ଏହା ଉପଲବ୍ଧ ହେବ । ଦୁଇ ପ୍ରକାରରେ ଉପଲବ୍ଧ ହେବାକୁ ଥିବା ଏହି ଫୋନର ଗୋଟିଏ ୪+୬୪ ଜିବିର ମୂଲ୍ୟ ୯,୯୯୯ ହୋଇଥିବା ବେଳେ ଅନ୍ୟଟି ୪+୧୨୮ ଜିବି ଓ ମୂଲ୍ୟ୧୦,୯୯୯ ରହିବ । ନଭେମ୍ବର ୨୯ ତାରିଖରୁ ଫ୍ଲିପ୍କାର୍ଟ ଓ ରିଅଲମି ଡଟ୍ କମ/ଇନ୍୍ରେ ଏହା ଉପଲବ୍ଧ ହେବ ।


ଅସାଧାରଣ ଉତ୍ପାଦନ ଦ୍ୱାରା ବଜାରରେ ହଇଚଇ ସୃଷ୍ଟି କରୁଥିବା ରିଅଲ୍ମି ଇଣ୍ଡିଅ ସିଇଓ ମାଧବ ସେଠ୍ କହିଛନ୍ତି ଯେ, “ଆମ ଆମର ବୁଦ୍ଧିମାନ ରିଅଲମି ଗ୍ରାହକଙ୍କ ପାଇଁ ରିଅଲମି ଏକ୍ସ ଟୁ ପ୍ରୋ ଆଣି ଅତ୍ୟନ୍ତ ଉତ୍ସାହିତ ଅଛୁ । କାରଣ ଦେଶରେ ଏହି ମୂଲ୍ୟ ଭିତରେ ଉପଲବ୍ଧ ଫ୍ଲାଗସିପ୍ ସ୍ମାଟଫୋନ ମଧ୍ୟରେ ଏହା ହେଉଛି ସର୍ବୋତ୍ତମ । ଆମେ ରିଅଲ୍ମି ଏକ୍ସ ଟୁ ପ୍ରୋ ସହ ଅଲ୍ଟିମେଟ୍ ଫ୍ଲାଗସିପ୍ ଫୋନକୁ ଲମ୍ଫ ପ୍ରଦାନ କରିଛୁ ଏବଂ ଏହାକୁ ‘ଫାଷ୍ଟର,ବୋଲ୍ଡର ତଥା ସାର୍ପର’ କରିପାରିଛୁ । ୫୦ଡବ୍ଲୁ ସୁପର ଭିଓଓସି ଫ୍ଲାସ୍ ଚାର୍ଜର ଏବଂ ଦୃତତମ ସ୍ନାପଡ୍ରାଗନ ପ୍ରୋସେସର ସହ ଏହା ହେଉଛି ଦେଶର ସବୁଠୁ ଶୀଘ୍ର ଚାର୍ଜ ହେଉଥିବା ସ୍ମାର୍ଟଫୋନ୍ । ଏହାର ଡୁଆଲ ଷ୍ଟେରିଓ ସ୍ପିକର ନୂଆ ଅନୁଭବ ଦେବ । ଏବଂ ଏହାର ୬୪ ଏମପି ମୁଖ୍ୟ କ୍ୟାମେରା, ଯେଉଁଥିରେ ୨୦ଏକ୍ସ ଜୁମ୍୍ ବୈଶିଷ୍ଟ୍ୟ ରହିଛି , ଆମର ‘ଲମ୍ଫ କରିବା ପାଇଁ ସାହସ’ ଦର୍ଶନକୁ ପୁନଃପରିଭାଷିତ କରୁଛି । ଆମ ଗ୍ରାହକଙ୍କ ଏହି ପରମ ସ୍ମାର୍ଟଫୋନର ଉପଭୋଗକୁ ଆମେ ଅପେକ୍ଷା କରିଛୁ”
ରିଅଲ୍ମି ୫ଏସ୍ ଉପରେ ଗୁରୁତ୍ୱ ଦେଇ ମାଧବ କହିଥିଲେ ଯେ, ୧୦ ହଜାର ଟଙ୍କା ମଧ୍ୟରେ ଆମର ରିଅଲ୍ମି ଫଇଭ୍ ଏସ୍ ସର୍ବୋତ୍ତମ ୪୮ଏମପି କ୍ୱାଡ୍ କ୍ୟାମ ସ୍ମାର୍ଟଫୋନ୍ । ଆମେ ଆମ ଗ୍ରାହକଙ୍କୁ ବଡ ପିକ୍ଚର,ବଡ ଷ୍ଟୋରେଜ୍ ଏବଂ ବଡ ବ୍ୟାଟେରି (୫୦୦ଏମଏଚ) ଦେଇ ବେସ୍ ଖୁସୀ ଅନୁଭବ କରୁଛୁ । ଆମ ରିଅଲ୍ମି ୫ ଏବଂ ରିଅଲ୍ମି ୫ ପ୍ରୋକୁ ଗ୍ରାହକଙ୍କ ସମର୍ଥନ ମିଳିଛି ଏବଂ ମୁଁ ନିଶ୍ଚିତ ଯେ, ରିଅଲ୍ମି ୫ ଏସ୍ ବଜାରକୁ ଆଗକୁ ବଢାଇବ ଏବଂ ଉପଭୋକ୍ତାଙ୍କୁ ସର୍ବୋତ୍ତମ କ୍ୟାମେରା ଏକ୍ସପିରିଏନ୍ସ ଦେବ’


Share It

Comments are closed.