ଆରବିଆଇକୁ ଲାଗିଲା ପୁଣି ଝଟକା, ଡେପୁଟି ଗଭର୍ଣ୍ଣର ପଦବୀରୁ ଇସ୍ତଫା ଦେଲେ ‘ବିରଲ ଆଚାର୍ଯ୍ୟ’


ସାତ ମାସ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ଦ୍ୱାରା ଆରବିଆଇ ପୁଣିଥରେ ଝଟକା ଲାଗିଛି । ପ୍ରକାଶ ଥାଉକି ଆଇବିଆଇର ଡୁପେଟି ଗଭର୍ଣ୍ଣର ‘ବିରଲ ଆଚାର୍ଯ୍ୟ’ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୨୦୧୮ରେ ଆରବିଆଇର ପୂର୍ବତ୍ତନ ଗଭର୍ଣ୍ଣର ‘ଉର୍ଜିତ ପଟେଲ’ ନିଜ ପଦବୀରୁ ଇସ୍ତଫା ଦେଇ ସାରିଥିଲେ । ଖାସ କରି ‘ବିରଲ ଆଚାର୍ଯ୍ୟ’ ଆରବିଆଇର ସେହି ଇଚ୍ଚ ପଦସ୍ଥ ଅଧିକାରୀଙ୍କ ମଧ୍ୟରେ ସାମିଲେ ଥିଲେ ଯେଉଁମାନଙ୍କୁ ‘ଉର୍ଜିତ ପଟେଲ’ଙ୍କ ଟିମର ସଦସ୍ୟ ବୋଲି ମାନା ଯାଉଥିଲା ।
ପ୍ରକାଶ ଥାଉକି ‘ବିରଲ ଆଚାର୍ଯ୍ୟ’ଙ୍କ କାର୍ଯ୍ୟକାଳ ପୂରଣ ହେବାର ୬ ମାସ ପୂର୍ବରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତିନି ବର୍ଷର କାର୍ଯ୍ୟକାଳ ପାଇଁ ୨୩ ଜାନୁଆରୀ ୨୦୧୭ରରେ ଆରବିଆଇରେ ସାମିଲ ହୋଇଥିଲେ ।


Share It

Comments are closed.