ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, ଫେରିଲା ଚେତା


ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇଛନ୍ତି। ଖଣି ମାଲିକାନା ପ୍ରସଙ୍ଗରେ ଆୟୋଗ ଏହି ସୁପାରିଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଏକ ପଥର ଖଣି ଲିଜ୍ ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ହେମନ୍ତ ସୋରେନଙ୍କ ବିରୋଧରେ ଖଣି ମାମଲାରେ ତଦନ୍ତ ଚାଲିଛି। ତାଙ୍କ ନାମରେ ପଦର ଅପବ୍ୟବହାର ହେବାର ଅଭିଯୋଗ ରହିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ଯ । ବେଆଇନ ଆବଣ୍ଟନ ନେଇ ବିଜେପି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲା।

ଝାଡଖଣ୍ଡରେ ସରକାର ଚଳାଉଥିବା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିକଳ୍ପ ଉପରେ ମଧ୍ୟ ଆଲୋଚନା କରୁଛନ୍ତି। ସୋରେନ ପରିବାରରୁ ସିଏମ ପଦ ରହିବ ବୋଲି ଚର୍ଚ୍ଚା ହେଉଛି। ଏଥିସହ ହେମନ୍ତ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାମକୁ ବିକଳ୍ପ ଭାବରେ ପଠାଇ ପାରିବେ ବୋଲି କିଛି ଦିନ ପୂର୍ବରୁ ବିଜେପି ଦାବି କରିଥିଲା। ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ଆଜି ଚେତା ଫେରିଛି ଓ ଏମ୍ସ ଦିଲ୍ଲୀର ଡାକ୍ତରଙ୍କ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି । ଅଗଷ୍ଟ ୧୦ ରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏବଂ ବ୍ୟାୟାମ କରୁଥିବା ସମୟରେ ପଡ଼ିଯିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ଅନୁ ଅଗସ୍ତି ଏକ ଭିଡିଓକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, “ରାଜୁ ଭାଇ ଚେତା ଫେରି ପାଇଛନ୍ତି,ସମସ୍ତଙ୍କର ପ୍ରାର୍ଥନା ସଫଳ ହେଇଛି” ପୂର୍ବ ଦିନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଉପରେ ଦିଆଯାଇଥିବା ଉନ୍ନତିରେ କୁହାଯାଇଥିଲା ଯେ ତାଙ୍କ ମସ୍ତିଷ୍କ ବ୍ୟତୀତ ଅନ୍ୟ ଅଙ୍ଗ ସବୁ କାମ କରୁଛି । ମସ୍ତିଷ୍କ ଯେପରି ସଂକ୍ରମଣ ନହୁଏ ସବୁ ପ୍ରକାର ପଦକ୍ଷେପ ନିଆ ଯାଉଛି । ରାଜୁ ଶ୍ରୀବାସ୍ତବଙ୍କୁ ନ୍ୟୁରୋ ଫିଜିଓଥେରାପି ମଧ୍ୟ ଦିଆଯାଉଛି । ସେ ବର୍ତ୍ତମାନ ଏମ୍ସର ସ୍ନାୟୁବିଜ୍ଞାନର ଡାକ୍ତରଙ୍କ ତତ୍ତ୍ଵବଧାନରେ ଚିକିତ୍ସିତ ହେଉଛନ୍ତି।


Share It

Comments are closed.