ନବୀନଙ୍କ ଟିମରେ କ୍ୟାବିନେଟ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଲେ ‘ରାଜା ସ୍ୱାଇଁ ’


ଆଜି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ସମସ୍ତଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ସାରା ଭାରତ ବର୍ଷରେ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାବେଳେ ତାଙ୍କ ଟିମରେ ସାମିଲ ହୋଇଛନ୍ତି ଦଳର ୨୦ ଆଦର୍ଶ ବିଧାୟକ । ନବୀନ ନିଜ ମନ୍ତ୍ରୀ ମଣ୍ଡଳର ନବକଳେବର କରିଥିବାବେଳେ ଏହି ଟିମରେ ସ୍ଥାନ ପାଇଛନ୍ତି ଓଡିଶାର ଦକ୍ଷ ନେତା ଗଣ ।
ଯଦି ଆମେ ନବୀନଙ୍କ ମନ୍ତ୍ରୀମଣ୍ଡଳ ସ୍ଥାନ ପାଇଥିବା ତଥା କ୍ୟାବିନେଟ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିବା ଆଠଗଡ ବିଧାୟକ ତଥା ‘ରାଜା ସ୍ୱାଇଁ ’କଥା କହିବା ତେବେ ଦଳର ସୁପ୍ରିମୋ ନବୀନ ନିଜେ ତାଙ୍କ ଉପରେ ଆର୍ଶିବାଦ ଢାଲିଦେଇଛନ୍ତି । ନବୀନ, ରାଜାଙ୍କ ଉପରେ ନିଜ ଆସ୍ଥା ପ୍ରକଟ କରି ତାଙ୍କୁ ଖାଦ୍ୟ, ଯୋଗାଣ ଓ ସମବାୟ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି । ରାଜା ଦୀର୍ଘ ୨୫ ବର୍ଷ ଧରି ବିଜେଡି ଏବଂ ୩୫ ବର୍ଷ ଧରି ଆଠଗଡ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଆସୁଥିବାବେଳେ ତାଙ୍କର ଦଳ ପ୍ରତି ନିଷ୍ଠା ଏବଂ ତ୍ୟାଗକୁ ଦେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ନେସ୍ତ କରିଛନ୍ତି ।
କେବଳ ଏତିକି ନୁହେଁ ଚଳିତ ନିର୍ବାଚନରେ ରାଜା ପୁଣି ଥରେ ଆଠଗଡ ନିର୍ବାଚନ ମଣ୍ଡଳୀକୁ ବିଜେଡିକୁ ଭେଟି ଦେଇ ରେକର୍ଡ ସଂଖ୍ୟାକ ଭୋଟରେ ବିଜୟୀ ହୋଇଛନ୍ତି । ସାରା ଦେଶରେ ମୋଦି ଲହର ଥିବା ସତ୍ତେ୍ୱ ମଧ୍ୟ ରାଜା, ଆଠଗଡରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ବ୍ୟବଧାରେ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
ରାଜା, ଚଳିତ ନିର୍ବାଚନରେ ସମୁଦାୟ ୯୮,୧୧୪ ଖଣ୍ଡ ଭୋଟ ପାଇଥିବାବେଳେ ସେ ନିଜର ନିଟତତ୍ତମ ପ୍ରତିଦ୍ୱନ୍ଦୀଙ୍କୁ ୫୭,୯୯୫ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହୋଇଛନ୍ତି । ରେକର୍ଡ ସଂଖ୍ୟାକ ଭୋଟ ହାତଇବାରେ ରାଜା ସାରା ରାଜ୍ୟରେ ଏକ ନୂଆ ଇତିହାସ ସୃଷ୍ଟି କରିଥିବାବେଳେ ଏହି କ୍ରମରେ ପ୍ରଥମ ସ୍ଥାନରେ ସୌମ୍ୟ, ଦ୍ୱିତୀୟ ସ୍ଥାନରେ ନବୀନ ଏବଂ ତୃତୀୟ ସ୍ଥାନରେ ରାଜା ରହିଛନ୍ତି । ସେ ପୂର୍ବରୁ ମନ୍ତ୍ରୀମଣ୍ଡଳରେ କ୍ରୀଡା ଏବଂ ଯୁବ ବ୍ୟାପର ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଥିବାବେଳେ ଏବେ ପୁଣି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳୀକୁ ଫେରି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ।


Share It

Comments are closed.