ପିୟୁସ ଗୋଏଲଙ୍କ ଦୃଢକ୍ତି: ୨୦୧୯ରେ ବିଜେପି ଏକାକୀ ଜିତିବ ୩୦୦ରୁ ଅଧିକ ସିଟ


ମୋଦି ସରକାରଙ୍କୁ ନେଇ ଆଗାମୀ ନିର୍ବାଚନ ସମ୍ବନ୍ଧିତ ଏକ ବଡ ଖବର ସାମନାକୁ ଆସିଛି । ୨୦୧୯ରେ ହେବାକୁ ଥିବା ନିର୍ବାଚନରେ ବିଜେପିକୁ ଏକାକୀ ୩୦୦ରୁ ଉର୍ଦ୍ଧରୁ ଆସନ ମିଳିବ ବୋଲି ଆଶା କରାଯାଉଛି । ଏହା ଆମେ କହୁ ନାହୁଁ ବରଂ କେନ୍ଦ୍ର ସରକାରର ମନ୍ତ୍ରୀ ପଦରେ ଥିବା ପିୟୁସ ଗୋଏଲ ଏହି କଥାକୁ ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ସେ କରିଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ବିଜେପି ୨୦୧୯ରେ ୨୯୭ରୁ ୩୦୩ଟି ଲୋକସଭା ଆସନ ଜିତିବ ବୋଲି ଆଶା କରାଯାଇଛି । ଏହି ସର୍ବେକ୍ଷଣରେ ସାରା ଦେଶରୁ ପ୍ରାୟ ୫.୪ ଲକ୍ଷରୁ ଉର୍ଦ୍ଧ ଲୋକ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ପିୟୁସ କହିଛନ୍ତି ଯେ, “ସେ ୨୦୧୩ରେ ଠିକ ଏହିଭଳି ଏକ ସର୍ବେକ୍ଷଣ କରିଥିଲେ, ଯାହା ଫଳରେ ଭାଜପାକୁ ୨୦୧୪ରେ ବହୁମତ ମିଳିଥିଲା” । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ ସେ ୨୦୧୯ ପାଇଁ ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ସର୍ବେକ୍ଷଣ କରିଥିଲେ । ଏହା ପରେ ମୋତେ ଜାଣି ଖୁସି ଲାଗିଲା ଯେ, ବିଜେପି ୨୦୧୯ରେ ନିଜ ଦମରେ ଏକାକୀ ୨୯୭ରୁ ୩୦୩ଟି ଲୋକସଭା ଆସନ ଜିତିବ ।”
ସେ ଆହୁରୀ ମଧ୍ୟ କହିଛନ୍ତି, ଏହି ସର୍ବେକ୍ଷଣ ଏକ ପ୍ରାଇଭେଟ ଏଜେନସି ଦ୍ୱାରା କରାଯାଇଥିଲା ଏବଂ ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ଅଂଶଦାତା ପୂର୍ବରୁ ଅନ୍ୟ କୌଣସି ସର୍ବେକ୍ଷଣରେ ଅଂଶ ନେଇନଥିଲେ ।


Share It

Comments are closed.