୩୫୦ କୋଟିରୁ ଉର୍ଦ୍ଧ ମୂଲ୍ୟରେ ନିଲାମ ହେଲା ଗୋଲାପୀ ହୀରା


ବିକ୍ରି ହୋଇଯାଇଛି ଦୁନିଆର ସବୁଠାରୁ ଦୁର୍ଲଭ ଏବଂ ଦାମୀକିଆ ଗୋଲାପି ହୀରା । ଏଇ ଗୋଲାପୀ ହୀରା ୧୯ କ୍ୟାରେଟର ହୋଇଥିବାବେଳେ ଜେନେଭା ଠାରୁ ଅନୁଷ୍ଠିତ ହୋଇଥିବା ଏହି ହୀରାର ନିଲାମୀ ଅବସରରେ ୟୁଏସ ବ୍ରାଣ୍ଡ ‘ହ୍ୟାରି ୱିନଷ୍ଟୋନ’ ଏହାକୁ କିଣିଛନ୍ତି ।
ପୂର୍ବରୁ ଏହି ଗୋଲାପୀ ହୀରାର ମୂଲ୍ୟ ୩୫୦ କୋଟି ଅର୍ଥାତ ହେବ ବୋଲି ଆକଳନ କରାଯାଇଥିବାବେଳେ ଏବେ ଏହା ୩୫୦ କୋଟିରୁ ଉର୍ଦ୍ଧ ମୂଲ୍ୟରେ ବିକ୍ରି ହୋଇଯାଇଛି । ଏଇ ହୀରାର ମୂଲ୍ୟକୁ ଦେଖିଲେ ଏହା ଅନୁମାନ କରାଯାଇ ପାରୁଛି ଏବେ କେତେ ଦୁର୍ଲଭ ଏବଂ ଦାମୀକିଆ ।
ପୂର୍ବରୁ ଏହି ପିଙ୍କ ଲିଗାସି ଅନେକ ଦଶନ୍ଧି ଧରି ‘ ଦି ବିଗର ଡାଇମଣ୍ଡ ମାଇନିଙ୍ଗ କମ୍ପାନୀ’ ଚଳାଉଥିବା ଓପନହାଇମର ପରିବାର ସହ ଯୋଡି ହୋଇ ରହିଥିଲା ।
ଏହାକୁ ନିଲାମ କରିଥିବା ‘କ୍ରିଷ୍ଟାଇ’ ପକ୍ଷରୁ ଏହା ସୂଚନା ଦିଆଯାଇଛି, ପୂର୍ବରୁ କେବେବି କୌଣସି ୧୯ କ୍ୟାରେଟର ଗୋଲାପୀ ହୀରା ନିଲାମ କରାଯାଇ ନାହିଁ । ଏହା ପୂର୍ବରୁ ୪ଟି ୧୦ କ୍ୟାରେଟରୁ ଅଧିକ ଓଜନ ଥିବା ଗୋଲାପୀ ହୀରା ବିକ୍ରି କରାଯାଇଛି । ଗତ ବର୍ଷ ନଭେମ୍ବରରେ ଏହିଭଳି ଏକ ୧୫ କ୍ୟାରେଟର ଗୋଲାପୀ ହୀରା ୩୨୦.୫ କୋଟିରେ ବିକ୍ରି ହୋଇଥିଲା । ଯାହାରକି ପ୍ରତି କ୍ୟାରେଟ ପିଛା ମୂଲ୍ୟ ୨୦.୧୬୭ ଲକ୍ଷ ରହିଥିଲା ।
କ୍ରିଷ୍ଟାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆୟାତାକାର ବିଶିଷ୍ଟ ଏହି ଗୋଲାପୀ ପଥରଟି ୧୦୦ ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ଖଣିରୁ ଖନନ ସମୟରେ ମିଳିଥିଲା ।


Share It

Comments are closed.