୨୯ ବର୍ଷ ତଳେ ଆଜିର ହିଁ ଦିନରେ ଭାରତକୁ ମିଳିଥିଲା ଜଣେ ମହାନ କ୍ରିକେଟର


କ୍ରିକେଟର ଭଗବାନ ତଥା ଟିମ ଇଣ୍ଡିଅ।ର ଶ୍ରେଷ୍ଠ ଖେଳାଳୀ ସଚିନ ତେନ୍ଦୁଲକର ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟରେ ଡେଭିୟୁ କରିଥିଲେ । ଏହି ସମୟରେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଥିଲା । ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପ୍ରଥମ କରି ନିଜ କ୍ରିକେଟ କ୍ୟାରିୟର ପ୍ରଥମ ଇଂନିସ ଖେଳିଥିଲେ । ସେହି ସମୟରେ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାନ ଥିବାବେଳେ ଭାରତୀୟ ଦଳର ଅଧିନାୟକ କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ଥିଲେ । ଏମାନଙ୍କ ସମେତ ଦଳରେ ଗାଭାସ୍କର, ମହେନ୍ଦ୍ର ଅମରନାଥଙ୍କ ଭଳି ଅନେକ ବିଶିଷ୍ଟ ଖେଳାଳୀ ମଧ୍ୟ ଖେଳୁଥିଲେ ।
ଏହି ମ୍ୟାଚରେ ସଚିନଙ୍କୁ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ସୁଯୋଗ ଦିଆଯାଇଥିଲା । ସଚିନ ଏହି ମ୍ୟାଚରେ ୬ ଡାଉନରେ ବ୍ୟାଟିଙ୍ଗ କରିବାକୁ ଆସିଥିଲେ କିନ୍ତୁ ମାତ୍ର ୨୪ଟି ବଲରେ ୧୫ ରନ ସଂଗ୍ରହ କରି ୱାକର ୟୁନିସଙ୍କ ବଲରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ସଚିନ ଏହି ମ୍ୟାଚରେ ଅଳ୍ପ ରନ ସଂଗ୍ରହ କରି ଆଉଟ ହୋଇଯାଇଥିବାବେଳେ କିନ୍ତୁ ତାଙ୍କର ସେହି ଆର୍କମଣାତ୍ମକ ଖେଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ, ଯାହା ଫଳରେ ସେ ଦଳରେ ନିୟମିତ ବ୍ୟାଟ୍ସମ୍ୟାନ ଋପେ ଦଳରେ ଯୋଡି ହୋଇଯାଇଥିଲେ ।
କରାଚୀରେ ୧୫ ନଭେମ୍ବର ୧୯୮୯ରେ ଆୟୋଜିତ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ସଚିନଙ୍କ ସମେତ ପାକିସ୍ତାନର ୱାକର ୟୁନିସ ମଧ୍ୟ ଏହି ମ୍ୟାଚରେ ଡେଭିୟୁ କରିଥିଲେ । ସଚିନ ୧୬ ବର୍ଷ ବୟସରେ ଆନ୍ତର୍ଜାତିକ ମ୍ୟାଚରେ ଡେଭିୟୁ କରିଥିବାବେଳେ ସେହି ସମୟରେ ୱାକର ୟୁନିସଙ୍କୁ ୧୮ ବର୍ଷ ହୋଇଥିଲା । ଏହି ମ୍ୟାଚରେ ୱାକର ୟୁନିସ ୪ ଟି ୱିକେଟ ନେଇ ସୁନାମ ଅର୍ଜନ କରିଥିବାବେଳେ ଆସୁଥିବା ଦିନ ମାନଙ୍କରେ ନିଜର ସର୍ବୋଉତ୍ତମ ପ୍ରଦର୍ଶନ ଦେଖାଇ ପାକିସ୍ତାନର ଶ୍ରେଷ୍ଠ ବୋଲର ରୂପରେ ସୁନାମ ଅର୍ଜନ କରିସାରିଥିଲେ ।
ଅକ୍ଟୋବର ୧୯୯୫ରେ ସଚିନ, ୱାର୍ଲଡ ଟେଲ ସହିତ ୩୧.୫ କୋଟିର ଏକ କଣ୍ଟ୍ରାକ୍ଟରେ ସାଇନ କରିଥିଲେ । ଯାହା ଫଳରେ ସେ ଦୁନିଆର ସବୁଠାରୁ ଧନୀ କ୍ରିକେଟର ବନୀ ଯାଇଥିଲେ ।
ସେହି ସମୟରେ ସଚିନ ଫରାରି କାର କିଣିଥିବାର ଚର୍ଚ୍ଚା ଜୋରସେ ଧରିଥିବାବେଳେ ତାଙ୍କର ପ୍ରଥମ କାର ମାରୁତି ସୁଜିକି -୮୦୦ ଅଟେ ।

କେବଳ ଏତିକି ନୁହେଁ ସଚିନ ଥାର୍ଡ ୱେମ୍ପେୟାର ଦ୍ୱାରା ଆଉଟ ଦିଆଯାଇଥିବା ପ୍ରଥମ ଆନ୍ତର୍ଜାତିକ ଖେଳାଳୀ ଅଟନ୍ତି । ୧୯୯୨ରେ ସଚିନ ଡରବନ ଟେଷ୍ଟରେ ଜଣ୍ଟି ରୋଡସଙ୍କ ଦ୍ୱାରା ରନ ଆଉଟ କରାଯିବା ପରେ ଥାର୍ଡ ୱେମ୍ପେୟାର ଦ୍ୱାରା ଏହି ଆଉଟକୁ ସ୍ୱକୃତୀ ପ୍ରଦାନ କରାଯାଇଥିଲା ।
ସଚିନ ଯେତେବେଳେ ରଣଜୀ, ଇରାନୀ, ଦୀଲିପ ଟ୍ରଫିରେ ଡେଭିୟୁ କରିଥିଲେ ସେତେବେଳେ ସେ ପ୍ରଥମ ଥର ସବୁ ମ୍ୟାଚରେ ଶତକ ଲଗାଇଥିଲେ ।

ସଚିନ ୪୬୩ଟି ଦିନିକିଆ ମ୍ୟାଚ ଖେଳି ୧୮୪୨୬ ରନ ସଂଗ୍ରହ କରିଥିବାବେଳେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୧୫୯୨୧ ରନ ସଂଗ୍ରହ କରିସାରିଛନ୍ତି । ସେ ହେଉଛନ୍ତି ଏମିତି ଜଣେ ଖେଳାଳୀ ଯାହାଙ୍କ ନାମରେ ପ୍ରଥମ ଦ୍ୱିଶତକ ଏବଂ ୧୦୦ ଶତକ ଲଗାଇବାର ରେକର୍ଡ ରହିଛି । ସେ ୬୨ ଥର ମ୍ୟାନ ଅଫ ଟି ମ୍ୟାଚ ରୂପେ ବିବେଚିତ ହୋଇଥିବାବେଳେ ୧୫ ଥର ମ୍ୟାନ ଅଫଟି ସିରିଜ ରୂପେ ବିବେଚିତ ମଧ୍ୟ ହୋଇଛନ୍ତି ।


Share It

Comments are closed.