ସ୍ୱିଗି ମାଧ୍ୟମରେ ଏବେ ଘରେ ବସି ପାଇପାରିବେ ସୁସ୍ୱାଦୁ ଖାଦ୍ୟ


ଭାରତର ଅଗ୍ରଣୀ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ୱିଗି, ଏହାର ସେବା ଭୁବନେଶ୍ୱରରେ ଆରମ୍ଭ କରିଛି । ଗତ ଆଠ ମାସରେ ସ୍ୱିଗି ୩୫ଟି ନୂତନ ସହର ମଧ୍ୟକୁ ପ୍ରବେଶ କରିଛି । ୧୫୦ରୁ ଅଧିକ ରେଷ୍ଟୁରାଣ୍ଟମାନଙ୍କ ସହିତ ଜଡ଼ିତ ଥିବା ପ୍ଲାଟଫର୍ମରେ ବର୍ତ୍ତମାନ ଗ୍ରିନ୍ ଚିଲିଜ୍, ଓଡ଼ିଶା ହୋଟେଲ୍, ବିରିଆନୀ ବକ୍ସ, ତନ୍ଦୁରିୱାଲା, ସର୍ଦ୍ଦାର ଜୀ, ଜୁଗାଡ଼ ଜେଏନ୍, କବାବ୍ସ ଆଣ୍ଡ କରିଜ୍, ଓକ୍ ଅନ୍ ଆଦି ଉପଲବ୍ଧ ହେବେ ।
ସ୍ୱିଗି ଭୁବନେଶ୍ୱରର ପଟିଆ ଓ ଚନ୍ଦ୍ରଶେଖରପୁରଠାରେ ସେବାର ଆରମ୍ଭ କରିସାରିଛି ଏବଂ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହା ଶହିଦନଗର ଓ ଜୟଦେବ ବିହାରକୁ ସଂପ୍ରସାରିତ ହେବାକୁ ଯାଉଛି । ଏହି ସେବା ୬ କିମି ମଧ୍ୟରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି । ଏଥିରେ ଉପଭୋକ୍ତାମାନେ ସର୍ବନିମ୍ନ ଅର୍ଡର୍ ଭ୍ୟାଲୁ ଉପରେ କୌଣସି ପ୍ରତିବନ୍ଧକ ବିନା ରେଷ୍ଟୁରାଣ୍ଟ ମାନଙ୍କରୁ ଖାଦ୍ୟ ମଗାଇପାରିବେ ଏବଂ ଏହା ସହିତ ଉପଭୋକ୍ତାମାନେ ମଧ୍ୟ ସ୍ୱିଗି ଆପ୍ ମାଧ୍ୟମରେ ସେମାନଙ୍କ ଅଡରକୁ ସିଧାସଳଖ ଟ୍ରାକ୍ କରିପାରିବେ ।
ଏହି ଶୁଭାରମ୍ଭ ଅବସରରେ ଶ୍ରିବତ୍ସ ଟିଏସ୍, ସ୍ୱିଗିର ଉପସଭାପତି- ମାର୍କେଟିଂ ପ୍ରକାଶ କରିଛନ୍ତି ଯେ, “ଭୁବନେଶ୍ୱର ହେଉଛି ଆମର ଉଡ଼ିଶାରେ ପ୍ରଥମ ପ୍ରବେଶ ସ୍ଥଳୀ । ସ୍ୱିଗି, ଖାଦ୍ୟ ପ୍ରତି ଥିବା ଏହି ସହରର ରୁଚିକୁ ବୁଝିଥାଏ ଏବଂ ଏଠାରେ ଦୃତ ଓ ଅବିରତ ସେବା ଯୋଗାଇ ଆମେ ଖୁବ୍ ଉତ୍ସାହିତ ।”


Share It

Comments are closed.