ବିମାନ ଭିତରେ ଉଡ଼ିଲା ପାରା, ଯାତ୍ରୀମାନେ କଲେ ହଙ୍ଗାମା


ଅହମ୍ମଦାବାଦରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା ଆରମ୍ଭ ହୋଇଗଲା, ଯେତେବେଳେ ଏହାର ଲଗେଜ୍ କେଶ୍ ମଧ୍ୟରୁ ଏକ ପାରା ବାହାରିଥିଲା । ଶୁକ୍ରବାର ଏୟାର ଇଣ୍ଡିଆର ବିମାନ ଜି୮-୭୦୨ ଅହମ୍ମଦାବାଦରୁ ଜୟପୁରକୁ ଉଡ଼ାଣ ଭରୁଥିଲା । ଯେତେବେଳେ ପାଇଲଟ୍ ଆକାଶ ମାର୍ଗରେ ଉଡ଼ାଣ ଭରିବାକୁ ଯାଉଥିଲେ, ସେହି ସମୟରେ ବିମାନର ଲଗେଜ୍ ସେଲ୍ଫରୁ ଏକ ପାରା ବାହାରିଥିଲା । ଜଣେ ଯାତ୍ରୀ ତାଙ୍କର ଲଗେଜ୍ ରଖିବା ପାଇଁ କେଶ୍ ଖୋଲିବା ମାତ୍ରକେ ଏହିପରି ହୋଇଥିଲା । ତେବେ ପାରାଟିକୁ ବିମାନ ମଧ୍ୟରେ ଦେଖି ଯାତ୍ରୀମାନେ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ ।

ବିମାନର କର୍ମଚାରୀମାନେ ଯାତ୍ରୀଙ୍କୁ ଶାନ୍ତ କରାଇଥିଲେ ଏବଂ ଏୟାରଲାଇନ୍ ଷ୍ଟାଫ୍ ଏହି ଘଟଣାର ତଦନ୍ତ ଦାୟୀତ୍ୱ ତୁରନ୍ତ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଦେଇଥିଲେ । ଏହାପରେ ବିମାନର ଗେଟ୍ ଖୋଲାଯଅଇଥିଲା । ଶେଷରେ ଅନେକ କସ୍‌ରତ୍ କରିବା ପରେ ବିମାନ ମଧ୍ୟରୁ ପାରାଟି ବାହାରିଥିଲା । ଯାତ୍ରୀମାନଙ୍କ ମଧ୍ୟରେ କିଛି ସେମାନଙ୍କ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲେ ।


Share It

Comments are closed.