ମଶାଣିରେ କଙ୍କାଳ ସହ ଜଣେ ମହିଳା ନାଚୁଥିବାର ଦୃଶ୍ୟ ହେଉଛି ସୋସିଆଲ ମିଡିଆରେ ଭାଇରାଲ, ଲୋକଙ୍କ ମନରେ ଖେଳିଯାଇଛି ଭୟ


ମଶାଣି ନାମ ଶୁଣିଲେ ସମସ୍ତଙ୍କ ମନରେ ଭୟ ଖେଳିଯାଏ । ଯଦି ଆମେ ଏହାର ଆଖପାଖ ଦେଇ ଯାଉ ତେବେ ଆମ ମନରେ ଡର ମଧ୍ୟ ରହିଥାଏ । ଭାବନ୍ତୁ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ କଙ୍କାଳ ଧରି ନାଚୁ ଥିବାରୁ ଦେଖିବାକୁ ମିଳେ ତେବେ ଆପଣଙ୍କୁ କେମିତି ଲାଗିବ ? ସ୍ୱାଭାବିକ କଥା, ଡରତ ନିଶ୍ଚୟ ଲାଗିବ । ଏହି ଦୃଶ୍ୟ ନିଶ୍ଚିତ ଭୟଙ୍କର ଅଟେ । ତେବେ ଏହିଭଳି ଏକ ମାମଲା ୟୁକେର ହଲ ସହରରୁ ଦେଖିବାକୁ ମିଳିଛି । ସେଠାରେ ଜଣେ ନନ୍‌, କଙ୍କାଳ ସହ ନାଚୁ ଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଏହାର ଆଖପାଖର ଅନେକ ଲୋକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।


ହଲ ଲାଇଭ ଅନୁଯାୟୀ, ଏହି ଘଟଣାକୁ ନେଇ ଅନେକ ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହା ସତ୍ୟ ଘଟଣା ବୋଲି ଲୋକଙ୍କୁ ବିଶ୍ୱାସ ମଧ୍ୟ ହେଉ ନାହିଁ । ଡେଲିଷ୍ଟାର ଏହି ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି । ଡେଲିଷ୍ଟାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ହଲ ସାଧାରଣ ମଶାଣି ପାଖରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମହିଳା ଜଣକ ନନ୍‌ଙ୍କ ଭଳି ଏକ ପୋଷାକ ପରିଧାନ କରିଥିଲେ, ସେ କଙ୍ଗାଳ ସହ ଖୁସି ହୋଇ ଖେଳୁ ଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ଏକ କୁକୁର ମଧ୍ୟ ଥିଲା ।
ଏହି ଘଟାଣା ସଂପର୍କରେ ଲୋକେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନାଚୁଥିବା ଏହି ନନ୍ କୌଣସି ଷେଣ୍ଟ ଏବଂ ଆର୍ଟ ପ୍ରୋଜେକ୍ଟର ଅଂଶ ହୋଇଥାଇ ପାରନ୍ତି । ସେପଟେ ଆଉ କେତେ ଜଣ କହିଛନ୍ତି ଯେ, ନାଚୁଥିବା ଏହି ମହିଳା ଶୁନସାନ ଅଞ୍ଚଳରେ ଅଛି ଯେଉଁଠାରେ ୫୦ ବର୍ଷ ହେବ କାହାକୁ କବର ଦିଆଯାଇ ନାହିଁ । ଏହି ମଶାଣି ୧୮୪୭ ରେ ବନା ଯାଇଥିଲା ଏବଂ ୧୯୭୨ରେ ବନ୍ଦ କରି ଦିଆଯାଇଥିଲା ।


Share It

Comments are closed.