ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପିଜି ପାଇଁ ମେରିଟ ଲିଷ୍ଟ


ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ଏବଂ ଡିଗ୍ରି କଲେଜମାନଙ୍କରେ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମ ପାଇଁ ମେରିଟ ଲିଷ୍ଟ ଆସନ୍ତା ମାସ ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ । ଅଗଷ୍ଟ ୨୫ରେ ଏହି ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏହାର ତାରିଖ ପୋଷ୍ଟପୋନ କରିଛି । ଏହାର ତାଲିକା ପ୍ରକାଶ ପାଇବା ପରେ ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରାରମ୍ଭ ହେବ । ରାଜ୍ୟରେ ସମୁଦାୟ ୫୭,୨୯୭ଜଣ ବିଦ୍ୟାର୍ଥୀ ଏହି ପିଜି ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ବର୍ତ୍ତମାନର ନୂତନ ନୋଟିଫିକେସନ ଅନୁଯାୟୀ ସେପ୍ଟେମ୍ବର ୧୫ତାରିଖରେ ଅପରାହ୍ନ ୪ଟାରେ ସିଟ ଆଲର୍ଟମେଣ୍ଟ ହେବ ଏବଂ ୧୬ ତଥା ୧୭ରେ ନାମଲେଖା ହେବ । ସେହିପରି ୨୩ରେ ଦିନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୪ ତଥା ୨୫ରେ ନାମଲେଖା ହେବ । ସେହିପରି ୨୯ରେ ବଳକା ସିଟ ପାଇଁ ଏବଂ ଅକ୍ଟୋବର ୧୦ରେ ସ୍ପଟ ନାମଲେଖା ଲାଗି ମେରିଟ ଲିଷ୍ଟ ପ୍ରକାଶ ପାଇବ ।


Share It

Comments are closed.