ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ


କଟକ: ରାଜ୍ୟର ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାତା ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏଡବ୍ଲ୍ୟୁଆର୍ ସର୍ଜନ୍‌ସ କମ୍ୟୁନିଟି ସମର୍ଥନରେ ହାର୍‌ନିଆ ସର୍ଜିକାଲ କେୟାର ଉପରେ ଏକ ଦୁଇଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୂର୍ବାଂଚଳ ଭାରତରୁ ପ୍ରାୟ ୧୫୦ରୁ ଅଧିକ ସର୍ଜନଙ୍କ ଅଂଶଗ୍ରହଣ ସହିତ ଅଗଷ୍ଟ ୨୦ ଓ ୨୧ ତାରିଖରେ ଶାନ୍ତି ମେମୋରିଆଲ ହସ୍ପିଟାଲଠାରେ କଟକରେ ଏକ ଲାଇଭ୍ ଅପରେଟିଭ୍ ସର୍ଜରୀ କନ୍‌ଫରେନ୍ସ ଆୟୋଜିତ ହେବ । ଏହି କନ୍‌ଫରେନ୍ସରେ ନ୍ୟାସ୍‌ନାଲ ଫ୍ୟାକ୍‌ଲଟିଙ୍କର ଏକ ଗ୍ରୁପ୍ ମଧ୍ୟ ଅଂଶଗ୍ରହଣ କରିବେ । ଏହି କନ୍‌ଫରେନ୍ସ ଲାପାରୋସ୍କୋପିକ୍‌, ଓପନ୍ ଓ ରୋବୋଟିକ୍ ହାର୍ନିଆ ସର୍ଜରୀକୁ କଭର କରୁଥିବା ସରଳରୁ ଜଟିଳ, ୧୪ଟି ଭିନ୍ନ ଭିନ୍ନ ଅପରେଶନ ପ୍ରଦର୍ଶନ କରିବ । ଏଠାରେ କନ୍‌ଫରେନ୍ସ ସ୍ଥାନକୁ ଏହି ସର୍ଜରୀଗୁଡିକର ଲାଇଭ୍ ଟ୍ରାନ୍ସମିଶନ କରାଯିବ । ଏହାଛଡା କନ୍‌ଫରେନ୍ସରେ ଭିନ୍ନ ଭିନ୍ନ ସର୍ଜିକାଲ ପଦ୍ଧତିଗୁଡିକ ଉପରେ ମଧ୍ୟ ଆଲୋଚନା ହେବ ।

ଆଧୁନିକ ହାର୍ନିଆ ସର୍ଜରୀକୁ ଏବେ ଆବ୍‌ଡୋମିନାଲ ୱାଲ୍ ରିକନ୍‌ଷ୍ଟ୍ରକ୍‌ଶନ (ଏଡବ୍ଲ୍ୟୁଆର୍‌) କୁହାଯାଉଥିବା ଏକ ଏମର୍ଜିଙ୍ଗ ସ୍ପେଶିଆଲିଟି ଭାବେ ବିବେଚନା କରାଯାଉଛି । ରମଣ ଏଡବ୍ଲ୍ୟୁଆର୍ ସର୍ଜନସ୍ କମ୍ୟୁନିଟି ସ୍ଥାପନ କରିଥିଲେ ଯାହା ସମସ୍ତ ପ୍ରକାରର ହାର୍ନିଆର ଚିକିତ୍ସା , ବିଶେଷ କରି ସବୁଠାରୁ କଷ୍ଟକର ଓ ବଡ ଆକାରଗୁଡିକ ପାଇଁ ନୂତନ ଓ ଅଧିକ ଆଧୁନିକ ପଦ୍ଧତିଗୁଡିକୁ ପ୍ରଶିକ୍ଷଣ ଓ ପ୍ରସାର କରିବାରେ ଯାହାଯ୍ୟ କରିଛି । ଭାରତରେ ୨୦,୦୦୦ରୁ ଅଧିକ ସର୍ଜନ ଗତ ୫ ବର୍ଷ ମଧ୍ୟରେ ପ୍ରଶିକ୍ଷିତ ହୋଇଛନ୍ତି ଏବଂ ଭାରତରେ ରୋଗୀମାନେ ବର୍ଦ୍ଧିତ ରୂପେ ୟଏସ ଭଳି ଏହି ସ୍ଥିତି ପାଇଁ ହାଇ ଏଣ୍ଡ୍ ମିନିମାଲି ଇନ୍‌ଭାସିଭ୍ ସର୍ଜିକାଲ କେୟାର ପାଇଁ ପହଂଚ ପାଇପାରୁଛନ୍ତି । ହାର୍ନିଆ ସର୍ଜରୀ ପାଇଁ ଆଧୁନିକ ପଦ୍ଧତିଗୁଡିକରେ ଓପନ୍‌, ଲାପାରୋସ୍କୋପିକ୍ ଓ ରୋବୋଟିକ୍ ପ୍ଲାଟ୍‌ଫର୍ମ ସାମିଲ ରହିଛି ।

ଡଃ ଶ୍ରୀଜୟ ପଟ୍ଟନାୟକ ଗତବର୍ଷ ନିଜ ହସ୍ପିଟାଲରେ ଏକ ସିଏମ୍‌ଆର୍ ସର୍ଜିକାଲ ରୋବଟ ଇନ୍‌ଷ୍ଟଲ୍ କରିଥିଲେ, ଯାହା ପ୍ରଥମ ଥର ପାଇଁ ଓଡିଶାରେ ରୋବୋଟିକ୍ ସର୍ଜରୀଗୁଡିକ ପାଇଁ ସୁଯୋଗକୁ ଉନ୍ମୁକ୍ତ କରିଛି । ସେ କହିଛନ୍ତି, ‘ ରୋଗୀମାନେ ପ୍ରାୟତଃ ଯନ୍ତ୍ରଣା-ମୁକ୍ତ ରିକଭରି ଓ ସର୍ବନିମ୍ନ ଦାଗ ସହିତ ଖୁବ୍ ଖୁସି ଅଛନ୍ତି । ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି ଉଚିତ ମୂଲ୍ୟ ଦେଉଛି । ମୁଁ ନିଶ୍ଚିତ ଯେ, ରୋଗୀମାନେ ଓ ସର୍ଜନମାନେ ହାର୍ନିଆ ସର୍ଜିକାଲ କେୟାରରେ ଏହି ଆଦର୍ଶ ବିକାଶ ପ୍ରତି ସକାରାତ୍ମକ ପ୍ରତିକ୍ରିୟା ଦେବେ ।’

ଇଭେଂଟ୍ ସମ୍ପର୍କରେ ମତ ରଖି, ଶାନ୍ତି ମେମୋରିଆଲ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଓ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡଃ ସି ଆର୍ ଦାସ କହିଛନ୍ତି, “ଏଡବ୍ଲ୍ୟୁଆର୍‌ର କ୍ଷେତ୍ର କୋଲ୍‌କାତା, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରଗୁଡିକରେ ସୁପ୍ରତିଷ୍ଠିତ ହୋଇପାରିଥିବା ବେଳେ ଓଡିଶାରେ ଏବେ ବି ଏହାକୁ ଗ୍ରହଣ କରାଯାଇନାହିଁ । ମୁଁ ଗର୍ବ ଅନୁଭବ କରୁଛି ଯେ, ଆମେ ଏଡବ୍ଲ୍ୟୁଆର୍ ସର୍ଜନ୍‌ସ କମ୍ୟୁନିଟିର ବ୍ୟାନର୍ ଅଧିନରେ ସ୍ଥାନୀୟ ସର୍ଜନଙ୍କ ପାଇଁ ଏହି ପ୍ରଶିକ୍ଷଣ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରି ଉକ୍ତ ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛୁ ।”

ସେହିପରି ଡଃ ରମଣ କହିଛନ୍ତି, “ହାର୍ନିଆ ହେଉଛି ଏକ ପ୍ରମୁଖ ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା କାରଣ ସ୍ୱାସ୍ଥ୍ୟ ଓ ସମାଜର ଏହାର ମୂଲ୍ୟ ବହୁତ ଅଧିକ । ୟୁଏସ୍‌ରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ ହାର୍ନିଆ ଅପରେଶନ ହେଉଥିବା ବେଳେ, କମ୍ ତଥ୍ୟ କାରଣରୁ ଭାରତରେ ଏହାର ସଂଖ୍ୟା ସମ୍ପର୍କରେ ଆମେ ଅବଗତ ନାହୁଁ । କିନ୍ତୁ ଏହା ସମ୍ଭବ ଯେ, ସି-ସେକ୍ସନ କିମ୍ବା ହିଷ୍ଟେରେକେ୍‌ଟାମିଜ୍ କରାଇଥିବା ୨୦% ପର୍ଯ୍ୟନ୍ତ ମହିଳାଙ୍କଠାରେ ଇନ୍‌ସିଜିଓନାଲ ହାର୍ନିଆ ବିକଶିତ ହୋଇଥାଏ ।”


Share It

Comments are closed.