ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେଲା


ରାଜ୍ୟରେ ବନ୍ୟାର ବିପତି କମ ହୋଇଆସୁଥିବା ବେଳେ ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବର୍ତ୍ତମାନ ସମୁଦାୟ ୧୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳ ସ୍ତର ୬୨୧କୁ ଖସିଯାଇଛି । ହୀରାକୁଦ ଡ୍ୟାମରେ ବର୍ତ୍ତମାନ ୧, ୮୩, ୩୮ କ୍ୟୁସେକ ଜଳ ପ୍ରବାଶ କରୁଛି ଏବଂ ୩,୫୪, ୬୦୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅନ୍ୟପକ୍ଷେ ବର୍ଷାର ପ୍ରକୋପ କମ ଥିବାରୁ ମୁଣ୍ଡୁଳି ଠାରେ ମଧ୍ୟ ଜଳ ସ୍ତର କମ ହେବାକୁ ଲାଗିଛି ।ପୂର୍ବରୁ ପ୍ରବଳ ବର୍ଷା ହେତୁ ହୀରାକୁଦରେ ୪୦ଟି ଗେଟ ଖୋଲାଯାଇଥିଲା ଏବଂ ପରେ ବର୍ଷା କମିବା ପରେ ଧିରେ ଧିରେ ଗେଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଓଡିଶାରୁ ବନ୍ୟାର ବିପତ୍ତି କମ ହୋଇଯାଇଛି ।


Share It

Comments are closed.