ଫାର୍ମାସ୍ୟୁଟିକାଲ୍ସର ପ୍ୟାକେଜିଂ ପାଇଁ ପିଇଟି ବୋତଲ ନିରାପଦ: ଏନଜିଟି


ଭୁବନେଶ୍ୱର: ଫାର୍ମାସ୍ୟୁଟିକାଲ୍ସର ପ୍ୟାକେଜିଂ ପାଇଁ ପିଇଟି ବୋତଲ ବ୍ୟବହାରକୁ ନିକଟରେ ନିରାପଦ ବୋଲି ନ୍ୟାସନଲ ଗ୍ରୀନ ଟ୍ରିବ୍ୟୁନଲ(ଏନଜିଟି)ର ଘୋଷଣାକୁ ଶେଷରେ ଏକ ବୈଜ୍ଞାନିକ ତଥ୍ୟ ଉପରେ ସ୍ୱୀକୃତି ମିଳିଛି । ଯାହାକି ଉଭୟ ସରକାର, ବୈଜ୍ଞାନିକ ସମ୍ପ୍ରଦାୟ ଏବଂ ଫାର୍ମାସ୍ୟୁଟିକାଲ ଶିଳ୍ପ ଦ୍ୱାରା ଅନୁମୋଦିତ ହୋଇଛି । ଜଳ, ଓøଷଧ, ପାନୀୟ, ଖାଇବା ତେଲ ଇତ୍ୟାଦି ପ୍ୟାକେଜିଂ ପାଇଁ ଏକ ବିଶେଷ ଭାବରେ ପରିକଳ୍ପିତ ପ୍ଲାଷ୍ଟିକ – ପଲିଥିଲିନ ଟେରେଫଥାଲେଇଟ କିମ୍ବା ପିଇଟି ସାରା ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ । କାରଣ ଜନସାଧାରଣଙ୍କ ବ୍ୟବହାର ସାମଗ୍ରୀର ପ୍ୟାକେଜିଂ ପାଇଁ ଏହା ସୁରକ୍ଷିତ, ଉପଯୋଗୀ ଏବଂ ଅର୍ଥନୈତିକ ସାମର୍ଥ୍ୟ ଯୋଗ୍ୟ ଅଟେ । ପିଇଟି ଏକ ସ୍ୱଚ୍ଛ, ଶକ୍ତିଶାଳୀ, ନିରାପଦ, ହାଲୁକା ଏବଂ ପଲିଷ୍ଟର ବର୍ଗରୁ ଆସୁଥିବା ଏକ ସମ୍ପୂର୍ଣ୍ଣ ପୁନଃ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଅଟେ ।

ନିକଟରେ, ନ୍ୟାସନାଲ ଗ୍ରୀନ ଟ୍ରିନ୍ୟୁନଲର ମୁଖ୍ୟ ବେଂଚ, ୨୦୧୪ରେ ହିମ୍ ଜାଗ୍ରତ ଉତରାଂଚଳ କଲ୍ୟାଣ ସମିତି ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାକୁ ଖାରଜ କରିଦେଇ କହିଥିଲେ ଯେ ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକର ନିରାପଦ ଏବଂ ନିୟନ୍ତ୍ରିତ ବ୍ୟବହାର ପାଇଁ ଭାରତୀୟ ସରକାର ପୂର୍ବରୁ ମାର୍ଗଦର୍ଶନ ନିଶ୍ଚିତ କରିସାରିଛନ୍ତି ଏବଂ ଯେହେତୁ ଫାର୍ମକପିଆ(ଔଷଧ ତାଲିକା) ଅଧୀନରେ ସୂତ୍ରିତ ବୈଶ୍ୱିକ ମାର୍ଗ ଦର୍ଶନକୁ ଉଦ୍ୟୋଗ ପାଳନ କରୁଛି ଏବଂ ଆଉ କୌଣସି ଆଇନ ପରିବର୍ତନର ଆବଶ୍ୟକତା ନାହିଁ । ପୂର୍ବତନ ବାୟୋଟେକ ସଚିବ ଡକ୍ଟର ଏମ.କେ ଭାନ୍‌ଙ୍କ ନେତୃତ୍ୱରେ ୨୦୧୫ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ଟ୍ରିବ୍ୟୁନାଲରେ ଏକ ରିପୋର୍ଟ ଦାଖଲ କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛିଯେ, “ଫାର୍ମସ୍ୟୁଟିକାଲ ପ୍ୟାକେଜିଂ ପାଇଁ ପିଇଟି କିମ୍ବା ଏଂଟିମନି ଭଳି ଏଡିଟିଭର ବ୍ୟବହାର ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ପଦାର୍ଥ ପ୍ରଜୁଯ୍ୟ ଠାରୁ ଅଧିକ ମାତ୍ରାରେ ଛାଡୁଛି ବୋଲି କୌଣସି ଚରମ ପ୍ରମାଣ ନାହିଁ ।”

“ସାନିଟାଇଜର, ରକ୍ତ ସଂଗ୍ରହ ଟ୍ୟୁବ, ଖାଦ୍ୟ ପାତ୍ର, ପାଣି ବୋତଲ, ଆୟୁର୍ବେଦିକ କାଢ଼ା(ଗାଢା), ନ୍ୟୁଟ୍ରାସ୍ୟୁଟିକଲ ଇତ୍ୟାଦିର ବହୁଳ ପ୍ୟାକେଜିଙ୍ଗ ପାଇଁ ଏହାର ସର୍ବ ବ୍ୟାପି ଉପସ୍ଥିତ ସହିତ କୋଭିଡ-୧୯ ମହାମାରୀ ପିଇଟିର ଗୁରୁତ୍ୱକୁ ପୁନଃ ସ୍ଥାପିତ କରିଛି । ପୁନଃ ଚକ୍ରଣ ଏବଂ ପୁନଃ ବ୍ୟବହାର ହେବା ପାଇଁ ଏହାର ସକ୍ଷମତା ଯୋଗୁଁ ପିଇଟି ଅମୂଲ୍ୟ ପ୍ରାକୃତିକ ସମ୍ପଦଗୁଡିକୁ ସଂଚୟ କରିଥାଏ । ସାଙ୍ଗରେ ନେବା ଖାଦ୍ୟ, ଭ୍ରମଣ ଏବଂ ରିଲିଫ କାର୍ଯ୍ୟ ପାଇଁ ଏହାର ହାଲୁକା ବୈଶିଷ୍ଟ୍ୟ ଏହାକୁ ବନ୍ଧୁତ୍ୱପୂର୍ଣ୍ଣ କରିଥାଏ ଏବଂ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢିବାରେ ଏକ ଉତମ ସହାୟକ ହୋଇଥାଏ । ତେଣୁ, ପିଇଟି ସୁରକ୍ଷିତ ଅଟେ ବୋଲି ଏହି ଏନଜିଟି ଆଦେଶ ସଠିକ ସମୟରେ ଆସିଛି ବୋଲି ଭାରତୀୟ ଫାର୍ମସ୍ୟୁଟିକଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଡା. ରାଓ ଭିଏସଭି ୱଡଲାମୁଡିି କହିଛନ୍ତି ।”
ଏହା ସମ୍ପର୍କରେ ସଚିନ ଶର୍ମା, ନିର୍ଦ୍ଦେଶକ, ଜିଇଏମ ରିସାଇକ୍ଲିଂ କହିଛନ୍ତିଯେ , “ବିସ୍ତୃତ ଅଧ୍ୟୟନ, ନିୟାମକ ଅନୁମୋଦନ ଏବଂ ବୈଜ୍ଞାନିକ ପରୀକ୍ଷଣ, ଏବଂ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହାର ବ୍ୟାପକ ବ୍ୟବହାର ଏବଂ ଗ୍ରହଣ ମାଧ୍ୟମରେ ପିଇଟିର ନିରାପତା ବାରମ୍ବାର ପ୍ରଦର୍ଶିତ ହୋଇଛି । ଫାର୍ମସ୍ୟୁଟିକଲ ପ୍ୟାକେଜିଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ନିର୍ଦ୍ଦେଶ ଦେଇ ଏହି ନିର୍ଦ୍ଦେଶ ନିଶ୍ଚିତ ଭାବରେ ନିୟାମକ ନିର୍ଦ୍ଦେଶାବଳୀକୁ ମଜବୁତ କରିବା ପାଇଁ ପଥ ପରିଷ୍କାର କରିବ ।”


Share It

Comments are closed.