ବର୍ତମାନ ପରିସ୍ଥିତିରେ ଅତିରିକ୍ତ ଶିକ୍ଷା ସହାୟତା ବିନା ପାଠପଢାକୁ ନେଇ ୬୪% ପିଲା ଚିନ୍ତିତ : ଚାଇଲ୍ଡଫଣ୍ଡ ମୂଲ୍ୟାଙ୍କନ ରିପୋର୍ଟ


ଭୁବନେଶ୍ୱର: ଶିଶୁ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଏକ ଅଣ ଲାଭକାରୀ ସଂସ୍ଥା, ଚାଇଲ୍ଡଫଣ୍ଡ ସାମାଜିକ ବିକାଶ ପରିଷଦର ସହଯୋଗରେ ‘ବିଦ୍ୟାଳୟ ପୁଣି ଖୋଲିବା ପାଇଁ ଧାରଣା, ଭୟ ଏବଂ ପ୍ରସ୍ତୁତି’ ଶୀର୍ଷକ ଥିବା ଏକ ମୂଲ୍ୟାଙ୍କନ ରିପୋର୍ଟ ପ୍ରକାଶ କରିଛି । ‘ସାମାଜିକ ଓ ଆବେଗ ସମ୍ବନ୍ଧୀୟ ଶିକ୍ଷଣ’ ଉପରେ ବିଶେଷ ଧ୍ୟାନ ସହିତ ବିଦ୍ୟାଳୟଗୁଡ଼ିକୁ ପୁଣି ଖୋଲିବା ପାଇଁ ଏକ ଅନ୍ତର୍ଭୁକ୍ତ ଆଭିମୁଖ୍ୟ କିପରି ଏବଂ କାହିଁକି ଆବଶ୍ୟକ ହୋଇଥାଏ, ତାହା ଉପରେ ଏହି ରିପୋର୍ଟ ଗୁରୁତ୍ୱାରୋପ କରିଛି । ଏକ ଏଭଳି ଧାରଣା ଯେଉଁଥିରେ ପିଲାମାନେ ଆତ୍ମସଚେତନ ହୁଅନ୍ତି ଏବଂ ବିଦ୍ୟାଳୟ, କାର୍ଯ୍ୟ ଓ ଜୀବନରେ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ କୌଶଳ ଏବଂ ଆତ୍ମ ନିୟନ୍ତ୍ରଣର ବିକାଶ କରନ୍ତି ।
ବିହାର, ଛତିଶଗଡ଼, ଦିଲ୍ଲୀ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୧୦ ଟି ରାଜ୍ୟର ୨୦ଟି ଅନୁନ୍ନତ ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ଏହି ସର୍ଭେ କରାଯାଇଛି । ଯେଉଁଥିରେ ୧,୭୨୫ ପିଲା, ୧,୬୦୫ ଅଭିଭାବକ ଏବଂ ୧୨୭ ଜଣ ଶିକ୍ଷକଶିକ୍ଷୟତ୍ରୀ ଅନ୍ତର୍ଭୁକ୍ତି ଥିଲେ । ଏହି ରାଜ୍ୟଗୁଡ଼ିକରେ ପ୍ରବାସୀ ଶ୍ରମିଙ୍କର ଅଧିକ ଆନ୍ତଃପ୍ରବାହ ଦେଖିବାକୁ ମିଳିଛି ଏବଂ ଆବଶ୍ୟକୀୟ ଡକ୍ୟୁମେଂଟର ଅଭାବ ହେତୁ ସେମାନଙ୍କର ପିଲାମାନେ ବହୁ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ବିଦ୍ୟାଳୟ ଦୀର୍ଘଦିନ ଧରି ବନ୍ଦ ରହିବା ସେମାନଙ୍କର ଅବସ୍ଥାକୁ ଆହୁରି ଯନ୍ତ୍ରଣାଦାୟକ କରିଦେଇଛି । ଏହାଦ୍ୱାରା ପିଲାମାନଙ୍କର ପୋଷଣ ସ୍ତରରେ ହ୍ରାସ ଘଟିଛି, ଅନ୍‌ଲାଇନ୍ ଶିକ୍ଷାରେ ଗୁରୁତର ଆହ୍ୱାନ ଦେଖାଦେଇଛି ଏବଂ ପିଲାମାନଙ୍କର ମାନସିକ ସୁସ୍ଥତା ମୁଖ୍ୟତଃ ପ୍ରଭାବିତ ହୋଇଛି । ଏଗୁଡ଼ିକ ହେଉଛି ସେହି ରାଜ୍ୟ ଯେଉଁଠାରେ ଚାଇଲ୍ଡ ଫଣ୍ଡର ଇଂଟର-ଜେନେରେସନାଲ କୋପିଙ୍ଗ ଆଣ୍ଡ ଲର୍ଣ୍ଣିଙ୍ଗ (ଆଇଜିସିଏଲ) ହସ୍ତକ୍ଷେପ କାର୍ଯ୍ୟକାରୀ କରାଯାଇଛି । ଏହା ଏକ ହସ୍ତକ୍ଷେପ ଯାହା ପିଲାମନଙ୍କୁ ଘରୋଇ ଶିକ୍ଷା ସହିତ ସାହାଯ୍ୟ କରିଥାଏ ଏବଂ କଠିନ ସମୟଗୁଡ଼ିକରେ ସାମାଜିକ ଏବଂ ଆବେଗାତ୍ମକ ପରିସ୍ଥିତିଗୁଡ଼ିକର ମୁକାବିଲା କରିବାରେ ପିଲାମାନଙ୍କୁ ଏବଂ ପରିବାରକୁ ସମର୍ଥନ କରିଥାଏ ।
ଏହା ସମ୍ପର୍କରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ସିନିୟର ଏଜୁକେସନ ସ୍ପେଶାଲିଷ୍ଟ ଶ୍ରୀ ଏକତା ଚାନ୍ଦ କହିଛନ୍ତି ଯେ, “ଭାରତରେ ଶିକ୍ଷାଗତ ଦୁର୍ବଳତା ସାମାଜିକ-ଅର୍ଥନୈତିକ ଅସୁବିଧା ସହିତ ଆବଦ୍ଧ । ଭାରତରେ ବିଦ୍ୟାଳୟ ଶିକ୍ଷାର ସର୍ବସାଧାରଣ ଯୋଗାଣର ମୌଳିକ ଭିତିଭୂମି ଅଭାବର ପୃଷ୍ଠଭୂମିରେ ବିଦ୍ୟାଳୟ ଖୋଲିବା ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ । ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଭିନ୍ନ ହିତାଧିକାରୀମାନଙ୍କର ଧାରଣାକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମହାମାରୀ ସମୟରେ ଅନଲାଇନ ଶିକ୍ଷା ପଦ୍ଧତି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଏବଂ ବିଦ୍ୟାଳୟଗୁଡ଼ିକର ଅସ୍ଥାୟୀ ବନ୍ଦ ଯୋଗୁଁ ଏହି ସମୂହ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ରିପୋର୍ଟ ସହିତ ବିଦ୍ୟାଳୟ ପୁଣି ଖୋଲିବା ସହିତ ପିଲାମାନଙ୍କୁ ସ୍ୱାଗତ କରିବାରେ ଭଲ ଭାବରେ ପ୍ରସ୍ତୁତ ହେବା ଲାଗି ଆମେ ଶିକ୍ଷା ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଆଶା ରଖିଛୁ ।”


Share It

Comments are closed.