ପେଟିଏମ ଲଂଚ କଲା ନୂଆ ପର୍ସନାଲ ଲୋନ ସର୍ଭିସ :ବର୍ଷର ଯେକୌଣସି ସମୟରେ ମାତ୍ର ୨ ମିନିଟରେ ମିଳିବ ଋଣ


ଦେଶର ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ ସେବା ପ୍ଲାଟଫର୍ମ ପେଟିଏମ୍ (Paytm) ଇନଷ୍ଟାଣ୍ଟ ପର୍ଶନାଲ୍ ଲୋନ ସେବା ଆରମ୍ଭ କରିଛି। ପେଟିଏମ୍ ର କ୍ରେଡିଟ୍ ସେବାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହା ଆରମ୍ଭ ହୋଇଛି | ପେଟିଏମର ଏହି ସେବାର ଲାଭ ବର୍ଷର ଯେକୌଣସି ସମୟରେ ମିଳିପାରିବ, ଏପରିକି ଆପଣ ଛୁଟିଦିନରେ ଏହି ଲୋନ ପାଇଁ ଆବେଦନ କରିପାରିବେ |

ପେଟିଏମ NBFC (ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ) ର ଟେକ୍ନୋଲୋଜି ଓ ଡିଷ୍ଟ୍ରିବ୍ୟୁସନ୍ ପାର୍ଟନର। ଏହାଦ୍ୱାରା ବେତନ ପ୍ରାପ୍ତ ବ୍ୟକ୍ତି, କ୍ଷୁଦ୍ର ବ୍ୟବସାୟୀ ଏବଂ ବୃତ୍ତିଗତମାନଙ୍କୁ ଋଣ ସେବା ଯୋଗାଇବାରେ ସାହାଯ୍ୟ ମିଳିବ। ଏହି ଋଣ NBFC ଓ ବ୍ୟାଙ୍କ ତରଫରୁ ଦିଆଯିବ। ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ ଆର୍ଥିକ ବଜାରରେ ନୂଆ କ୍ରେଡିଟ ଆଣିବ। ତାଛଡା ଛୋଟ ସହରଗୁଡିକର ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବ ଯେଉଁଠାରେ ବ୍ୟାଙ୍କିଙ୍ଗ୍ ସୁବିଧା ପହଞ୍ଚି ପାରିନାହିଁ।

ପେଟିଏମର ବ୍ୟକ୍ତିଗତ ଋଣ ବର୍ଷ ୩୬୫ ଦିନ ଯେଉଁ ସମୟରେ ବି ମିଳିପାରିବ ସେ ପୁଣି ମାତ୍ର ୨ମିନିଟରେ। ଏଥିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତକ୍ଷଣାତ ଋଣ ମିଳିପାରିବ। ଏହି ଋଣ କ୍ରେଡିଟ୍ ସ୍କୋର ଏବଂ ସପିଂ ପ୍ୟାଟର୍ଣ୍ଣ ଆଧାରରେ ମିଳିବ। ଆପଣ ୧୮ ରୁ ୩୬ ମାସର ଏଏମଆଇରେ ଏହି ଋଣ ପରିଶୋଧ କରିପାରିବେ। ଏହି ସେବାର ଲାଭ ଉଠାଇବାକୁ ପେଟିଏମ ଅନେକ ବ୍ୟାଙ୍କ ଓ NBFC ସହ ଚୁକ୍ତି କରିଛି।

Paytm Lending ସିଇଓ ଭବେଶ ଗୁପ୍ତା କହିଛନ୍ତି ଯେ, ତତକ୍ଷଣାତ ଋଣକୁ ସ୍ୱୟଂ କର୍ମଚାରୀ, ନୂଆ କ୍ରେଡିଟ୍ ଇଣ୍ଡିଭିଜୁଆଲ୍ ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଉପଲବ୍ଧ କରାଇବା କମ୍ପାନୀର ଉଦ୍ଦେଶ୍ୟ। ଯେଉଁମାନଙ୍କୁ ତତ୍କାଳ ଖର୍ଚ୍ଚ ପାଇଁ ବ୍ୟକ୍ତିଗତ ଋଣ ସହଜରେ ମିଳିପାରିବ ଏବଂ ସେମାନଙ୍କ ସ୍ବପ୍ନ ପୁରା କରିବାରେ କୌଣସି ବାଧା ନ ଉପୁଜେ।


Share It

Comments are closed.