ଉପହାର ଦେବା ଓ ନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ


ଅନେକ ପୂଜାପର୍ବାଣି ହେଉ କିମ୍ବା କୌଣସି ଉତ୍ସବ ଓ ଜନ୍ମ ଦିନରେ ସାଧାରଣତଃ ଉପହାର ଦିଆଯାଇଥାଏ। ତେବେ ପରସ୍ପରକୁ ଉପହାର ଦେବା ଓ ନେବା ପୂର୍ବରୁ କିଛି ଜିନିଷ ବିଷୟରେ ଜାଣି ରଖିବା ଉଚିତ। ଉପହାର ନେବା ଓ ଦେବା ସମୟରେ ଖୁବ ଖୁସି ଅନୁଭବ ହୋଇଥାଏ। ମାତ୍ର ଏପରି କିଛି ଜିନିଷ ରହିଛି ଯାହାକୁ ଉପହାରରେ ଦେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପଡିଥାଏ। ମାନ୍ୟତା ଅନୁଯାୟୀ ସେହି ଜିନିଷକୁ ଉପହାର ଦେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ କୁପ୍ରଭାବ ପଡିଥାଏ। ଜାଣନ୍ତୁ..

ଅନେକ ସମୟରେ ଦେଖାଯାଏ ଲୋକେ ଘଣ୍ଟା ଉପହାରରେ ଦିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆରମ୍ଭ ହୋଇଥାଏ।

କାହାକୁ ମଧ୍ୟ କଣ୍ଟାଜାତୀୟ ବୃକ୍ଷ ଉପହାରରେ ଦିଅନ୍ତୁ ନାହିଁ।
କାହାରିକୁ ରୁମାଲ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ଓ ପରସ୍ପର ମଧ୍ୟରେ ତିକ୍ତତା ଆସିଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

କାହାରିକୁ ମଧ୍ୟ କଲମ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ କୁପ୍ରଭାବ ପଡିଥାଏ।
କାହାରିକୁ ମଧ୍ୟ ଜଳ ସହ ଜଡିତ କୌଣସି ଜିନିଷ ଉପହାର ଦିଅନ୍ତୁ ନାହିଁ। ଆକ୍ୱାରିୟମ,ଝରଣାର ଫଟୋ ଆଦି ଦିଅନ୍ତୁ ନାହିଁ।

କାହାରିକୁ ମଧ୍ୟ ଧାତୁରେ ନିର୍ମିତ ଧାରୁଆ ଜିନିଷ ଉପହାର ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।


Share It

Comments are closed.