ଇଡି ଦ୍ୱାରା ଶିବସେନା ନେତା ସଞ୍ଜୟ ରାଉତ ଗିରଫ


ରବିବାର ଦିନ ସାରା ଇଡି ପକ୍ଷରୁ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ପଚରାଉଚରା କରାଯାଉଥିବା ବେଳେ ମଧ୍ୟରାତ୍ରିରେ ଇଡି ପକ୍ଷରୁ ଗିରଫ କରାଯାଇଛି । ସେ ମୁମ୍ବାଇ ଚଲର ମନିଂ ଲେଣ୍ଡରି ତଥା ଟଙ୍କା ହେରଫେର ମାମଲାରେ ଜେଲ ଯାଇଥିବା ସୂଚନା ମିଳିଛି । ତାଙ୍କ ବିରୋଧରେ ପ୍ରାୟ ୧୦୩୪କୋଟି ଟଙ୍କାର ମନି ଲେଣ୍ଡରିଂ ମାମଲା ଚାଲିଛି । ଏଯାବତ୍ ସଞ୍ଜୟ ରାଉତଙ୍କ ଘରୁ ୧୧.୫୦ଲକ୍ଷ ଟଙ୍କା ଜବତ ହୋଇଛି ।
ସେପଟେ ଏହି ଘଟଣା ପରେ ଉଦ୍ଧବ ଠାକରେ ତଥା ମୁମ୍ବାଇର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକ ମିିଟିଂ ଡାକିଥିବାର ସୂଚନା ମିଳିଛି । ସଞ୍ଜୟ ପୂର୍ବରୁ ରାଜ୍ୟସଭାର ଏମପି ରହିଥିଲେ ।


Share It

Comments are closed.