ହତ୍ୟା ଧମକ ପରେ ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ମିଳିଲା ଲାଇସେନ୍ସ


ସଲମାନଙ୍କୁ ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ପକ୍ଷରୁ ବନ୍ଧୁକ ରଖିବା ପାଇଁ ଲାଇଲେନ୍ସ ମିଳିଛି । ଗତ ଜୁନ ମାସରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଏହା ପରେ ସଲମାନ ମୁମ୍ବାଇ ପୋଲିସ ଦ୍ୱାରସ୍ଥ ହୋଇଥିଲେ ଏବଂ ବର୍ତ୍ତମାନ ସେ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପାଇଛନ୍ତି ।
ମୁମ୍ବାଇ ଲରେନ୍ସ ବିଷ୍ଣୋଇ କଳା ହରିଣ ଶିକାରକୁ ନେଇ ସଲମାନ ଖାନଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ରୁପରୁ ତାଙ୍କୁ ହତ୍ୟା ଧମକ ଆସିଥିବାର ମୁମ୍ବାଇ ପୋଲିସ ସନେ୍ଦହ କରୁଥିଲା । ପଞ୍ଜାବରେ ଲୋକପ୍ରିୟ ଗାୟକ ସିନ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏହି ଧମକ ଘଟଣାକୁ ଖୁବ ଜୋରଦାର ବିଚାରକୁ ନିଆଯାଇଥିବା ବେଳେ ତାଙ୍କୁ ଲାଇସେନ୍ସ ଯୁକ୍ତ ବନ୍ଧୁକ ପ୍ରଦାନ କରାଯାଉଛି ବୋଲି ମୁମ୍ବାଇ ପୋଲିସ ମଧ୍ୟ ସୂଚନା ପ୍ରଦାନ କରିଛି । ସଲମାନଙ୍କୁ ସିନ୍ଧୁ ମୁସେୱାଲାଙ୍କ ପରି କରିବେ ବୋଲି ସଲିମ ଖାନଙ୍କୁ ଧମକ ଆସିଥିଲା ।


Share It

Comments are closed.