ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହୋଇଛି କି ନାହିଁ ଜାଣିବା ପାଇଁ ଏପରି ଯାଂଚ କରନ୍ତୁ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା


ଆଧାର କାର୍ଡକୁ ପାନ୍ ସହିତ ସଂଯୋଗ କରିବାର ତାରିଖ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଆୟକର ବିଭାଗ ଟୁଇଟ୍ କରି ସୂଚନା ଦେଇଛି ଯେ କରୋନା ଭାଇରସ୍ ମହାମାରୀରୁ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ପାନ୍ କୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୧ ଥିଲା, କିନ୍ତୁ ଏହାକୁ ତିନିମାସ ପାଇଁ ବୃଦ୍ଧି କରାଯାଇଛି |

ତେବେ ଏମିତିରେ ଅନେକ ଲୋକଙ୍କ ମନରେ ମଧ୍ୟ ଏହା ପ୍ରଶ୍ନ ରହିଥିବ ଯେ ଆମର ପ୍ୟାନ୍ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଛି କି ନାହିଁ କିପରି ଜାଣିବେ | ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ| ଚାଲନ୍ତୁ ଜାଣିବା ପୁରା ପ୍ରକ୍ରିୟା ।

ପାନ୍-ଆଧାର ଲିଙ୍କ୍ ଷ୍ଟାଟସ ଖୋଜିବା ପାଇଁ ଏହା ହେଉଛି ପ୍ରକ୍ରିୟା (ପାନ୍ ଆଧାର କାର୍ଡ ଲିଙ୍କ୍ ଷ୍ଟାଟସ କିପରି ଯାଞ୍ଚ କରିବେ) |

-ସର୍ବପ୍ରଥମେhttps://www.incometaxindiaefiling.gov.in/home କୁ ଲଗ୍ ଇନ୍ କରନ୍ତୁ |
-ବର୍ତ୍ତମାନ ହୋମପେଜରେ ବାମ ପାର୍ଶ୍ୱରେ Link Aadhaar ଅପ୍ସନ ଦେଖାଯିବ, ଏହାକୁ ଖୋଲନ୍ତୁ |
-ଏହା ସହିତ, ଏକ ନୂତନ ପେଜ ଖୋଲିବ ଯେଉଁଠାରେ ଆପଣ ପାନ୍ ଏବଂ ଆଧାରକୁ ଲିଙ୍କ୍ କରିପାରିବେ |
-ଏବେ ଏହା ଉପରେ Click here to View the Status if you have already submitted Link Aadhaar request ଅପ୍ସନ ଦେଖାଦେବ | ଏହି ଲିଙ୍କ୍ ଖୋଲନ୍ତୁ |
-ଲିଙ୍କ୍ ଖୋଲିବା ପରେ ଆପଣଙ୍କୁ ପାନ୍ ଏବଂ ଆଧାର ନମ୍ବର ଏଂଟର କରିବାକୁ ପଡିବ |
-ଏହା କରିବା ପରେ, ଆପଣଙ୍କୁ View Link Aadhaar Status ଉପରେ କ୍ଲିକ୍ କରିବାକୁ ପଡିବ |

ଯଦି ଆପଣଙ୍କର ପାନ୍ ଆଧାର ନମ୍ବର ସହିତ ଲିଙ୍କ୍ ହୋଇସାରିଛି, ତେବେ ଆପଣଙ୍କର ଷ୍ଟାଟସ Already Linked ଦେଖାଇବ | ଆହୁରି ମଧ୍ୟ, ଆପଣଙ୍କର ଆଧାରର ଶେଷ ଚାରି ସଂଖ୍ୟା ମଧ୍ୟ ଦୃଶ୍ୟମାନ ହେବ |


Share It

Comments are closed.