କରୋନାକୁ ନେଇ ଭୟଭୀତ ପାକିସ୍ତାନ, କହିଲା ଭାରତ ସହ ମିଶିକରି କରିପାରିବ କାମ


କରୋନା ଭାଇରସ ବର୍ତ୍ତମାନ ୧୦୦ରୁ ଉର୍ଦ୍ଧ୍ୱ ଦେଶରେ ନିଜର କାୟା ବିସ୍ତାର କରିସାରିଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ଋପେ ଘୋଷଣା ମଧ୍ୟ କରାସରିଲାଣି । ଏହି ମଧ୍ୟରେ ପାକିସ୍ତାନ, ଭାରତ ସହ ମିଶିକରି ଏହା ବିରୋଧରେ ଲଢେଇ କରିବା ପାଇଁ ସଙ୍କେତ ଦେଇଛି ।
କରୋନା ଭାଇରସ ପ୍ରାୟ ଅନେକ ଜାଗାରେ ନିଜର କାୟା ବିସ୍ତାର କରିସାରିଥିବାବେଳେ ଭାରତରେ ଏହି ରୋଗରେ ସଂକ୍ରମିତ ୨ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ଆଖପାଖରେ କରୋନା ଭାଇରସର ଏହି ଭୟାବହତାକୁ ଦେଖି ପାକିସ୍ତାନ ମଧ୍ୟ ଭୟଭୀତ ହୋଇଗଲାଣି । ଭାରତରେ ୮୩ ଜଣ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଥିବାବେଳେ ଅନ୍ୟପଟେ ପାକିସ୍ତାନରେ ୨୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ଏହି ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ପାକିସ୍ତାନର ବୈଦେଶୀକ ମନ୍ତ୍ରଣଳାୟର ମୁଖପାତ୍ର ଆୟସା ଫାରୁକ କହିଛନ୍ତି ଯେ, “ପାକିସ୍ତାନ ଏହି ଭାଇରସ ବିରୋଧରେ ଲଢେଇ କରିବା ପାଇଁ ପଡୋଶୀ ଦେଶ ମାନଙ୍କ ସହ ମିଶି କରି କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ”
ପାକିସ୍ତାନ ଏହି ଭାଇରସକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ଏହାକୁ ଧ୍ୟାନରେ ରଖି ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଆବଶ୍ୟକୀୟ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ।


Share It

Comments are closed.