ବିସିସିଆଇ କମେଣ୍ଟ୍ରି ପ୍ୟାନେଲରୁ ବହିଷ୍କୃତ ହେଲେ ମଞ୍ଜରେକର !


ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ତଥା କମେଣ୍ଟେଟର ସଞ୍ଜୟ ମଞ୍ଜରେକରଙ୍କୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ତାଙ୍କୁ ବିସିସିଆଇ କମେଣ୍ଟ୍ରି ପ୍ୟାନେଲରୁ ବହିଷ୍କୃତ କରିଛି । ମଞ୍ଜରେକର ଗତ କିଛି ବର୍ଷ ହେବ ବିସିସିଆଇ କମେଣ୍ଟ୍ରି ପ୍ୟାନେଲର ନିୟମିତ ସଦସ୍ୟ ଥିଲେ । ବିସିସିଆଇର ଏହି ନିଷ୍ପତିରୁ ଜଣାପଡୁଛି ଯେ, ଆଇପିଏଲରେ ମଧ୍ୟ ତାଙ୍କ ଭାଗୀଦାରୀ ରହିନପାରେ, ଯାହାକି ୨୯ ମାର୍ଚ୍ଚ ବଦଳରେ ୧୫ରୁ ଏପ୍ରିଲରୁ ଆରମ୍ଭ ହେବାକୁ ଥିଲା ।
ମିଳିଥିବା ସୂଚନା ମୁତାବକ ଏହି କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ମ୍ୟାଚରେ ମଞ୍ଜରେକରଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିନଥିଲା ।
ପ୍ରକାଶ ଥାଉକି, ଆଇସିସି ବିଶ୍ୱକପ ୨୦୧୯ ସମୟରେ ମଞ୍ଜରେକର ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହା ପରେ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏତଦବାଦ ମଧ୍ୟ ସେ ଇଡେନ ଗାର୍ଡନେରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ରି ଟେଷ୍ଟ ମ୍ୟାଚରେ ଲୋକପ୍ରିୟ କମେଣ୍ଟେଟର ହର୍ଷ ଭୋଗଲେଙ୍କ କ୍ରିକେଟ ଖେଳିନଥିବାର ନେଇ ବିବାଦୀୟ ବୟାନ ମଧ୍ୟ ଦେଇଥିଲେ ।


Share It

Comments are closed.